Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ରୁତ ବାଇକ୍ ଚଳାଇବାକୁ ବିରୋଧ କରିବାରୁ ଯୁବକଙ୍କୁ ଛୁରାମାଡ଼
ଆଜିର ଖବର

ଦ୍ରୁତ ବାଇକ୍ ଚଳାଇବାକୁ ବିରୋଧ କରିବାରୁ ଯୁବକଙ୍କୁ ଛୁରାମାଡ଼

September 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କବିସୂର୍ଯ୍ୟନଗର: ସାମାନ୍ୟ କଥାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଛୁରାମାଡ଼ ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦ୍ରୁତ ଗତିରେ ବାଇକ୍ ଚଳାଇବାକୁ ପ୍ରତିବାଦ କରିବାରୁ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆହତ ଯୁବକ ହେଲେ ବରିଡା ଗ୍ରାମର ପଣ୍ଡା ପ୍ରଧାନ।

ସୂଚନା ଅନୁଯାୟୀ, ସନ୍ଧ୍ୟା ସମୟରେ ପଣ୍ଡା ପ୍ରଧାନ ରାସ୍ତାକଡ଼ରେ ଠିଆ ହୋଇଥିଲେ। ଏହି ସମୟରେ କିଛି ଯୁବକ ଦୁଇଚକିଆ ଯାନରେ ଦ୍ରୁତ ଗତିରେ ସେହି ରାସ୍ତା ଦେଇ ଯାଉଥିଲେ। ବିପଦଜନକ ଭାବେ ଗାଡ଼ି ଚଳାଇବାକୁ ପଣ୍ଡା ପ୍ରଧାନ ପ୍ରତିବାଦ କରିଥିଲେ। ଏହାକୁ ନେଇ ତାଙ୍କ ସହ ଯୁବକମାନଙ୍କର ବଚସା ହୋଇଥିଲା।

କିଛି ସମୟ ପରେ ବଚସା ଉଗ୍ର ରୂପ ନେଇଥିବା ବେଳେ ଯୁବକମାନଙ୍କ ମଧ୍ୟରୁ ଜଣେ ପଣ୍ଡା ପ୍ରଧାନଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଛୁରାମାଡ଼ରେ ସେ ଗୁରୁତର ଆହତ ହୋଇଥିଲେ।

ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଆସ୍କା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ଅନ୍ୟପକ୍ଷରେ, ଛୁରାମାଡ଼ ଖବର ପ୍ରଚାର ହେବା ପରେ ବରିଡା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁରୁଷୋତ୍ତମପୁର ଉପଖଣ୍ଡ ପୁଲିସ ଅଧିକାରୀ ଏବଂ କବିସୂର୍ଯ୍ୟନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।

ପୁଲିସ ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ଛୁରାମାଡ଼ର ପ୍ରକୃତ କାରଣ ଏବଂ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

ଛୁରାମାଡ ଦ୍ରୁତ ବାଇକ୍
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

October 1, 2026

ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ

October 1, 2026

୫୫୪୮ କୋଟି ମୂଲ୍ୟର କୃଷିଜାତ ସାମଗ୍ରୀ କ୍ରୟକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅନୁମୋଦନ

October 1, 2026
Latest News

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026

ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

October 1, 2026

ସରକାର ଧାର୍ଯ୍ୟ କରନ୍ତୁ ଦୀପାବଳୀରେ ବାଣ ଫୁଟାଇବା ନିର୍ଦ୍ଦିଷ୍ଟ ସମୟ : ସୁପ୍ରିମକୋର୍ଟ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.