Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ
ଆଜିର ଖବର

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହର୍ମୁଜ୍ ପ୍ରଣାଳୀ
ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ ହର୍ମୁଜ୍ ପ୍ରଣାଳୀକୁ ନେଇ ବଡ଼ ଦାବି ସାମ୍ନାକୁ ଆସିଛି। ଇରାନର ସାମରିକ କମାଣ୍ଡ ଖାତାମ୍ ଅଲ୍-ଆନ୍ବିୟା ମୁଖ୍ୟାଳୟ ହର୍ମୁଜ୍ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ “ବନ୍ଦ” କରାଯାଇଥିବା ଦାବି କରିଛି। ତେବେ ଆମେରିକା ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଜଳପଥରେ ଜାହାଜ ଚଳାଚଳ ସାଧାରଣ ଭାବେ ଚାଲିଛି ଏବଂ ପରିସ୍ଥିତି ଉପରେ ନଜର ରଖାଯାଉଛି।

ଇରାନ ପକ୍ଷରୁ କୁହାଯାଇଛି ଯେ ଆମେରିକା ସହିତ ହୋଇଥିବା ଯୁଦ୍ଧବିରତି ଚୁକ୍ତିର କଥିତ ଉଲ୍ଲଂଘନ, ଇସ୍ରାଏଲର ନିରନ୍ତର ସାମରିକ କାର୍ଯ୍ୟକଳାପ ଏବଂ ଦକ୍ଷିଣ ଲେବାନନରେ ଚାଲିଥିବା ଅଭିଯାନକୁ ଦୃଷ୍ଟିରେ ରଖି ଏହି ଘୋଷଣା କରାଯାଇଛି। ଏହା ଫଳରେ ବିଶ୍ୱ ତୈଳ ବଜାର ଓ ଆନ୍ତର୍ଜାତିକ ଜାହାଜ ଚଳାଚଳକୁ ନେଇ ଚିନ୍ତା ବଢ଼ିଛି।

ତେବେ ଏହି ତନାତନି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ୮.୬ ଲକ୍ଷ ଟନ୍‌ରୁ ଅଧିକ ଅଶୋଧିତ ତେଲ ବୋଝେଇ ତିନିଟି ଭାରତୀୟ ପତାକାଧାରୀ ଟ୍ୟାଙ୍କର ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରି ଭାରତ ଅଭିମୁଖେ ଯାତ୍ରା କରିଛି। ଏହି ଜାହାଜଗୁଡ଼ିକରେ ମୋଟ ୯୪ ଜଣ ଭାରତୀୟ କ୍ରୁ ସଦସ୍ୟ ଅଛନ୍ତି ଏବଂ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି।

କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସୂଚନା ଦେଇ କହିଛନ୍ତି ଯେ ‘ଦେଶ ବୈଭବ’, ‘ଦେଶ ବିଭୋର’ ଏବଂ ‘ସନମାର ହେରାଲ୍ଡ’ ନାମକ ତିନିଟି ଟ୍ୟାଙ୍କର ସଫଳତାର ସହିତ ହର୍ମୁଜ୍ ପ୍ରଣାଳୀ ପାର କରିଛି। ସେ କହିଛନ୍ତି ଯେ ଏହି ଜାହାଜଗୁଡ଼ିକ ଭାରତର ଉର୍ଜା ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ପରିମାଣର ଅଶୋଧିତ ତେଲ ବହନ କରୁଛନ୍ତି।

ରିପୋର୍ଟ ଅନୁଯାୟୀ, ‘ଦେଶ ବୈଭବ’ ଜୁନ୍ 24 ତାରିଖରେ ଗୁଜରାଟର ଭାଡିନାର ବନ୍ଦରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ‘ଦେଶ ବିଭୋର’ ମଧ୍ୟ ସେହି ଦିନ ସିକ୍କା ବନ୍ଦରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ସାନମାର ହେରାଲ୍ଡ ଜୁଲାଇ ୧ ସୁଦ୍ଧା ଓଡ଼ିଶାର ପାରାଦୀପ ବନ୍ଦରରେ ପହଞ୍ଚିବ ବୋଲି ଆଶା କରାଯାଉଛି।str

