Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ‘ଭାରତ ଇନୋଭେଟ୍ସ’ ର ରଣନୀତିକ ଦସ୍ତାବିଜ୍ ଉନ୍ମୋଚିତ
ଆଜିର ଖବର

କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ‘ଭାରତ ଇନୋଭେଟ୍ସ’ ର ରଣନୀତିକ ଦସ୍ତାବିଜ୍ ଉନ୍ମୋଚିତ

June 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ‘ଭାରତ ଇନୋଭେଟ୍ସ’ ର ରଣନୀତିକ ଦସ୍ତାବିଜ୍ ଉନ୍ମୋଚିତ
କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ‘ଭାରତ ଇନୋଭେଟ୍ସ’ ର ରଣନୀତିକ ଦସ୍ତାବିଜ୍ ଉନ୍ମୋଚିତ

ନୂଆଦିଲ୍ଲୀ: ଭାରତରେ ବଢୁଥିବା ଇନୋଭେସନ ଓ ଟେକ୍ନୋଲୋଜିର କ୍ଷମତାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଫ୍ରାନ୍ସର ନିସ୍ ସହରରେ ଆୟୋଜିତ ହେବାକୁ ଥିବା ଏହି ପ୍ରମୁଖ ଆନ୍ତର୍ଜାତୀୟ ପ୍ରଦର୍ଶନୀ ପୂର୍ବରୁ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଭାରତ ଇନୋଭେଟ୍ସ’ ର ରଣନୀତିକ ଦସ୍ତାବିଜ୍‌ଗୁଡ଼ିକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି।

ଉନ୍ମୋଚନ ସମୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଆସନ୍ତା ଜୁନ୍ ୧୪ ତାରିଖରେ ଫ୍ରାନ୍ସର ନିସ୍ ସହରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନଙ୍କ ଉପସ୍ଥିତିରେ ‘ଭାରତ ଇନୋଭେଟ୍ସ’ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ହେବାକୁ ଯାଉଛି। ଏହି ଗରିମାମୟ କାର୍ଯ୍ୟକ୍ରମରେ ଭାରତର ନୂଆପିଢ଼ିର ଅଭିନବ ଚିନ୍ତାଧାରା, ବ୍ୟବସାୟିକ ପ୍ରସ୍ତାବ ଏବଂ ବିଶ୍ୱର ଆବଶ୍ୟକତାକୁ ପୂରଣ କଲାଭଳି ନୂତନ ଉଦ୍ଭାବନଗୁଡ଼ିକୁ ପ୍ରଦର୍ଶିତ କରାଯିବ। ଏହା ଭାରତର ଯୁବ ପିଢ଼ିର ପ୍ରତିଭା ପ୍ରତି ଏକ ବଡ଼ ଆନ୍ତର୍ଜାତୀୟ ସ୍ୱୀକୃତି।

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ପରାମର୍ଶ କ୍ରମେ, ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆସିଥିବା  ହଜାର ହଜାର ପ୍ରସ୍ତାବ ମଧ୍ୟରୁ ଯାଞ୍ଚ କରାଯାଇ ୧୨୦ଟି ପ୍ରତିଭାବାନ ନୂତନ  ଷ୍ଟାର୍ଟଅପକୁ ଚୟନ କରାଯାଇଛି। ଏହି ଷ୍ଟାର୍ଟଅପଗୁଡ଼ିକ ୧୩ଟି ପ୍ରାଥମିକତା କ୍ଷେତ୍ର ଉପରେ କାର୍ଯ୍ୟ କରୁଛନ୍ତି ଏବଂ ଦେଶର ୨୦ରୁ ଅଧିକ ପ୍ରମୁଖ ଶିକ୍ଷାନୁଷ୍ଠାନ ସହିତ ଭାଗିଦାର ହୋଇଛନ୍ତି। ଜୁନ୍ ୧୪ ରୁ ୧୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବିଶ୍ୱର ଅନେକ ଆର୍ଥିକ ପ୍ରତିଷ୍ଠାନ, ଆନ୍ତର୍ଜାତୀୟ କମ୍ପାନୀ ଏବଂ ବୁଦ୍ଧିଜୀବୀମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଏଠାରେ ଆଲୋଚନା ସହ ବ୍ୟବସାୟିକ ବୈଠକ  ମଧ୍ୟ ଅନୁଷ୍ଠିତ ହେବ।

