Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛୁରାମାଡ଼ରେ ବିଜେପି ନେତା ମୃତ: ଚାରି ଅଭିଯୁକ୍ତଙ୍କୁ ଅଟକ ରଖିଲା ପୋଲିସ

ଧରୱାଡ: କର୍ଣ୍ଣାଟକର ଧରୱାଡରେ ଜଣେ ବିଜେପି ପଞ୍ଚାୟତ ନେତାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ପରେ ରାଜ୍ୟରେ ମାହୋଲ ଗରମ ହୋଇଛି। ମଙ୍ଗଳବାର ରାତିରେ ଏକ ଧାର୍ମିକ ଶୋଭାଯାତ୍ରାରେ ଘଟିଥିବା ଗଣ୍ଡଗୋଳରେ ଛୁରୀରେ ଆକ୍ରମଣ କରି ହତ୍ୟା କରାଯାଇଛି। ଏହି ଘଟଣା ପରଠାରୁ ପୋଲିସ ୪ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି।

କୁହାଯାଉଛି ଯେ, ଗତକାଲି ରାତିରେ ଧରୱାଡରେ ଏକ ଧାର୍ମିକ ଶୋଭାଯାତ୍ରା କରାଯାଇଥିଲା, ଯେଉଁଥିରେ ଦୁଇଜଣ ଲୋକ ମଦ୍ୟପାନ କରିଥିଲେ। ଯେତେବେଳେ ଏହି ଶୋଭାଯାତ୍ରାରେ ଜଡିତ ଲୋକମାନେ ଆପତ୍ତି କରିଥିଲେ, ସେତେବେଳେ ଉଭୟ ଯୁବକ ନିଜ ଦଳର ଲୋକମାନଙ୍କୁ ଆଣି ମାରପିଟ ଆରମ୍ଭ କରିଥିଲେ। ଏହି ସମୟରେ କେହି ଜଣେ ପଞ୍ଚାୟତ ନେତା ପ୍ରଶାନ୍ତଙ୍କୁ ଛୁରାମାଡ଼ କରିଥିଲେ, ଯିଏ ଏଥିରେ ହସ୍ତକ୍ଷେପ କରି ଏହି ମାମଲାକୁ ଶାନ୍ତ କରିବାକୁ ଚେଷ୍ଟା କରୁଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଛୁରା ମାଡ଼ରେ ଯୁବକ ଗୁରୁତର, ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଛୁରାମାଡ଼ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ଅଭିଯୋଗ ମୁତାବକ ଶୁକ୍ରବାର ରାତିରେ ବାଣପୁର ଥାନା ଦାଶରଥିପୁର ହରିଜନ ସାହିର ବାବୁଲା ଘଡେଇ (୪୫) ଙ୍କୁ ଘରେ ପଶି ତାଙ୍କରି ସାହିର ଅଭିଯୁକ୍ତ ଦୀପକ ନାୟକ (୩୩) ଛୁରାରେ ଆକ୍ରମଣ କରିଥିଲେ। ବାବୁଲାଙ୍କ ଡାହାଣ ପଟ ପେଟରେ ଛୁରା ମାଡ଼ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବାଣପୁର ଏବଂ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ବର୍ତ୍ତମାନ ବାବୁଲାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ଅଛି। ଏ ନେଇ ବାବୁଲାଙ୍କ ପତ୍ନୀ ପ୍ରେମୀ ଘଡେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ପୋଲିସ କେସ ନମ୍ବର ୧୪୧/୨୩ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ଏବଂ ଆଜି ଗିରଫ କରି କୋର୍ଟଚାଲାଣ କରିଥିବାର ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି। ତେବେ ଉଭୟଙ୍କ ମଧ୍ୟରେ ପୂର୍ବଶତ୍ରୁତାକୁ ନେଇ ଉକ୍ତ ଛୁରା ମାଡ଼ ହୋଇଥିବାର ଜଣାପଡିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବଜରଙ୍ଗ ଦଳ କର୍ମୀଙ୍କୁ ଛୁରାମାଡ଼ ପରେ ପ୍ରବଳ ଉତ୍ତେଜନା, ଲାଗୁ ହେଲା ୧୪୪ ଧାରା, ସ୍କୁଲ-କଲେଜ ବନ୍ଦ

