ରେଢ଼ାଖୋଲ (କନ୍ଦର୍ପ ବେହେରା): ସମୃଦ୍ଧ ଓଡିଶା ଗଠନ ପାଇଁ ମହିଳାମାନେ ସ୍ବାବଲମ୍ବୀ ସହ ଉଦ୍ୟୋଗୀ ହୋଇ ଆତ୍ମ ନିର୍ଭରଶିଳ ହେବା ସହ ଅନ୍ୟ ମାନଙ୍କୁ ଦିଅନ୍ତୁ ବୋଲି ରେଢ଼ାଖୋଲ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ବୁଖ ପଡ଼ିଆରେ ଆୟୋଜିତ ବ୍ଲକ ସ୍ତରୀୟ ଲକ୍ଷ ପତି ଦିଦି କର୍ମଶାଳାରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଜୀବିକା ମିଶନ ରେଢ଼ାଖୋଲ ବ୍ଲକ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ବିଡ଼ିଓ ରାଜେନ୍ଦ୍ର ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇ ଥିଲା।
ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତ ମୁଖ୍ୟ ଅତିଥି, ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଶରତ କୁମାର ପ୍ରଧାନ, ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ଵାଳ, ଏନଏସି ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ମାର୍ଥା, ବିଜେପି ନେତ୍ରୀ ସୁଷମା ମୁଣ୍ଡା, ସିଡିପିଓ ଆରତୀ ମିଶ୍ର, କୃଷି ବିଭାଗ ଅଧିକାରୀ ସମଲେଇ ପ୍ରସାଦ ପରିଡ଼ା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମହିଳା ମାନଙ୍କୁ ସଶକ୍ତି କରଣ କରିବା ଶହ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ପାଇଁ କେନ୍ଦ୍ର ସରକାରଙ୍କ ଏହି ଲକ୍ଷପତି ଯୋଜନା ମହିଳା ମାନଙ୍କ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ରୁ ଉର୍ଦ୍ଧ ସ୍ଵୟଂ ସହାୟକ ଗୋଷ୍ଠୀ ଯୋଗ ଦେଇ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରୟ ଷ୍ଟଲ ଖୋଲି ଥିଲେ।
ଏହି ଅବସରରେ ବିଭିନ୍ନ ସଂୟ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା ଓ ସମ୍ବଲପୁର ପଞ୍ଚ ବାଦ୍ୟ ଦଳ, ଖୁବେଲ ଦଣ୍ଡ ଓ ପାଲା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଥିଲେ।


