Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପି ସରକାରଙ୍କ ଦୁଇ ବର୍ଷ ପୁର୍ତ୍ତି ଉପଲକ୍ଷେ କଂଗ୍ରେସର କଟାକ୍ଷ, କହିଲେ…
ଆଜିର ଖବର

ବିଜେପି ସରକାରଙ୍କ ଦୁଇ ବର୍ଷ ପୁର୍ତ୍ତି ଉପଲକ୍ଷେ କଂଗ୍ରେସର କଟାକ୍ଷ, କହିଲେ…

June 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପି ସରକାର
ବିଜେପି ସରକାରଙ୍କ ଦୁଇ ବର୍ଷ ପୁର୍ତ୍ତି ଉପଲକ୍ଷେ କଂଗ୍ରେସର କଟାକ୍ଷ, କହିଲେ...

ଭୁବନେଶ୍ୱର: ଆଜି ଓଡିଶା ସରକାରଙ୍କ କାର୍ଯ୍ୟକାଳ ଦୁଇବର୍ଷ ପୂର୍ଣ୍ଣ ହେବାକୁ ନେଇ ଭଣ୍ଡ ପୂର୍ତ୍ତୀ ଉତ୍ସବ ପାଳନକୁ ନେଇ କଂଗ୍ରେସ କ୍ରମାଗତ ଭାବେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଅସଲ ମୁଖା ଖୋଲୁଛି। ସେହି ପରିପେକ୍ଷୀରେ ଆଜି କଂଗ୍ରେସ ଭବନଠାରେ ପୂର୍ବତନ ମନ୍ତ୍ରୀ ଡଃ ପଞ୍ଚାନନ କାନୁନଗୋ ଏବଂ ପିସିସି ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ସରକାରଙ୍କ ଅପାରଗତାର ପର୍ଦାଫାଶ କରିଥିଲେ।

ଗଣମାଧ୍ୟମକୁ ସମ୍ବୋଧିତ କରି ଡଃ କାନୁନଗୋ କହିଲେ, ବିଜେପିର ସରକାର ମୋହନ ମାଝିଙ୍କ ମୁଖ୍ୟମନ୍ତ୍ରିତ୍ୱରେ 2 ବର୍ଷ ପୁରିଲା। ନାଗରିକ ବା ରାଜ୍ୟବାସୀଙ୍କ ମଙ୍ଗଳ ସହିତ ସୁରକ୍ଷା ଦେବା ପ୍ରତ୍ୟେକ ସରକାରର କାର୍ଯ୍ୟ ଓ ଦାୟିତ୍ୱ। ବଜାରରେ କମିବା ଦୂରେ ଥାଉ ଦରଦାମ ବୃଦ୍ଧିରେ ଲୋକେ ଅତିଷ୍ଠ ହୋଇ ଗଲେଣି। ଆଜି ନାରୀଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ।

ଗତ 24 ମାସରେ 11 ଗୋଟି ହାଜତ ମୃତ୍ୟୁ ସମ୍ପର୍କରେ ମକଦ୍ଦମା ଆରମ୍ଭ ହୋଇଛି। ଆହୁରି 13 ଟି ଅଭିଯୋଗ, ପୋଲିସ ମାଡ଼ରେ ମୃତ୍ୟୁ, ସରକାରୀ ଅଫିସରଙ୍କ ଘରେ ଆତ୍ମହତ୍ୟା, ପୋଲିସ ଉପସ୍ଥିତିରେ ହତ୍ୟା ଲୋକଲୋଚନକୁ ଗଣମାଧ୍ୟମ ଜରିଆରେ ଆସିଛି।

24 ମାସରେ 24 ଗୋଟି ହତ୍ୟା, ଏହା କଣ ନାଗରିକଙ୍କ ସୁରକ୍ଷା ? ଏହି ସମସ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବା ଆସାମୀ କିଏ ? ଗୃହ ବିଭାଗ, ପୋଲିସ ବିଭାଗ ମୁଖ୍ୟଙ୍କୁ ଅଭିଯୁକ୍ତ ଆସାମୀ ଭାବରେ ଗ୍ରହଣ କରାଯିବ ନା ନାହିଁ ବୋଲି ଶ୍ରୀ କାନୁନଗୋ ପ୍ରଶ୍ନ ପଚାରିବା ସହ ଆହୁରି କହିଛନ୍ତି ଯେ, ଜଣଙ୍କ ଘର ଭିତରେ ଥିବା ବ୍ୟକ୍ତିର ମୃତଦେହ କ୍ଷତ ବିକ୍ଷତ ଅବସ୍ଥାରେ ପୋଲିସ ଜବତ କଲା, ତେବେ ସେହି ହତ୍ୟାକାଣ୍ଡ ପାଇଁ ଘରର ମୁଖ୍ୟ ଓ ଉପସ୍ଥିତ ସଦସ୍ୟ ମାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବ ନା ନାହିଁ, AG ଙ୍କୁ ପଚରାଯାଉ।

