Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଡାଲିରେ ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲ ଉପରେ ବିଶେଷ ଗୁରୁତ୍ୱାରୋପ
ଆଜିର ଖବର

‘ଡାଲିରେ ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲ ଉପରେ ବିଶେଷ ଗୁରୁତ୍ୱାରୋପ

June 17, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
‘ଡାଲିରେ ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲ ଉପରେ ବିଶେଷ ଗୁରୁତ୍ୱାରୋପ
‘ଡାଲିରେ ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲ ଉପରେ ବିଶେଷ ଗୁରୁତ୍ୱାରୋପ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ କୃଷି ଭବନରେ ଏକ ସାପ୍ତାହିକ ଉଚ୍ଚସ୍ତରୀୟ କୃଷି ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ସେ ଚଳିତ ଖରିଫ ୨୦୨୬ ଋତୁ ପାଇଁ ସାରା ଦେଶରେ ଚାଲିଥିବା ପ୍ରସ୍ତୁତିର ସବିଶେଷ ସମୀକ୍ଷା କରିଛନ୍ତି । ଏହା ସହିତ, ସମ୍ଭାବ୍ୟ ଏଲ୍ ନିନୋ ସ୍ଥିତିକୁ ଦୃଷ୍ଟିରେ ରଖି ସେ କପା ଉତ୍ପାଦନ ବୃଦ୍ଧି, ଡାଲି ଜାତୀୟ ଶସ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ଏବଂ କମ୍ ବୃଷ୍ଟିପାତ ହେଉଥିବା ଜିଲ୍ଲାଗୁଡ଼ିକ ପାଇଁ ଅଗ୍ରୀମ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ କୃଷକମାନଙ୍କ ସ୍ୱାର୍ଥ ରକ୍ଷା କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ ସ୍ପଷ୍ଟ କରିଛନ୍ତି। ଚଳିତ ମୌସୁମୀ ଋତୁରେ ସୃଷ୍ଟି ହେବାକୁ ଥିବା ଯେକୌଣସି ପ୍ରତିକୂଳ ପାଣିପାଗ ସ୍ଥିତିରୁ କୃଷି ଓ କୃଷକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଆଗୁଆ ଗ୍ରହଣ କରାଯିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା।

ବୈଠକରେ ସମ୍ଭାବ୍ୟ ‘ଏଲ୍‌ ନିନୋ’ ପରିସ୍ଥିତି ଉପରେ ଆଲୋଚନା କରିବା ସମୟରେ,ଶ୍ରୀ ଚୌହାନ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଯେଉଁ ଜିଲ୍ଲାଗୁଡ଼ିକରେ ନିଅଣ୍ଟିଆ କିମ୍ବା ଅସମାନ ବର୍ଷା ହେବାର ସମ୍ଭାବନା ଅଛି, ସେଠାରେ ପୂର୍ବରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯିବା ଉଚିତ। ସେ କହିଥିଲେ ଯେ ଏପରି ଜିଲ୍ଲାଗୁଡ଼ିକୁ ସ୍ପଷ୍ଟ ଭାବରେ ଚିହ୍ନଟ କରି ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ ରଖି ଫସଲଭିତ୍ତିକ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରାଯିବା ଉଚିତ ଯାହା ଦ୍ୱାରା ଯେକୌଣସି ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ଚାଷୀମାନଙ୍କୁ ତୁରନ୍ତ ବିକଳ୍ପ, ପରାମର୍ଶ ଏବଂ ସହାୟତା ଯୋଗାଇ ଦିଆଯାଇପାରିବ। ଜଳ ସଂରକ୍ଷଣ, ଆର୍ଦ୍ରତା ପରିଚାଳନା, ଆନ୍ତଃ-ଫସଲ ଏବଂ ବିକଳ୍ପ ଫସଲ ପ୍ରଣାଳୀ ଉପରେ ବିଶେଷ ଧ୍ୟାନ ଦିଆଯିବା ଉଚିତ ଏବଂ ପ୍ରତ୍ୟେକ ବିପଦପୂର୍ଣ୍ଣ ଜିଲ୍ଲା ପାଇଁ ଏକ ପୃଥକ ଏବଂ ବ୍ୟବହାରିକ ରଣନୀତି ପ୍ରସ୍ତୁତ କରାଯିବା ଉଚିତ ଯାହା ଦ୍ଵାରା ଚାଷୀମାନେ ଖରିଫ ଋତୁରେ କୌଣସି ସମସ୍ୟାର ସମ୍ମୁଖୀନ ନ ହୋଇ ସୁଗମ ଭାବରେ ସେମାନଙ୍କର ଚାଷ କାର୍ଯ୍ୟ ଜାରି ରଖିପାରିବେ ବୋଲି ସେ କହିଥିଲେ।