ବେଙ୍ଗୁଲୁରୁ: ଗତକାଲି ବିଳମ୍ବିତ ରାତିରେ କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ମଚାରୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଛୁରାମାଡ଼ରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କର୍ଣ୍ଣାଟକର ଶିବାମୋଗା ଜିଲ୍ଲାରେ ୨୬ ବର୍ଷ ବୟସ୍କ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ପରେ ଉତ୍ତେଜନା ବୃଦ୍ଧି ପାଇଛି। ରାତି ୯ ଟାରେ ଏହି ଘଟଣା ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ ପୀଡିତଙ୍କ ନାମ ହର୍ଷା। ପ୍ରାରମ୍ଭିକ ଅନୁସନ୍ଧାନରେ ଏହା ମଧ୍ୟ ହିଜାବ ବିବାଦ ସହ ଜଡିତ ବୋଲି କୁହାଯାଉଛି। ଅନୁସନ୍ଧାନ ସମୟରେ ଜଣାପଡିଛି ଯେ, ହର୍ଷା ତାଙ୍କ ଫେସବୁକ ପ୍ରୋଫାଇଲରେ ହିଜାବ ବିରୋଧରେ ଏକ ପୋଷ୍ଟ ଲେଖିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ଜଳଖିଆ ଦୋକାନରେ ଗ୍ରାହକଙ୍କୁ ଛୁରାମାଡ ଅଭିଯୋଗ, ସମସ୍ତ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସୀତାରାମ ଅଗ୍ରୱାଲ

ଚିଲିକା: କୌଣସି କଥାକୁ ନେଇ ବଚସା ହେବାରୁ ଜଳଖିଆ ଦୋକାନରେ ଗ୍ରାହକଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି। ଛୁରାମାଡରେ ଗ୍ରାହକଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଉଳାବନ୍ଧ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘାଟିଯାଇଛି।

ଅଭିଯୋଗ ମୁତାବକ ଖୋର୍ଦ୍ଧା ଜିଲ୍ଲା ବଉଳାବନ୍ଧ ଗ୍ରାମ ଛକରେ ଦେବେନ୍ଦ୍ର ସାହୁଙ୍କ ଜଳଖିଆ ଦୋକାନ ରହିଛି। ଗତକାଲି ରାତିରେ ଦେବେନ୍ଦ୍ର ସାହୁଙ୍କ ଜଳଖିଆ ଦୋକାନକୁ ଉକ୍ତ ଗ୍ରାମର ମୁନା ବେହେରା ଜଳଖିଆ ଖାଇବା ନିମନ୍ତେ ଯାଇଥିଲେ। ତେବେ କୌଣସି କଥାକୁ ନେଇ ଦୋକାନୀ ଦେବେନ୍ଦ୍ର ଓ ଗ୍ରାହକ ମୁନାଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ଦେଖୁ ଦେଖୁ ବଚସା ଝଗଡା ରୁପନେଲା। ମୁନାକୁ ଦେବେନ୍ଦ୍ର ଜାତିଆଣ ଆକ୍ଷେପ କରିବା ସହ ତାଙ୍କର ଦୁଇ ସହଯୋଗୀ ବିଭୁତି ସାହୁ ଏବଂ ଧର୍ମେନ୍ଦ୍ର ସାହୁଙ୍କ ସହ ମିସି ମୁନାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଛୁରାରେ ଆକ୍ରମଣ କରୁଥିବାବେଳେ ଛୁରାଟି ମୁନାଙ୍କ ପେଟରେ ବାଜିଥିଲା ଏବଂ ମୁନାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲେ।

ତେବେ ଏ ସଂକ୍ରାନ୍ତରେ ବାଣପୁର ଥାନାରେ କେସ ନମ୍ବର ୩୨୫/୨୧ ରେ ଏକ ମାମଲା ରୁଜୁ କରାଯାଇଛି। ଏବଂ ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନାଚୁଣୀ ଫାଣ୍ଡି ଅଧିକାରୀ ମୁକେଶ ବେହେରା ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଦ୍ୟାଳୟ ପରିସରରେ ଛାତ୍ରଙ୍କୁ ଛୁରାମାଡ଼: ଗୁରୁତର ଛାତ୍ର ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ

ଗଞ୍ଜାମ: ବିଦ୍ୟାଳୟ ପରିସରରେ ଜଣେ ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ର ଛୁରାମାଡ଼ କରିଛନ୍ତି। ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ବୋରସିଂ ହାଇସ୍କୁଲରେ।

ଦଶମ ଶ୍ରେଣୀର ଦୁଇ ଛାତ୍ର ଶୁଭମ୍ ଭୋଳ ଓ ଅମିତ ନାୟକଙ୍କ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି ଶୁଭମ୍ ଛାତ୍ର ଅମିତଙ୍କୁ ଛୁରାମାଡ଼ କରିଛନ୍ତି। ଫଳରେ ତାଙ୍କ ପେଟରେ ଗଭୀର ଆଘାତ ଲାଗିବା ସହ ସେ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ତାଙ୍କୁ ଭଞ୍ଜନଗର ଡ଼ାକ୍ତରଖାନା ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଛୁରାମାଡ କରିଥିବା ଛାତ୍ର ଜଣଙ୍କୁ ସ୍କୁଲ କର୍ତୃପକ୍ଷ ଅଟକ ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାସ୍ତା ମଝିରେ ଦୁଇ ଯୁବତୀଙ୍କ ଛୁରାମାଡ

