ଚମ୍ପୁଆ: କେନ୍ଦୁଝର ଜିଲ୍ଲାର ୨୦ ନମ୍ବର ଜାତୀୟ ରାଜପଥରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଚମ୍ପୁଆ ଥାନା ଅନ୍ତର୍ଗତ ଗୋପୀନାଥପୁର ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ତେଲକୋଇ ବ୍ଲକ ସିରିଗିଡ଼ା ଗ୍ରାମର ୨୫ ବର୍ଷୀୟ ଡିପ୍ଲୋମା ଛାତ୍ର ରାକେଶ ରୋଷନ ନାଏକଙ୍କ ମୃତ୍ୟୁ ହୋଇଛି।
ସେହିପରି ଝୁମ୍ପୁରା ଥାନା ଅନ୍ତର୍ଗତ ମୁରୁସୁଆଁ ନିକଟରେ ମଧ୍ୟ ଏକ ଅଜଣା ଗାଡ଼ି ଧକ୍କାରେ ଦୁଧୁକୁଣ୍ଡି ଗ୍ରାମର ଭାଗିରଥି ମୁଣ୍ଡାଙ୍କ ପ୍ରାଣହାନି ଘଟିଛି। ରାଜପଥ କଡ଼ରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ।
ଖବର ପାଇ ଚମ୍ପୁଆ ଓ ଝୁମ୍ପୁରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଉଭୟ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଥିବାବେଳେ ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ିଗୁଡ଼ିକର ସନ୍ଧାନରେ ପୁଲିସ ତଦନ୍ତ ଜାରି ରଖିଛି।