କୃଷିମନ୍ତ୍ରୀ କହିଥିଲେ ଯେ ଯେଉଁ ୯-୧୦ଟି ଜିଲ୍ଲାରେ ଏଲ୍‌ ନିନୋର ପ୍ରଭାବ ସବୁଠାରୁ ଅଧିକ ରହିବ ବୋଲି ଆଶଙ୍କା କରାଯାଉଛି ସେଠାରେ ଜିଲ୍ଲାପାଳ, କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ଓ ଅନ୍ୟ ସଂପ୍ରସାରଣ ବ୍ୟବସ୍ଥାଗୁଡ଼ିକ ସହ ନିୟମିତ ସମନ୍ବୟ ବୈଠକ କରାଯିବା ଉଚିତ୍। ଏସବୁ ବୈଠକଗୁଡ଼ିକରେ ଜିଲ୍ଲା ସ୍ତରର ସମଗ୍ର ସ୍ଥିତିକୁ ସ୍ପଷ୍ଟ କରାଯିବା ଉଚିତ ଏବଂ କୃଷକମାନଙ୍କ ମଧ୍ୟରେ ସଚେତନତା ଅଭିଯାନ ଚଲାଯିବା ଦରକାର, ଯେପରି ପ୍ରତ୍ୟେକ ଚାଷୀ ଜାଣିପାରିବେ ଯେ ତାଙ୍କ ଅଞ୍ଚଳ ପାଇଁ କେଉଁ ସତର୍କତାମୂଳକ ପଦକ୍ଷେପ ଏବଂ କେଉଁ ସବୁ ଫସଲ ବିକଳ୍ପ ଅଧିକ ନିରାପଦ ରହିବ। ଶ୍ରୀ ଶିବରାଜ ସିଂହ କହିଛନ୍ତି ଯେ, ବିପଦକୁ ବଢ଼ାଇ ଚଢ଼ାଇ କହିବା ପରିବର୍ତ୍ତେ ବୈଜ୍ଞାନିକ ବିଶ୍ଳେଷଣ ଉପରେ ଆଧାରିତ ଏକ ଶାନ୍ତ, ବିଶ୍ୱାସଯୋଗ୍ୟ ଏବଂ ସମାଧାନ-ଭିତ୍ତିକ ବାର୍ତ୍ତା କୃଷକମାନଙ୍କ ପାଖରେ ପହଞ୍ଚିବା ଉଚିତ, ଏବଂ ଏହା ଉପରେ ହିଁ ସରକାରଙ୍କ ପ୍ରାଥମିକତା ରହିଛି। ଏହି ଆଭିମୁଖ୍ୟ କୃଷକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବାରେ ସାହାଯ୍ୟ କରିବ ଏବଂ ଆଗାମୀ ଋତୁ ପାଇଁ ଉତ୍ତମ ପ୍ରସ୍ତୁତି ସୁନିଶ୍ଚିତ କରିବ।

