Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବରଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ଥାନା ଗଦାଧରପୁରର ଖଳବଳା ନାଳ ପାଖ ଏକ ବରଗଛରେ ଜନୈକ ଯୁବକର ମୃତଦେହ ଝୁଲୁଥିବାର ପୋଲିସ୍ ସୂତ୍ରରୁ ଜଣା ପଡିଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ପଂଚାୟତର ଗଦାଧରପୁର ଗ୍ରାମର କାଳିଚରଣ ପଣ୍ଡା (୨୭) ଦୁଇ ଦିନ ହେଲା ନିଖୋଜ ଥିଲେ। ତାଙ୍କୁ ପରିବାର ଲୋକେ ଖୋଜାଖୋଜି କରି ମଧ୍ୟ ପାଇ ନ ଥିଲେ। ଆଜି ଅପରାହ୍ନ ୧.୩୦ ମି.ରେ ଗଦାଧରପୁର ନିକଟସ୍ଥ ଖଳବଳା ନାଳ ପାଖରେ ଥିବା ଏକ ବରଗଛରେ କାଳିଚରଣ ପଣ୍ଡା ଙ୍କର ମୃତଦେହ ଝୁଲୁଥିବାର ଲୋକମାନେ ଦେଖିଥିଲେ। ସଙ୍ଗେ ସଙ୍ଗେ ନାକଟିଦେଉଳ ଥାନାକୁ ଫୋନ୍ କରି ଜଣାଇଥିଲେ।

ଘଟଣା ସ୍ଥଳକୁ ପୋଲିସ୍ ପହଂଚି ଅନୁସନ୍ଧାନ କରୁଥିବା ବେଳେ ସମ୍ବଲପୁରରୁ ସାଇନ୍ଟିଫିକ୍ ଟିମ୍ ଆସିଲା ପରେ ଶବକୁ ଜବତ କରାଯିବ ବୋଲି ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଏହା ଆତ୍ମ ହତ୍ୟା ନା ହତ୍ୟା ଜଣା ପଡି ନ ଥିବା ବେଳେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ମୃତ ବ୍ୟକ୍ତିର ଶବକୁ ଦେଖିଲେ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ଅନୁମାନ କରାଯାଇଛି। ପୋଲିସ୍ ଘଟଣା ସ୍ଥଳରେ ପହଂଚି ଛାନ୍‌ଭିନ୍ ଚଲାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ (ଅପରାହ୍ନ୫ଟା) ସମ୍ବଲପୁରରୁ ସାଇନ୍‌ଟିଫିକ୍ ଟିମ୍ ପହଂଚି ନ ଥିବା ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ରେଳଷ୍ଟେସନ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର: ବଲାଙ୍ଗିର ରେଳଷ୍ଟେସନ ନିକଟ ଏକ ବରଗଛରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି।

ଆଜି ସକାଳେ ସ୍ଥାନୀୟ ଲୋକେ ଏହା ଦେଖି ଷ୍ଟେସନ କର୍ତୃପକ୍ଷ ଓ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀରେ ରହସ୍ୟଜନକ ଅବସ୍ଥାରେ ନବଦମ୍ପତିଙ୍କ ମୃତ୍ୟୁ

ଭୁବନେଶ୍ବର : ଭୁବନେଶ୍ବରରେ ନବ ଦମ୍ପତିଙ୍କ ରହସ୍ୟଜନକ ମୃତ୍ୟୁ ହୋଇଥିବାର ଖବର ମିଳିଛି ।  ଲିଙ୍ଗରାଜ ଥାନା କେଉଟ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ସ୍ବାମୀର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ସ୍ତ୍ରୀର ମୃତ ଦେହ ବେଡ୍ ତଳେ ପଡିଥିବାର ଦେଖାଯାଇଥିଲା । ତିନିମାସ ତଳେ ବିବାହ କରିଥିବବେଳେ ସ୍ବାମୀ ଜଣକ ହକର୍‌ ରୂପେ କାର୍ଯ୍ୟ କରୁଥିଲା ।

ଉଭୟ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ କେଉଁ ପରିସ୍ଥିତିରେ କେଉଁ କାରଣ ଯୋଗୁଁ ଦୁହିଁଙ୍କର ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି  ଲିଙ୍ଗରାଜ ପୁଲିସ୍‌ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରି ଛାନଭିନ୍ ଆରମ୍ଭ କରିଛି।

 

Categories
ଆଜିର ଖବର ରାଜ୍ୟ ଖବର

ଗଛରୁ ଦୁଇଟି ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର : ଦୁଇ ପୁଅଝିଅଙ୍କ ଝୁଲନ୍ତା ମୃତଦେହ ଗଛରୁ ଉଦ୍ଧାର କରାଯାଇଛି। ପାଟପୁର ଥାନା ପୋଡାମାରି ନିକଟ ପଦ୍ମପୁର ଗ୍ରାମର ଏହି ମୃତଦେହ ଉଦ୍ଧାର କରାଯାଇଛି। ଉଭୟେ ପଦ୍ମପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ତେବେ ଝିଅଟି ନାବାଳିକା ହୋଇଥିବାବେଳେ ପୁଅଟି ସାବାଳକ ହୋଇଥିବାର ସୂଚନା ରହିଛି। ଉଭୟେ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ତେବେ ଦୁହେଁ ସତରେ ଆତ୍ମହତ୍ୟା କରିଛନ୍ତି କି ଏହା ପଛରେ କିଛି କାରଣ ଅଛି, ତାହା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ପୋଲିସ୍‌ ଏନେଇ ତଦନ୍ତ କରୁଛି।