Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗାଁରେ ପହଞ୍ଚିବେ ସରକାର, ପ୍ରତି ପଞ୍ଚାୟତରେ ଜନକଲ୍ୟାଣ ଶିବିର
ଆଜିର ଖବର

ଗାଁରେ ପହଞ୍ଚିବେ ସରକାର, ପ୍ରତି ପଞ୍ଚାୟତରେ ଜନକଲ୍ୟାଣ ଶିବିର

June 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସରକାରୀ ଯୋଜନାର ସୁବିଧାରୁ କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହୁଅନ୍ତି ଏବଂ ଜନସାଧାରଣଙ୍କ ଦୁଆରମୁହଁରେ ସରକାରୀ ସେବା ପହଞ୍ଚିପାରିବ, ସେଥିପାଇଁ ରାଜ୍ୟ ସରକାର ଏକ ବୃହତ୍ ଜନସମ୍ପର୍କ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ‘ଜନକଲ୍ୟାଣ ଶିବିର’ ଆୟୋଜନ କରାଯିବ। ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯାଇଛି।

ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏହି ଶିବିର ତିନି ଦିନ ଧରି ଚାଲିବ। ପ୍ରଥମ ଦିନରେ ଶିବିରର ଉଦ୍‌ଘାଟନ ସହ ହିତାଧିକାରୀ ସହାୟତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ଲୋକମାନଙ୍କ ପଞ୍ଜୀକରଣ, ଦସ୍ତାବିଜ ଯାଞ୍ଚ, ତଥ୍ୟ ସଂଶୋଧନ, ଇ-କେୱାଇସି ଏବଂ ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହେବ ପାଇଁ ସୁବିଧା ଉପଲବ୍ଧ କରାଯିବ। ଜନସାଧାରଣଙ୍କ ଅଭିଯୋଗ ଓ ପ୍ରସ୍ତାବ ସଂଗ୍ରହ ପାଇଁ ସ୍ୱତନ୍ତ୍ର ‘ଗ୍ରିଭାନ୍ସ କଲେକ୍ସନ ବକ୍ସ’ ମଧ୍ୟ ରଖାଯିବ।

ଶିବିରର ଦ୍ୱିତୀୟ ଦିନରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ସରକାରୀ ଯୋଜନାର ସୁବିଧା ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କରାଯିବ। ଆୟୁଷ୍ମାନ ଭାରତ କାର୍ଡ, ସୁଭଦ୍ରା ଯୋଜନା, କୃଷକ କଲ୍ୟାଣ ଯୋଜନା, ଶ୍ରମିକ କାର୍ଡ ସହ ଅନ୍ୟାନ୍ୟ ଜନକଲ୍ୟାଣମୂଳକ ସେବା ଓ ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଗୁରୁତ୍ୱ ଦିଆଯିବ।

ତୃତୀୟ ଦିନରେ ‘ସୁଭଦ୍ରା ଶକ୍ତି ସମାବେଶ’ ଆୟୋଜନ କରାଯିବ। ଏହା ମାଧ୍ୟମରେ ମହିଳା ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ସରକାରୀ ଯୋଜନାରେ ମହିଳାଙ୍କ ଅଂଶଗ୍ରହଣକୁ ଅଧିକ ପ୍ରୋତ୍ସାହନ ଦିଆଯିବ।

ଏହା ସହିତ ଆସନ୍ତା ୨୧ ଜୁନ୍ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ବ୍ଲକ୍ ଏବଂ ପଞ୍ଚାୟତ ସ୍ତରରେ ବ୍ୟାପକ ଯୋଗ କାର୍ଯ୍ୟକ୍ରମ ଆୟୋଜନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯୋଗ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ ଓ ସ୍ୱାସ୍ଥ୍ୟ ସଚେତନତାକୁ ପ୍ରୋତ୍ସାହନ ଦେବା ସହ ଜନସାଧାରଣଙ୍କ ଅଧିକ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦିଆଯିବ।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଗ୍ରାମାଞ୍ଚଳରେ ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଗମ ଓ ଲୋକାଭିମୁଖୀ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ସିଧାସଳଖ ଲାଭ ପହଞ୍ଚାଇବାର ସହାୟକ ହେବ ବୋଲି ଆଶା କରାଯାଉଛି।

ଆୟୁଷ୍ମାନ ଭାରତ କାର୍ଡ କୃଷକ କଲ୍ୟାଣ ଯୋଜନା ଜନକଲ୍ୟାଣ ଶିବିର ସୁଭଦ୍ରା ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ବୃଦ୍ଧାବସ୍ଥାରେ ଆପଣଙ୍କୁ ମିଳିବ ନିଶ୍ଚିତ ମାସିକ ପେନସନ: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 11, 2026

କର୍କଟ ରୋଗର ବିପଦ ବୃଦ୍ଧି କରେ ଲଗାତାର ବସି ରହିବା: ଜାଣନ୍ତୁ କାହିଁକି?

July 11, 2026

ପୂର୍ବତନ ସେନା କର୍ମଚାରୀଙ୍କ ପେନ୍‍ସନ୍‍ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଗୁରୁ୍ତ୍ୱ

July 11, 2026

OBCC Tender: ଖୋର୍ଦ୍ଧା ଜିଲ୍ଲାର ପାଞ୍ଚଟି ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ବାହାରିଲା ଟେଣ୍ଡର

July 11, 2026
Latest News

ବୃଦ୍ଧାବସ୍ଥାରେ ଆପଣଙ୍କୁ ମିଳିବ ନିଶ୍ଚିତ ମାସିକ ପେନସନ: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 11, 2026

କର୍କଟ ରୋଗର ବିପଦ ବୃଦ୍ଧି କରେ ଲଗାତାର ବସି ରହିବା: ଜାଣନ୍ତୁ କାହିଁକି?

July 11, 2026

ବେପରୁଆ ଗାଡ଼ି ଚାଳକ ସାବଧାନ!: ମୌସୁମୀ ଅଧିବେଶନରେ ଆସୁଛି ନୂତନ ଟ୍ରାଫିକ୍ ଆଇନ

July 11, 2026

ପୂର୍ବତନ ସେନା କର୍ମଚାରୀଙ୍କ ପେନ୍‍ସନ୍‍ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଗୁରୁ୍ତ୍ୱ

July 11, 2026

OBCC Tender: ଖୋର୍ଦ୍ଧା ଜିଲ୍ଲାର ପାଞ୍ଚଟି ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ବାହାରିଲା ଟେଣ୍ଡର

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.