Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ମୁକ୍ତି ଦିବସକୁ ରାଜ୍ୟ ସ୍ତରରେ ପାଳନ କରିବାକୁ ନିବେଦନ
ଆଜିର ଖବର

ବାଣପୁର ମୁକ୍ତି ଦିବସକୁ ରାଜ୍ୟ ସ୍ତରରେ ପାଳନ କରିବାକୁ ନିବେଦନ

June 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର ମୁକ୍ତି ଦିବସ
ବାଣପୁର ମୁକ୍ତି ଦିବସକୁ ରାଜ୍ୟ ସ୍ତରରେ ପାଳନ କରିବାକୁ ନିବେଦନ

ବାଣପୁର: ପରାଧୀନ ଭାରତ ବର୍ଷରେ ଫିରିଙ୍ଗ ବିରୁଦ୍ଧରେ ଲଢ଼େଇ କରି ବାଣପୁରକୁ ତିନିଦିନ ପାଇଁ ଫିରିଙ୍ଗିମୁକ୍ତ କରି ସ୍ଵାଧୀନବାଣପୁର ଘୋଷଣା କରିଥିବା ଘଟଣା ଭାରତ ଇତିହାସରେ ପ୍ରଥମ। ଏହି ଅନାଲୋଚିତ ଐତିହାସିକ ଘଟଣାବଳୀକୁ ରାଜ୍ୟ ସରକାର ପାଠ୍ୟପୁସ୍ତକରେ ସ୍ଥାନ ଦେଇ ଜୁନ ୪.୫.୬ ତିନିଦିନ ବାଣପୁର ମୁକ୍ତି ଦିବସକୁ ସ୍ମରଣୀୟ କରିବାପାଇଁ ରାଜ୍ୟସ୍ତରୀୟ ମୁକ୍ତି ଦିବସ ଭାବରେ ପାଳନ କଲେ ବୀର ବିପ୍ଲବୀ ସହୀଦ କୃତ୍ତିବାସଙ୍କ ପ୍ରତି ସମୁଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସମାରୋହରେ ଉପସ୍ଥିତ ଅତିଥି ବର୍ଗ ଓ ବୁଦ୍ଧିଜୀବି ବକ୍ତବ୍ୟ ରଖି ଏ ସଂପର୍କରେ ଗଣମାଧ୍ୟମର ବଂଧୁମାନେ ରାଜ୍ୟସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରି ସହୀଦ କୃତ୍ତିବାସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଜୁନ ୪ ରେ ଐତିହାସିକ ପଲଟଣ ପଡ଼ିଆରେ ମୁକ୍ତି ପତାକା ଉତ୍ତୋଳନରୁ ଆରମ୍ଭ ହୋଇଥିବା ଏହି ସମାରୋହ ବହୁ ଆଲୋଚନାଚକ୍ର, ଦେଶାତ୍ମବୋଧକ କବିତା ପାଠୋତ୍ସବ, ପାଇକ କବିତା ଆବୃତ୍ତି, ବିଭିନ୍ନ ଐତିହାସିକ ଙ୍କ ଦ୍ଵାରା ରଚ଼ିତ ଓଡ଼ିଶା ଇତିହାସରେ ଉଲ୍ଲିଖିତ ପାଇକ ବିଦ୍ରୋହ ସହିତ ବିଭିନ୍ନ ପତ୍ର ପତ୍ରିକାରେ ରେ ପ୍ରକାଶିତ କବି, ଗାଳ୍ପିକ, ନାଟ୍ୟକାରଙ୍କ ରଚିତ ଏ ସଂପର୍କିତ କବିତା, ପ୍ରବନ୍ଧଓ ନାଟକଉପରେ ପର୍ଯ୍ୟାଲୋଚନା ଇତ୍ୟାଦି କାର୍ଯ୍ୟକ୍ରମ ଶେଷରେ ଜୁନ୍ ୬ଅପରାହ୍ନରେ ସହୀଦ କୃତିବାସ ଭବନରେ ଉଦଯାପନ ଦିବସ ଅନୁଷ୍ଠିତ ହୋଇଥିଲା।