ଖରିଫ ୨୦୨୬ ପାଇଁ ଫସଲଭିତ୍ତିକ ଲକ୍ଷ୍ୟ, ବୁଣାବୁଣିର ଅଗ୍ରଗତି ଏବଂ ରାଜ୍ୟୱାରୀ ପ୍ରସ୍ତୁତିର ସମୀକ୍ଷା ସମୟରେ, କପା ଉତ୍ପାଦନ ବୃଦ୍ଧି ଉପରେ ବିଶେଷ ଆଲୋଚନା କରାଯାଇଥିଲା। ଶ୍ରୀ ଶିବରାଜ ସିଂହ ଚୌହାନ ବୈଜ୍ଞାନିକ ପଦ୍ଧତିର ପ୍ରୋତ୍ସାହନ, ସଠିକ୍ କିସମର ଚୟନ, ମିଶ୍ରିତ କୃଷି, ମଲଚିଂ ଏବଂ ବ୍ୟାପକ ସ୍ତରରେ ମାଟିର ଆଦ୍ରତା ସଂରକ୍ଷଣ ଉପାୟ ଉପରେ ଗୁରୁତ୍ୱ ଦେଇଥିଲେ, ଯେପରି କପାର ଉତ୍ପାଦନକ୍ଷମତା ଏବଂ ଏଥିରୁ ମିଳୁଥିବା ଆୟ ଉଭୟରେ ଉଲ୍ଲେଖନୀୟ ସୁଧାର ଆସିପାରିବ। ଏହି ଉଦ୍ଦେଶ୍ୟରେ ମିଶନ ମୋଡ୍‌ରେ କାର୍ଯ୍ୟ କରିବାକୁ ଏବଂ ଚଳିତ ଋତୁରେ କପା ଉତ୍ପାଦନ ବୃଦ୍ଧି ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଯଦ୍ୱାରା କୃଷକମାନେ ସେମାନଙ୍କ ପରିଶ୍ରମର ଉଚିତ ମୂଲ୍ୟ ପାଇପାରିବେ।

ଡାଲି ମିଶନରେ ଆତ୍ମନିର୍ଭର ଭାରତ ବିଷୟରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ସୂଚନା ଦେଇଥିଲେ ଯେ ସରକାରଙ୍କ ପ୍ରୟାସ ହେଉଛି ଦେଶକୁ ହରଡ଼, ବିରି ଏବଂ ମୁଗ ପରି ଡାଲି ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ଏବଂ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା। ଏଥିପାଇଁ, ରାଜ୍ୟଗୁଡ଼ିକ ସହିତ ସମନ୍ୱୟରେ ଫସଲ ପରିବର୍ତ୍ତନ, ଅଧିକ ଜମିରେ ଚାଷ, ଉନ୍ନତ ବିହନର ଉପଲବ୍ଧତା ଏବଂ ବୈଷୟିକ ମାର୍ଗଦର୍ଶନ ଉପରେ ବିଶେଷ ଧ୍ୟାନ ଦିଆଯାଉଛି ଯାହା ଦ୍ୱାରା ଚାଷୀମାନେ ସ୍ଥାୟୀ ଆୟ ସହିତ ଡାଲିର ଉତ୍ପାଦନ ବୃଦ୍ଧି କରିପାରିବେ। ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସ୍ଥାୟୀ ଭାବରେ ଡାଲିର ଘରୋଇ ଉତ୍ପାଦନକୁ ମଜବୁତ କରିବା ପାଇଁ ଏହି ମିଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଏହି ସମୀକ୍ଷା ସମୟରେ ଦେଶରେ ସାରର ଉପଲବ୍ଧତା, ବଜାରରେ ମଣ୍ଡି ଦର, ଜଳାଭଣ୍ଡରଗୁଡ଼ିକର ସ୍ଥିତି ଓ ଜଳ ସଂରକ୍ଷଣ ଏବଂ ରାଜ୍ୟୱାରୀ ମହଜୁଦ୍ ବିଷୟରେ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଥିଲା। କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ ଯେ, ଜାତୀୟ ସ୍ତରରେ ପର୍ଯ୍ୟାପ୍ତ ସାର ଉପଲବ୍ଧ ଅଛି ଏବଂ ମୌସୁମୀର ଗତି ବଢ଼ିବା ସହିତ ରାଜ୍ୟ ଓ ଜିଲ୍ଲାଗୁଡ଼ିକୁ ଏହାର ଯୋଗାଣ ପ୍ରକ୍ରିୟାକୁ ଆହୁରି ଦକ୍ଷ ଓ ସୁଗମ କରାଯିବ। ଏଥିପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ଗୁରୁତ୍ୱାରୋପ କରିଛନ୍ତି ଯେ, ତୃଣମୂଳ ସ୍ତରରେ ଯେଉଁଠି ବି ଅଭାବ ଦେଖାଦେବାର ଆଶଙ୍କା ରହିଛି, ସେଠାରେ ଆଗୁଆ ଯୋଗାଣ ସୁନିଶ୍ଚିତ କରାଯାଉ; ଯଦ୍ୱାରା ଚାଷ ସମୟର କୌଣସି ବି ପର୍ଯ୍ୟାୟରେ କୃଷକମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଏବଂ ନିଶ୍ଚିନ୍ତ ହୋଇ ନିଜର ଚାଷ କାର୍ଯ୍ୟ କରିପାରିବେ।