ସମସ୍ତ ହାଜତ ମୃତ୍ୟୁପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଅଭିଯୁକ୍ତ। ସେ ଇସ୍ତଫା ଦେଇ ତଦନ୍ତର ସମ୍ମୁଖୀନ ହୁଅନ୍ତୁ। ଭାରତୀୟ ନ୍ୟାୟ ସଂହିତା BNSS ର ଧାରା 101, 341, 61 ଅନୁସାରେ ତାଙ୍କ ବିରୋଧରେ ମକଦ୍ଦମା ଚାଲୁହେବା ଦରକାର। ଏହି ସବୁ ଧାରା ଆଇପିସିସି ଓ ସିଆରପିସିର ଧାରା 304,120A, 120B ପ୍ରଭୃତି ସହ ମିଳାଇ ଦେଖିବାକୁ ପଡ଼ିବ।

ତେଣୁ ଏସବୁ ଘଟଣାବଳୀକୁ ନେଇ ଓଡିଶା କଂଗ୍ରେସ ଦାବୀ କରୁଛି ଯେ, ରାଜ୍ୟ ସରକାର ନାଗରିକଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି ଏବଂ ନିଜ ହାତରେ ଅତ୍ୟାଚାର କରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାର କୈଫିୟତ ମୁଖ୍ୟମନ୍ତ୍ରୀ କିମ୍ବା ଆଇନ ମନ୍ତ୍ରୀ ଅବା ଆଡ଼ଭୋକେଟ ଜେନେରାଲ ଦିଅନ୍ତୁ ବୋଲି ଶ୍ରୀ କାନୁନଗୋ ଦାବୀ କହିଛନ୍ତି।

ଉପସ୍ଥିତ ପିସିସି ବରିଷ୍ଠ ମୁଖପାତ୍ର ଶ୍ରୀ ଦାଶ କହିଲେ ବିଜେପି ସରକାର ଆସିବା ପରଠୁ ପୋଲିସ ପ୍ରଶାସନର ମଣିଷ ପଣିଆ, ମାନବିକତା ପୁରାପୁରି ଧୋଇ ଗଲାଣି। ଏବଂ ସରକାର କେଉଁ କ୍ଷେତ୍ରରେ କଣ ଉପଲବ୍ଧି ପାଇଛନ୍ତି ପ୍ରଥମେ ତାହା ଲୋକଙ୍କୁ ଦେଖାନ୍ତୁ ଓ ପରେ ଉତ୍ସବ ପାଳନ କରିବେ ବୋଲି ପ୍ରକାଶ କରିଛନ୍ତି।

କଂଗ୍ରେସ କଂଗ୍ରେସ ଦଳ ପଞ୍ଚାନନ କାନୁନଗୋ ବିଜେପି ସରକାର ବିଜେପି ସରକାରଙ୍କ ଦୁଇ ବର୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ମୋହନ ସରକାରଙ୍କୁ ପୁରିଲା ଦୁଇ ବର୍ଷ, ସଫଳତାର ଚିତ୍ର ଆଙ୍କିଲେ ମୁଖ୍ୟମନ୍ତ୍ରୀ, କହିଲେ…..

June 12, 2026

ବଢ଼ିଲା ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା: ସାମ୍ପ୍ରଦାୟିକ ମନ୍ତବ୍ୟ ପାଇଁ ମାମଲା ରୁଜୁ

June 12, 2026

RSS ମୁଖ୍ୟ ଯାତ୍ରା କରୁଥିବା ଟ୍ରେନ ଉପରେ ଆକ୍ରମଣ: ତିନି ନାବାଳକ ଗିରଫ

June 12, 2026

NEET ପୁନଃପରୀକ୍ଷା ଉପରେ NTA ର ବଡ଼ ନିଷ୍ପତ୍ତି: ଅତିରିକ୍ତ ସମୟ ପାଇବେ ଛାତ୍ରଛାତ୍ରୀ

June 12, 2026
Latest News

ବିଜେପି ସରକାରଙ୍କ ଦୁଇ ବର୍ଷ ପୁର୍ତ୍ତି ଉପଲକ୍ଷେ କଂଗ୍ରେସର କଟାକ୍ଷ, କହିଲେ…

June 12, 2026

ମୋହନ ସରକାରଙ୍କୁ ପୁରିଲା ଦୁଇ ବର୍ଷ, ସଫଳତାର ଚିତ୍ର ଆଙ୍କିଲେ ମୁଖ୍ୟମନ୍ତ୍ରୀ, କହିଲେ…..

June 12, 2026

ବଢ଼ିଲା ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା: ସାମ୍ପ୍ରଦାୟିକ ମନ୍ତବ୍ୟ ପାଇଁ ମାମଲା ରୁଜୁ

June 12, 2026

RSS ମୁଖ୍ୟ ଯାତ୍ରା କରୁଥିବା ଟ୍ରେନ ଉପରେ ଆକ୍ରମଣ: ତିନି ନାବାଳକ ଗିରଫ

June 12, 2026

NEET ପୁନଃପରୀକ୍ଷା ଉପରେ NTA ର ବଡ଼ ନିଷ୍ପତ୍ତି: ଅତିରିକ୍ତ ସମୟ ପାଇବେ ଛାତ୍ରଛାତ୍ରୀ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.