ଭୁବନେଶ୍ବର : ଭୁବନେଶ୍ବର ଲକ୍ଷ୍ମୀସାଗରରେ ଛୁରାମାଡ । ଏହି ଛୁରାମାଡରେ ଦୁଇ ଗୁରୁତର ହୋଇଛନ୍ତି। ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ହଳଦିଆପଡିଆ ବସ୍ତିରେ କିଛି ଯୁବକ ବାଇକରେ ଆସି ହାଣିଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତ୍ରିରେ ଆକ୍ରମଣ ହୋଇଥିବାର ସୂଚନା ।


