Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଲାଇ ୧ରୁ ସରକାରୀ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଚେତାବନୀ, ସମୂହ ଇସ୍ତଫା ପାଇଁ ପ୍ରସ୍ତୁତ OMSA
ଆଜିର ଖବର

ଜୁଲାଇ ୧ରୁ ସରକାରୀ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଚେତାବନୀ, ସମୂହ ଇସ୍ତଫା ପାଇଁ ପ୍ରସ୍ତୁତ OMSA

June 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏବେ ଭୋପାଳରେ Gen Z ଆନ୍ଦୋଳନ!: ସରକାରଙ୍କ ନିକଟରେ କଲେ ଏହି ଦାବି
ଏବେ ଭୋପାଳରେ Gen Z ଆନ୍ଦୋଳନ!: ସରକାରଙ୍କ ନିକଟରେ କଲେ ଏହି ଦାବି

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟ ସେବା ଉପରେ ବଡ଼ ସଙ୍କଟ ଘନେଇଛି। ଦୀର୍ଘଦିନ ଧରି ରଖାଯାଇଥିବା ୧୦ ଦଫା ଦାବି ପୂରଣ ନ ହେବାରୁ ଜୁଲାଇ ୧ ଡାକ୍ତର ଦିବସଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି Odisha Medical Services Association। ଏହାସହ ସରକାରୀ ଡାକ୍ତରମାନେ ସମୂହ ଇସ୍ତଫା ଦେବାକୁ ମଧ୍ୟ ପ୍ରସ୍ତୁତ ଥିବା ସଂଘ ପକ୍ଷରୁ ସୂଚନା ମିଳିଛି।

OMSA ପକ୍ଷରୁ କୁହାଯାଇଛି ଯେ, କ୍ୟାଡର ପୁନର୍ଗଠନ, ଲେଭେଲ-୧୫ ପେ’ ସ୍କେଲ ଉଚ୍ଛେଦ, ସ୍ୱଚ୍ଛ ବଦଳି ନୀତି, କେବିକେ ଏକ୍ସିଟ୍ ପଲିସି, ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ, ଡାକ୍ତରଙ୍କ ପାଇଁ ବୀମା ସୁବିଧା ଓ ସୁରକ୍ଷା ବ୍ୟବସ୍ଥା ସମେତ ୧୦ ଦଫା ଦାବି ନେଇ ବହୁବାର ସରକାରଙ୍କ ସହ ଆଲୋଚନା ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଦାବି ପୂରଣ ଦିଗରେ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇନାହିଁ।

ଏହାର ପ୍ରତିବାଦରେ ଜୁଲାଇ ୧ରୁ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରମାନେ କାର୍ଯ୍ୟ ବନ୍ଦ କରିବେ ବୋଲି OMSA ସ୍ପଷ୍ଟ କରିଛି। ସଂଘର ଏହି ଘୋଷଣା ପରେ ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ପ୍ରଭାବିତ ହେବା ନେଇ ଆଶଙ୍କା ବଢ଼ିଛି।

ଅନ୍ୟପଟେ, ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନ ହୋଇଥିବା ଅଭିଯୋଗ ମଧ୍ୟ ଉଠାଇଛି ସଂଘ। ଏହାର ପ୍ରତିବାଦରେ ଆସନ୍ତା ବୁଧବାର ରାଜ୍ୟବ୍ୟାପୀ ଓପିଡି ସେବା ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଛି।

ଡାକ୍ତରମାନଙ୍କ ଏହି କଡ଼ା ଆଭିମୁଖ୍ୟ ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆନ୍ଦୋଳନ ପୂର୍ବରୁ ସରକାର କୌଣସି ସମାଧାନ ସୂତ୍ର ବାହାର କରୁଛନ୍ତି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Odisha Medical Services Association strike
Share. Facebook Twitter LinkedIn Email WhatsApp Copy Link

Related Posts

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

August 13, 2026

ବୈତରଣୀରେ ବଢୁଛି ବନ୍ୟାଜଳ, କେନ୍ଦୁଝର ପାଟଣା ଓ ଆନନ୍ଦପୁରରେ ବିପଦ ସଂକେତ ଟପିଲା

August 13, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ

August 13, 2026
Latest News

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

August 13, 2026

ବୈତରଣୀରେ ବଢୁଛି ବନ୍ୟାଜଳ, କେନ୍ଦୁଝର ପାଟଣା ଓ ଆନନ୍ଦପୁରରେ ବିପଦ ସଂକେତ ଟପିଲା

August 13, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ

August 13, 2026

ସଂସଦର ମୌସୁମୀ ଅଧିବେଶନ: ଉଭୟ ସଦନରେ ୧୨ ବିଲ୍‌ ଗୃହୀତ

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.