ଭୁବନେଶ୍ବର : ପହିଲି ରଜରେ ଅଘଟଣ । ରାଜଧାନୀ ଭୁବନେଶ୍ବରରେ ସ୍ତ୍ରୀକୁ ହାଣିଲା ସ୍ଵାମୀ । ରଜ ସଜବାଜରେ କିଣାକିଣି କୁ ନେଇ ହୋଇଥିବା କଲି ଉଗ୍ର ରୂପ ଧାରଣ କରିବା ଫଳରେ ଏପରି ଏକ କାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁସାରେ ମଞ୍ଚେଶ୍ଵର ଠାରେ ନିଶାସକ୍ତ ସ୍ଵାମୀ ଜଣକ କଟୁରୀରେ ସ୍ତ୍ରୀ ଉପରକୁ ଆକ୍ରମଣ କରିଛି । ଏହି ଆକ୍ରମଣରେ ସ୍ତ୍ରୀ ଜଣ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।


