ଭୁବନେଶ୍ୱର: ଦୀର୍ଘ ଦିନ ଧରି ବକେୟା ଦରମା ପ୍ରଦାନ ଦାବିରେ ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟରତ ଆଉଟ୍ସୋର୍ସିଂ କର୍ମଚାରୀମାନେ ଶୁକ୍ରବାର ଏମ୍ସର ମୁଖ୍ୟ ପ୍ରବେଶଦ୍ୱାର ସମ୍ମୁଖରେ ଧାରଣା ଦେଇଛନ୍ତି।
କର୍ମଚାରୀମାନଙ୍କ ଅଭିଯୋଗ ଅନୁଯାୟୀ, ଅନେକ ମାସ ଧରି ଦରମା ବକେୟା ରହିଥିବାରୁ ସେମାନେ ଗୁରୁତର ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ପରିବାର ପ୍ରତିପୋଷଣ, ପିଲାଙ୍କ ଶିକ୍ଷା ଓ ଦୈନନ୍ଦିନ ଖର୍ଚ୍ଚ ବହନ କରିବା କଷ୍ଟକର ହୋଇପଡ଼ିଥିବା ସେମାନେ କହିଛନ୍ତି।
ବାରମ୍ବାର ଦାବି ସତ୍ତ୍ୱେ ବକେୟା ଦରମା ପ୍ରଦାନ ହୋଇନଥିବାରୁ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ତୁରନ୍ତ ଦରମା ପ୍ରଦାନ କରାନଗଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଧାରଣାରତ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।
ଏହି ପ୍ରସଙ୍ଗରେ ଏମ୍ସ କର୍ତ୍ତୃପକ୍ଷ କିମ୍ବା ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ ଖବର ଲେଖାଯିବା ସୁଦ୍ଧା କୌଣସି ଔପଚାରିକ ପ୍ରତିକ୍ରିୟା ମିଳିନାହିଁ।


