ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଲେଡି ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ କରିଛନ୍ତି। ଓଡ଼ିଶା ସରକାର ପ୍ରାୟ ୮୦ ହଜାର ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ କରିବେ।
ଏହି ସ୍ମାର୍ଟଫୋନ୍ରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ଆପ୍ ରହିଛି। ଏହା ମାଧ୍ୟମରେ ‘ପୋଷଣ ଅଭିଯାନ’ ଅଧୀନରେ ହିତାଧିକାରୀ ପଞ୍ଜୀକରଣ, ପୋଷଣ ସେବାର ତଦାରଖ, ଶିଶୁଙ୍କ ବିକାଶ ନିରୀକ୍ଷଣ ଓ ପ୍ରାକ୍-ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମର ପରିଚାଳନା ଅଧିକ ସହଜ ହେବ।