ଶ୍ରୀ ଚୌହାନ କୃଷି ବିଶ୍ୱବିଦ୍ୟାଳୟ, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ସହ ଅନୁବନ୍ଧିତ ପ୍ରତିଷ୍ଠାନ, କୃଷି ବିଜ୍ଞାନ କେନ୍ଦ୍ର ଏବଂ ରାଜ୍ୟ କୃଷି ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ, ବୈଜ୍ଞାନିକ ଓ ବୈଷୟିକ ଜ୍ଞାନକୌଶଳ ସେତିକିବେଳେ ସାର୍ଥକ ହେବ, ଯେତେବେଳେ ତାହା ସଠିକ୍ ସମୟରେ କ୍ଷେତରେ ପହଞ୍ଚିବ ଏବଂ ଚାଷୀମାନେ ଏହାକୁ ସହଜରେ ଗ୍ରହଣ କରି ଏହାର ଲାଭ ଉଠାଇ ପାରିବେ। ସେ କହିଥିଲେ ଯେ କେବଳ ନିରନ୍ତର ଆଲୋଚନା, ନିୟମିତ ସମୀକ୍ଷା ଏବଂ ତୃଣମୂଳ ସ୍ତରର ମତାମତ ମାଧ୍ୟମରେ ହିଁ ଖରିଫ ୨୦୨୬ ଋତୁକୁ ସୁରକ୍ଷିତ ଏବଂ ସଫଳ କରାଯାଇପାରିବ। ଏହି ସମନ୍ୱୟ ଚଳିତ ଋତୁର ସାମଗ୍ରିକ ସଫଳତାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ସାରା ଦେଶର କୃଷକମାନଙ୍କ ପାଇଁ ସମୟୋପଯୋଗୀ ତଥା ପ୍ରଭାବଶାଳୀ ଭାବରେ ଉତ୍ତମ ପରିଣାମ ଆଣିବାରେ ସାହାଯ୍ୟ କରିବ।

ଉଚ୍ଚସ୍ତରୀୟ ବୈଠକ ଏଲ୍‌ ନିନୋ କପା ଉତ୍ପାଦନ ମିଶନ-ମୋଡ୍ ଅଭିଯାନ ଶିବରାଜ ସିଂହ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

ଉଦ୍ଧବ ଠାକରେଙ୍କୁ ଲାଗିବ ବଡ଼ ଝଟକା!: ଆଜି ବାଚସ୍ପତିଙ୍କୁ ଭେଟିପାରନ୍ତି ଛଅ ସାଂସଦ

June 17, 2026

ଆଜି ଜୁନ ୧୭ରେ ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

June 17, 2026

ପିଲାଙ୍କ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ

June 17, 2026

ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ

June 16, 2026
Latest News

‘ଡାଲିରେ ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲ ଉପରେ ବିଶେଷ ଗୁରୁତ୍ୱାରୋପ

June 17, 2026

ଉଦ୍ଧବ ଠାକରେଙ୍କୁ ଲାଗିବ ବଡ଼ ଝଟକା!: ଆଜି ବାଚସ୍ପତିଙ୍କୁ ଭେଟିପାରନ୍ତି ଛଅ ସାଂସଦ

June 17, 2026

ଆଜି ଜୁନ ୧୭ରେ ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

June 17, 2026

ପିଲାଙ୍କ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ

June 17, 2026

ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.