ନୂଆପଡା : ରାସ୍ତା ମଝିରେ ଦୁଇ ଯୁବତୀଙ୍କୁ ଛୁରାମାଡ ହୋଇଥିବାର ସୂଚନା ରହିଛି। ଏକତରଫା ପ୍ରେମକୁ ନେଇ ଏହି ଛୁରାମାଡ ହୋଇଥିବାର ଅଭିଯୋଗ ହୋଇଛି । ବୋଡେନ୍‌ ବଜାର ରାସ୍ତାରେ ଛୁରାମାଡ କରିଛି ଯୁବକ । ଛୁରାମାଡ କରିଥିବା ଯୁବକକୁ ଅଟକ ରଖିଛି ପୋଲିସ୍‌ । ଯୁବତୀଙ୍କ ଅଣ୍ଟା, ବେକ, ହାତକୁ ଯୁବକ ଜଣକ ଛୁରାମାଡ କରିଛି । ଛୁରାମାଡରେ ଦୁଇ ଯୁବକ ଗୁରୁତର ହୋଇଥିବାବେଳେ ଦୁହିଁଙ୍କୁ ବୋଡେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Categories
ଆଜିର ଖବର

ଜଡ଼ତିରା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଛୁରାମାଡ: ଜଣେ ଗୁରୁତର

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଡ଼ତିରା ପଞ୍ଚାୟତର ପଞ୍ଚେଇ ଠାରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଛୁରାମାଡରେ ଜଣେ ଗୁରୁତର ଆହତ ହୋଇ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି ।

ସୂଚନାନୁଯାୟୀ ଜଡ଼ତିରା ପଞ୍ଚାୟତର ପଞ୍ଚେଇ ଠାରେ ଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଗତକାଲି (ସୋମବାର) ସଂଧ୍ୟାରେ ସ୍ଥାନୀୟ ବନ୍ଧବାଟି ଗ୍ରାମର ବିରବର ନାଥଙ୍କ ପୁଅ ବଂଶୀଧର ନାଥ (କାଳିଆ) ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ପହଞ୍ଚି ସରପଞ୍ଚ ଓ ତାଙ୍କ ଦିଅରଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ବଡପାଟିରେ ଗାଳିଗୁଲଜ କରୁଥିବା ବେଳେ ଉକ୍ତ ସେଣ୍ଟରରେ ରୋଷେଇ କରି ଖାଦ୍ୟ ଯୋଗାଉଥିବା ପଞ୍ଚେଇ ଗ୍ରାମର ଉପେନ୍ଦ୍ର ସାହୁଙ୍କ ପୁଅ ଅନନ୍ତ ନିଶାସକ୍ତ ଅବସ୍ଥାରେ ଥିବା କାଳିଆକୁ ବୁଝାସୁଝା କରି କେନ୍ଦ୍ର ବାହାରେ ଛାଡିଥିଲା। ପୁନର୍ବାର କାଳିଆ ଏକ ଧାରୁଆ ଛୁରୀ ଧରି ଆସି ଉକ୍ତ କେନ୍ଦ୍ରରେ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାରୁୁ ବୁଝାସୁଝା କରିବାକୁ ଚେଷ୍ଟା କରୁଥିବା ଅନନ୍ତଙ୍କ ପେଟରେ ସେ ଛୁରୀ ଭୁସି ଦେଇଥିଲା ବୋଲି ଅଭିଯୋଗ ହୋଇଛି।

ଘଟଣାସ୍ଥଳରୁ ସରପଞ୍ଚଙ୍କ ଦିଅର ଓ କିଛିଲୋକ ଯଥାଶୀଘ୍ର ଅନନ୍ତକୁ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଅବସ୍ଥା ଗୁରୁତର ଥିବାରୁ ଅନନ୍ତକୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନନ୍ତଙ୍କ ବାପା ଉପେନ୍ଦ୍ର ସାହୁ ଏନେଇ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୁଅର ଛୁରାମାଡରେ ବାପା ମୃତ

ଆଠଗଡ : ଆଠଗଡଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ପୁଅର ଛୁରାମାଡରେ ବାପାର ମୃତ୍ୟୁ ହୋଇଥିବାବେଳେ. ସାନଭାଇ ଗୁରୁତର ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଖୁଣ୍ଟୁଣି ଥାନା ମୁଷୁଳିଆ ଗାଁରେ ଏକ ପୁତ୍ର ଏଭଳି ନୃଶଂସ କାଣ୍ଡ ଘଟାଇଛି ।  ତେବେ ଘରୋଇ କଳିରୁ ଏପରି ଏକ କାଣ୍ଡ ଘଟିଥିବାର ସୂଚନା ରହିଛି। ମୃତଦେହ ଜବତ କରି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କଲା ପୋଲିସ୍‌। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରୁଥିବାବେଳେ ଅଭିଯୁକ୍ତ ଥାନାରେ ଅଟକ ରହିଛି ।