ହର୍ମୁଜ୍ ପ୍ରଣାଳୀ ବିଶ୍ୱର ସବୁଠାରୁ ବ୍ୟସ୍ତ ତୈଳ ପରିବହନ ପଥ ମଧ୍ୟରୁ ଗୋଟିଏ। ବିଶ୍ୱର ବହୁ ପରିମାଣର ଅଶୋଧିତ ତେଲ ଏହି ଜଳପଥ ଦେଇ ପରିବହନ ହୋଇଥାଏ। ତେଣୁ ଏଠାରେ କୌଣସି ବାଧା ସୃଷ୍ଟି ହେଲେ ବିଶ୍ୱ ତୈଳ ବଜାର, ଇନ୍ଧନ ମୂଲ୍ୟ ଏବଂ ଭାରତ ଭଳି ଆମଦାନୀ-ନିର୍ଭର ଦେଶଗୁଡ଼ିକର ଉର୍ଜା ସୁରକ୍ଷା ଉପରେ ଗଭୀର ପ୍ରଭାବ ପଡ଼ିପାରେ।

ବର୍ତ୍ତମାନ ଇରାନ ଓ ଆମେରିକାର ବିପରୀତ ଦାବି ମଧ୍ୟରେ ହର୍ମୁଜ୍ ପ୍ରଣାଳୀର ସ୍ଥିତିକୁ ନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ, ତିନିଟି ଭାରତୀୟ ତୈଳ ଟ୍ୟାଙ୍କରର ସୁରକ୍ଷିତ ଭାବେ ଏହି ଜଳପଥ ପାର ହେବା ଦେଶ ପାଇଁ ଏକ ବଡ଼ ଆଶ୍ୱସ୍ତି ଓ ସକାରାତ୍ମକ ସଙ୍କେତ ଭାବେ ଦେଖାଯାଉଛି।

indianoiltanker Strait Of Hormuz
Share. Facebook Twitter LinkedIn Email WhatsApp Copy Link

Related Posts

ରେଳ ଯାତ୍ରୀଙ୍କ ପାଇଁ ସହଜ ହେବ ଯାତ୍ରା: ଗୋଟିଏ ଆପ୍ ରେ ପାଇବେ ସବୁ ପ୍ରକାର ସୁବିଧା

July 31, 2026

SCO ଶିଖର ସମ୍ମିଳନୀ ପାଇଁ ପାକିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି?: ଇସଲାମାବାଦ କରୁଛି ପ୍ରସ୍ତୁତି!

July 31, 2026

CJP ପ୍ରତିବାଦ ସମୟରେ ହିଂସା ମାମଲା: ଦୁଃଖ ବଖାଣିଲେ ଆହତ ପୋଲିସ ଅଧିକାରୀଙ୍କ ପରିବାର

July 31, 2026

CWG 2026: ଆଜି ସେମିଫାଇନାଲରେ ଖେଳିବେ ୧୦ ଭାରତୀୟ ବକ୍ସର, ଜାଣନ୍ତୁ କାର୍ଯ୍ୟସୂଚୀ

July 31, 2026
Latest News

ରେଳ ଯାତ୍ରୀଙ୍କ ପାଇଁ ସହଜ ହେବ ଯାତ୍ରା: ଗୋଟିଏ ଆପ୍ ରେ ପାଇବେ ସବୁ ପ୍ରକାର ସୁବିଧା

July 31, 2026

SCO ଶିଖର ସମ୍ମିଳନୀ ପାଇଁ ପାକିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି?: ଇସଲାମାବାଦ କରୁଛି ପ୍ରସ୍ତୁତି!

July 31, 2026

CJP ପ୍ରତିବାଦ ସମୟରେ ହିଂସା ମାମଲା: ଦୁଃଖ ବଖାଣିଲେ ଆହତ ପୋଲିସ ଅଧିକାରୀଙ୍କ ପରିବାର

July 31, 2026

CWG 2026: ଆଜି ସେମିଫାଇନାଲରେ ଖେଳିବେ ୧୦ ଭାରତୀୟ ବକ୍ସର, ଜାଣନ୍ତୁ କାର୍ଯ୍ୟସୂଚୀ

July 31, 2026

ବିଜେପିରୁ ଇସ୍ତଫା ଦେଲେ ଶହଜାଦ ପୁନାୱାଲା?: ପରିବର୍ତ୍ତନ କଲେ ‘X’ ଆକାଉଣ୍ଟ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.