Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଦ୍ମଶ୍ରୀରେ ସମ୍ମାନିତ ହେବେ ‘‘ଝାଡ଼ୁ ଯୋଦ୍ଧା’’: ଜାଣନ୍ତୁ ସେ କିଏ?
ଆଜିର ଖବର

ପଦ୍ମଶ୍ରୀରେ ସମ୍ମାନିତ ହେବେ ‘‘ଝାଡ଼ୁ ଯୋଦ୍ଧା’’: ଜାଣନ୍ତୁ ସେ କିଏ?

June 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପଦ୍ମଶ୍ରୀରେ ସମ୍ମାନିତ ହେବେ ‘‘ଝାଡ଼ୁ ଯୋଦ୍ଧା’’: ଜାଣନ୍ତୁ ସେ କିଏ?
ପଦ୍ମଶ୍ରୀରେ ସମ୍ମାନିତ ହେବେ ‘‘ଝାଡ଼ୁ ଯୋଦ୍ଧା’’: ଜାଣନ୍ତୁ ସେ କିଏ?

ନୂଆଦିଲ୍ଲୀ: ପଞ୍ଜାବ ପୁଲିସର ଉପମହାନିରୀକ୍ଷକ (ଡିଆଇଜି) ପଦରୁ ଅବସର ଗ୍ରହଣ କରିଥିବା ଏସ. ଇନ୍ଦରଜିତ ସିଂହ ସିଦ୍ଧୁ ଜଣେ ପ୍ରେରଣାଦାୟୀ ପୂର୍ବତନ ଆଇପିଏସ ଅଧିକାରୀ। ସେ ‘‘ଝାଡ଼ୁ ଯୋଦ୍ଧା’’ ନାମରେ ଲୋକପ୍ରିୟ। ସ୍ୱଚ୍ଛତା ପ୍ରତି ନିଜର ନିରବ କିନ୍ତୁ ମଜବୁତ ପ୍ରତିବଦ୍ଧତା ପାଇଁ ସେ ସାରା ଦେଶରେ ସମ୍ମାନ ଲାଭ କରିଛନ୍ତି। ପ୍ରାୟ ତିନି ଦଶନ୍ଧି ଧରି ଶ୍ରୀ ସିଦ୍ଧୁ ସ୍ୱେଚ୍ଛାକୃତ ଭାବେ ପାର୍କ, ରାସ୍ତା ଏବଂ ସର୍ବସାଧାରଣ ସ୍ଥାନରେ ସଫେଇ କରିଛନ୍ତି।

ଉନ୍ନତ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅଧିକାରୀମାନଙ୍କୁ ପତ୍ର ଲେଖିଛନ୍ତି। ସଫେଇ କର୍ମଚାରୀଙ୍କୁ ଅନୁପ୍ରାଣିତ କରିଛନ୍ତି ଏବଂ ନିଜେ ଉଦାହରଣ ପ୍ରସ୍ତୁତ କରି ନେତୃତ୍ୱ ନେଇଛନ୍ତି। ଅନ୍ୟମାନଙ୍କ ଥଟ୍ଟା ପରିହାସ ଏବଂ ହତୋତ୍ସାହକୁ ଖାତିର୍‌ ନକରି ସେ ନିଜ ସଂକଳ୍ପରେ ଅଟଳ ରହିଛନ୍ତି। ବିବେକର ସ୍ୱର ଶୁଣି ବ୍ୟକ୍ତିଗତ ପ୍ରୟାସରୁ ଯେଉଁ କାମ ଆରମ୍ଭ ହୋଇଥିଲା ତାହା ପରବର୍ତ୍ତୀ ସମୟରେ ଜୀବନର ଲକ୍ଷ୍ୟ ପାଲଟିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୩ ଜୁନ୍‌ ୨୦୨୬ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ବେସାମରିକ ସମ୍ବର୍ଦ୍ଧନା ସମାରୋହ-II ରେ ଏସ. ଇନ୍ଦରଜିତ ସିଂହ ସିଦ୍ଧୁଙ୍କୁ ୨୦୨୬ ବର୍ଷ ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରିବେ।

ଏସ. ଇନ୍ଦରଜିତ ସିଂହ ପଞ୍ଜାବ ପୁଲିସ ପୂର୍ବତନ ଡିଆଇଜି
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଆଜି ବିଶ୍ୱର ଅନ୍ୟତମ ଆର୍ଥିକ ମହାଶକ୍ତିରେ ପରିଣତ ହୋଇଛି: ଭଦ୍ରକ ସାଂସଦ

June 17, 2026

ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ମାମଲା: ସରକାରଙ୍କ ଆଦେଶ ବିରୁଦ୍ଧରେ କୋର୍ଟ ପହଞ୍ଚିଲା କମ୍ପାନୀ

June 17, 2026

ଝୁଲନ୍ତା ଅବସ୍ଥାରେ ମିଳିଲା ଏମ୍ସ ଭୁବନେଶ୍ଵର ଡାକ୍ତରଙ୍କ ମୃତଦେହ

June 17, 2026

ହସ୍ତଚାଳିତ ପ୍ରକ୍ରିୟାରେ ଭତ୍ତା ବାଣ୍ଟିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 17, 2026
Latest News

ପଦ୍ମଶ୍ରୀରେ ସମ୍ମାନିତ ହେବେ ‘‘ଝାଡ଼ୁ ଯୋଦ୍ଧା’’: ଜାଣନ୍ତୁ ସେ କିଏ?

June 17, 2026

ଭାରତ ଆଜି ବିଶ୍ୱର ଅନ୍ୟତମ ଆର୍ଥିକ ମହାଶକ୍ତିରେ ପରିଣତ ହୋଇଛି: ଭଦ୍ରକ ସାଂସଦ

June 17, 2026

ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ମାମଲା: ସରକାରଙ୍କ ଆଦେଶ ବିରୁଦ୍ଧରେ କୋର୍ଟ ପହଞ୍ଚିଲା କମ୍ପାନୀ

June 17, 2026

ଝୁଲନ୍ତା ଅବସ୍ଥାରେ ମିଳିଲା ଏମ୍ସ ଭୁବନେଶ୍ଵର ଡାକ୍ତରଙ୍କ ମୃତଦେହ

June 17, 2026

ହସ୍ତଚାଳିତ ପ୍ରକ୍ରିୟାରେ ଭତ୍ତା ବାଣ୍ଟିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.