ଭୁବନେଶ୍ଵର : ଡାକ୍ତରଙ୍କ ବିନା ପ୍ରେସକ୍ରିପସନରେ ବିକ୍ରି ହୋଇପାରିବ ନାହିଁ କଫ ସିରଫ । ଏବେ କଫ ସିରଫକୁ ନିଶା ଭାବେ ବ୍ୟବହାର କରୁଛନ୍ତି ନିଶାଡି । ଏଣିକି ମନଇଛା ଫାର୍ମାସୀରୁ କଫ ସିରଫ କିଣିପାରିବେନି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କଡା ନିୟମ । ଡ୍ରଗ୍ସ ରୁଲ୍ସ -୧୯୪୫ର ସଂଶୋଧନ କରାଯାଇଛି । ସିରଫ ଆଧାରିତ ଔଷଧ ଆଉ OTC ଶ୍ରେଣୀରେ ରହିବ ନାହିଁ । ନୂଆ ନିୟମ ୨୦୨୬ ଜୁନ ୯ ତାରିଖରେ ଅଧିସୂଚିତ ହୋଇଛି । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଶିଶୁମୃତ୍ୟୁ ଘଟଣା ଚିନ୍ତିତ କରିଥିଲା।


