ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁରପଟଣା ଗାଁରେ କୂଅ ସଫା କରୁଥିବା ବେଳେ ଅଘଟଣ ଘଟିଛି। ଶ୍ୱାସରୁଦ୍ଧ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ବାପ-ପୁଅ ଗୁରୁତର ହୋଇଛନ୍ତି।
ସୁକାନ୍ତ ପରିଡ଼ାଙ୍କ କୂଅ ସଫା କରିବାକୁ ଆସିଥିବା ୩ ଜଣ ଶ୍ରମିକଙ୍କ ମଧ୍ୟରୁ ପ୍ରଥମେ ଜଣେ କୂଅ ଭିତରେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇଜଣ ମଧ୍ୟ ଅଚେତ ହୋଇଯାଇଥିଲେ।
ଖବର ପାଇ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଉଦ୍ଧାର ହୋଇଥିବା ଜଣେ ଶ୍ରମିକଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ ଘୋଷଣା କରାଯାଇଥିବାବେଳେ ଗୁରୁତର ବାପ-ପୁଅଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।


