କେନ୍ଦ୍ରାପଡ଼ା: କେନ୍ଦାପଡ଼ାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାକୁ ଚଢ଼ିବା ପାଇଁ ଥିବା ପାହାଚର ଷ୍ଟିଲ ରେଲିଂରୁ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ଜଣେ ଯୁବକ ଝୁଲିପଡ଼ି ଜୀବନ ହାରିଛନ୍ତି। ବ୍ୟକ୍ତିଜଣକ ବେକରେ ଗାମୁଛା ଲଗାଇ ଜୀବନ ହାରିଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ। ମୃତକଙ୍କ ପରିଚୟ ଓ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚଳାଇଛି ପୋଲିସ ।


