ଭୁବନେଶ୍ଵର : ଘୁଞ୍ଚିଲା ଆରଆଇ ପରୀକ୍ଷା । ଓଏସଏସଏସସି ପକ୍ଷରୁ ଆୟୋଜିତ ହେବାକୁ ଥିବା ଆରଆଇ ପରୀକ୍ଷା ଘୁଞ୍ଚିଲା । ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖକୁ ଘୁଞ୍ଚିଲା । NEET – UG ପରୀକ୍ଷା କାରଣରୁ ଘୁଞ୍ଚୁଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, NEET-UG ପୁନଃପରୀକ୍ଷା ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବ । ମେ ୩ ତାରିଖରେ ଅନୁଷ୍ଠିତ ପରୀକ୍ଷା ପେପର ଲିକ୍ ଯୋଗୁଁ ବାତିଲ କରାଯାଇଥିଲା। ଏହି ପେପର ଲିକକୁ ନେଇ ବିରୋଧୀ ସରକାରଙ୍କ ଉପରେ ବରସି ଥିବାବେଳେ ପୁନଃ ପରୀକ୍ଷା ପାଇଁ ସରକାର ବିଶେଷ ସତର୍କ ରହିଥିବାର ଜଣାପଡିଛି । ଏପରିକି ଟେଲିଗ୍ରାମକୁ ମଧ୍ୟ ଅସ୍ଥାୟୀ ରୂପେ ବନ୍ଦ କରିଦିଆଯାଇଛି ।