ସମାରୋହର ଆବାହକ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁନାୟକଙ୍କ ସଭାପତିତ୍ୱରେ ଏବଂ ମୁକ୍ତି ଦିବସ ସ୍ମାରକୀ କମିଟିର ସଂପାଦକ କବିବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବିଶ୍ୱମୁକ୍ତି ସାହିତ୍ୟ ପତ୍ରିକାର ସଂପାଦକ କବି ପ୍ରଫେସର ଶଶାଙ୍କ ଶେଖର ଚୂଡ଼ାମଣି, ସମ୍ମାନୀତ ଅତିଥି ଭାବରେ ନିଖିଳ ଉତ୍କଳ ପାଇକ ସଂଘର ସଭାପତି ଅଶୋକ ପାଲଟାସିଂ, ରାଜ୍ୟପାଇକ ଆଖଡ଼ା ମହା ସଂଘର ସଂପାଦକ ଗୁରୁକେଦାରନାଥ ଦାସ, ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘର ସଭାପତି କୃଷ୍ଣଚନ୍ଦ୍ର ନାହାକ ଏବଂ, ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି ଯୋଗ ଦେଇ ବକ୍ସି ଜଗବଂଧୁଙ୍କ ଡାକରାରେ ବାଣପୁର ମାଟିରେ ସଂଗଠିତ ପ୍ରଥମ ପାଇକ ବିଦ୍ରୋହ ଏବଂ ଏହାର ମହାନାୟକ ଭାଟପଡ଼ା ଗଡ଼ର ଦଳବେହେରା ଦୀନବନ୍ଧୁ ମହାରଥା ସାମନ୍ତରାୟ, ଶ୍ୟାମସୁନ୍ଦର ପାଟଶାଣୀ, ଏବଂ୧୮୩୬ ବିଦ୍ରୋହର ସେନାପତି ଅରାଙ୍ଗଗଡ଼ର ଦଳବେହେରା ବିପ୍ଳବୀ କୃତ୍ତିବାସ ପାଟଶାଣୀ, ରାଜାପଞ୍ଚାନନ ନାୟକ ଓରଫ ଶରଣ ସିଂ, ପାଇକସର୍ଦ୍ଦାର ଲୋଚନ ବିଶୋଇ, ଶିବ ବିଶୋଇ, ଦୀନାଜାନୀ, ସାଧୁଜାନୀଙ୍କ ମାଟିର ମୁକ୍ତିପାଇଁ ତ୍ୟାଗ ଓ ବଳିଦାନ ସଂପର୍କରେ ଦିକ୍ଷାନ୍ତ ବ୍ୟକ୍ତବ୍ୟରଖି ଇତିହାସର ଏହି ବିରଳ ଦୃଷ୍ଟାନ୍ତମୂଳକ ଘଟଣାବଳୀକୁ ସମ୍ମାନ ଜଣାଇ ରାଜ୍ୟ ଓ କେନ୍ଦ୍ର ସରକାର ଏହା ଉପରେ ଅଧିକ ପର୍ଯ୍ୟାଲୋଚନା ପୂର୍ବକ ଭାରତ ଇତିହାସ ପୃଷ୍ଠାରେ ଏହାକୁ ସ୍ଥାନ ଦେବାକୁ ନିବେଦନ କରି ସହୀଦଙ୍କୁ ଶୁଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଉତ୍ସବ ଆରାମ୍ଭରୁ ବିଶିଷ୍ଟ କବି ପୁରୁଷୋତ୍ତମ ମହାପାତ୍ରଙ୍କ ସଭାପତିତ୍ୱରେ ଏବଂ ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ ଓ କବିଶିଶିର କୁମାର ଦାସଙ୍କ ସଂଯୋଜନାରେ ମନୋଜ୍ଞ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

କବି ବିଚିତ୍ରାନନ୍ଦ ବେହେରା, ରଙ୍କନାଥ ସେଠୀ, ଆନନ୍ଦଚନ୍ଦ୍ର ସେନାପତି, ଶଶିଭୂଷଣ ବରାଳ , ପ୍ରଭାତ କୁମାର ବେହେରା, ଭିକାରୀଚରଣ ପ୍ରଧାନ, ମହେଶ୍ୱର ଜେନା, ସଂଧ୍ୟାଦେବୀ, ଅଧ୍ୟାପିକା ସସ୍ମିତା ପାଣିଗ୍ରାହୀ, ସ୍ମୃତି ପଟ୍ଟନାୟକ, ଦେବା ଶୀଷ ପଟ୍ଟନାୟକ, ପ୍ରମୋଦ କୁମାର ମହାପାତ୍ରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ସାରସ୍ଵତ ପ୍ରତିଭା ସ୍ୱରଚିତ କବିତା ପାଠ କରି ଉତ୍ସବରେ ଏକ ଦେଶପ୍ରେମ ଭାବନାର ସିହରଣ ସୃଷ୍ଟି କରିଥିଲେ।

ଶେଷରେ ମୁକ୍ତିପତକା ଅବତରଣ କରାଯାଇ ସମାରୋହ ଉଦଯାପିତ ହୋଇଥିଲା।

ଫିରିଙ୍ଗିମୁକ୍ତ ବାଣପୁର ମୁକ୍ତି ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

Kathmandu KLF 2026: ନେପାଳରେ ଉଦଘାଟିତ ହେଲା କାଠମାଣ୍ଡୁ-କଳିଙ୍ଗ ସାହିତ୍ୟ ମହୋତ୍ସବ

June 7, 2026

ଖୋର୍ଦ୍ଧାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

June 7, 2026

“ଅସରପା ପାଇଁ ପ୍ରତିରୋଧକ ଔଷଧ ଉପଲବ୍ଧ”: CJP ର ପ୍ରତିବାଦ ଉପରେ କୁମାର ବିଶ୍ୱାସଙ୍କ କଟାକ୍ଷ

June 7, 2026

ରାହୁଲ ଗାନ୍ଧୀଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଲେ ଐତିହାସିକ: ଏଭଳି ଉତ୍ତର ଦେଲେ ଶଶି ଥରୁର

June 7, 2026
Latest News

ବାଣପୁର ମୁକ୍ତି ଦିବସକୁ ରାଜ୍ୟ ସ୍ତରରେ ପାଳନ କରିବାକୁ ନିବେଦନ

June 7, 2026

Kathmandu KLF 2026: ନେପାଳରେ ଉଦଘାଟିତ ହେଲା କାଠମାଣ୍ଡୁ-କଳିଙ୍ଗ ସାହିତ୍ୟ ମହୋତ୍ସବ

June 7, 2026

ଖୋର୍ଦ୍ଧାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

June 7, 2026

କକ୍ରୋଚ୍ ଜନତା ପାର୍ଟି ପରେ ‘ଚିଣ୍ଟି ଜନତା ପାର୍ଟି’: ନୂଆ ଦଳ ଗଠନ କଲେ ପୂର୍ବତନ ବିଜେପି ନେତା

June 7, 2026

“ଅସରପା ପାଇଁ ପ୍ରତିରୋଧକ ଔଷଧ ଉପଲବ୍ଧ”: CJP ର ପ୍ରତିବାଦ ଉପରେ କୁମାର ବିଶ୍ୱାସଙ୍କ କଟାକ୍ଷ

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.