ଏହି ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଯୁବପିଢ଼ିଙ୍କ ଦ୍ୱାରା ପ୍ରସ୍ତୁତ ଏହି ଅଭିନବ ଉଦ୍ଭାବନଗୁଡ଼ିକୁ ସମଗ୍ର ବିଶ୍ୱ ସମ୍ମୁଖରେ ଉପସ୍ଥାପିତ କରିବେ। ଭାରତ ତଥା ବିଶ୍ୱର ସାଧାରଣ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସ୍ୱଳ୍ପ ବ୍ୟୟସାପେକ୍ଷ, ଉଚ୍ଚ ଗୁଣବତ୍ତାସମ୍ପନ୍ନ ଏବଂ ସହଜରେ ଉପଲବ୍ଧ ହୋଇପାରୁଥିବା ସମାଧାନ ପ୍ରସ୍ତୁତ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ବିଶ୍ୱର କଲ୍ୟାଣ ପାଇଁ ଇନୋଭେସନ ଓ ଟେକ୍ନୋଲୋଜି କ୍ଷେତ୍ରରେ ସମ୍ପର୍କକୁ ଅଧିକ ମଜବୁତ କରିବା ଦିଗରେ ସହଯୋଗ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଫ୍ରାନ୍ସର ରାଷ୍ଟ୍ରପତି ଏବଂ ତାଙ୍କ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଦୃଢ଼ତାର ସହ ପ୍ରକାଶ କରିଛନ୍ତି ଯେ ଏହି କାର୍ଯ୍ୟକ୍ରମର ସଫଳତା ପଛରେ ପ୍ରଧାନମନ୍ତ୍ରୀଙ୍କ ଭିଜନ ରହିଛି ଏବଂ ଏହା ଭାରତର ସଫଳତା ସହିତ ଓତପ୍ରୋତଃ ଭାବେ ଜଡ଼ିତ। ସମଗ୍ର ବିଶ୍ୱର ଆଜି ଭାରତର ଯୁବ ପିଢ଼ି ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ଏବଂ ସେମାନେ ମାନବ ସମାଜର ବିଭିନ୍ନ ଆହ୍ୱାନର ସଫଳ ସମାଧାନ କରି ବିଶ୍ୱର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ, ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀବୃନ୍ଦ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

ଧର୍ମେନ୍ଦ୍ର ପ୍ରଧାନ ଭାରତ ଇନୋଭେଟ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ନିୟମକୁ ଅଣଦେଖା: ଅସୁରକ୍ଷିତ ଭାବରେ କାର୍ଯ୍ୟ କରୁଛନ୍ତି ଶ୍ରମିକ

June 12, 2026

ଭାରତୀୟ ଜାହାଜ ଉପରେ ଆକ୍ରମଣ ପ୍ରସଙ୍ଗ: ବିବୃତ୍ତି ଜାରି କଲେ ଟ୍ରମ୍ପ

June 12, 2026

Kolkata Fire: କୋଲକାତାରେ ବଡ ଧରଣର ଅଗ୍ନିକାଣ୍ଡ, ୪,୦୦୦ ଇଭିଏମ ଜଳିପୋଡି ଛାରଖାର

June 12, 2026

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା

June 12, 2026
Latest News

କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ‘ଭାରତ ଇନୋଭେଟ୍ସ’ ର ରଣନୀତିକ ଦସ୍ତାବିଜ୍ ଉନ୍ମୋଚିତ

June 12, 2026

ସରକାରଙ୍କ ନିୟମକୁ ଅଣଦେଖା: ଅସୁରକ୍ଷିତ ଭାବରେ କାର୍ଯ୍ୟ କରୁଛନ୍ତି ଶ୍ରମିକ

June 12, 2026

ଭାରତୀୟ ଜାହାଜ ଉପରେ ଆକ୍ରମଣ ପ୍ରସଙ୍ଗ: ବିବୃତ୍ତି ଜାରି କଲେ ଟ୍ରମ୍ପ

June 12, 2026

Kolkata Fire: କୋଲକାତାରେ ବଡ ଧରଣର ଅଗ୍ନିକାଣ୍ଡ, ୪,୦୦୦ ଇଭିଏମ ଜଳିପୋଡି ଛାରଖାର

June 12, 2026

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.