ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ଗତକାଲି ରାତି ପ୍ରାୟ ୨ଟା ସମୟରେ ଘରେ ଟଣାଯାଇଥିବା ବିଦ୍ୟୁତ୍ ସଂଯୋଗରେ ଝଟକା ଲାଗି ଦୁଇ ଯାଆଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ମନିଷା ଦେହୁରୀ (୪୦) ଓ ରଞ୍ଜୁ ଦେହୁରୀ (୩୮)।
ଏହି ଘଟଣାରେ ସେମାନଙ୍କର ସମ୍ପର୍କୀୟ ଖୁଡ଼ୀ ସାବିତ୍ରୀ ଦେହୁରୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ଖଜୁରିଆକଟା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି।
ଘଟଣା ପରେ ଦୁଇ ମୃତଦେହକୁ ହିନ୍ଦୋଳ ମେଡିକାଲରେ ରଖାଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ହିନ୍ଦୋଳ ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଅଘଟଣ ପରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।


