ବିବାହ ପାଇଁ କହିବାରୁ ପ୍ରେମିକାକୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପ୍ରେମିକ ଗିରଫ । ଗତ 7 ତାରିଖରେ ଘଟିଥିଲା ଏଇ ଘଟଣା । ହତ୍ୟାକୁ ଦୁର୍ଘଟଣା ରୂପ ଦେବା ପାଇଁ ପ୍ରେମିକ ଯୋଜନା କରିଥିଲେ । ଅଭିଯୁକ୍ତ ଜଣକ ହେଉଛନ୍ତି ନିମ୍ବଖଣ୍ଡି ଅଞ୍ଚଳରେ ବୋଲି ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, ଗତ 7 ତାରିଖରେ ପ୍ରେମିକାକୁ ଗୋପାଳପୁର ବୁଲାଇ ନେଇ ତାକୁ ଚଳନ୍ତା ଗାଡିରୁ ପେଲିଦେଇଥିଲେ। ଯାହାଫଳରେ ପ୍ରେମିକାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ପୋଲିସ ଏହି ଘଟଣାର ତଦନ୍ତ କରି ସତ୍ୟ ବାହାର କରିଛି । ପ୍ରେମିକ ଜଣକ ପ୍ରେମିକାକୁ ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିଲା ।


