Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ
ଆଜିର ଖବର

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ
ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

ମୁମ୍ବାଇ: ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପନୀ ସମାରୋହରେ ଚଳଚ୍ଚିତ୍ର ନିର୍ମାତା, ଚଳଚ୍ଚିତ୍ର ପ୍ରେମୀ, ଶିଳ୍ପ ପେସାଦାର, ଯୁବ ସୃଜନଶୀଳ ପ୍ରତିଭାମାନେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରାମାଣିକ ଚଳଚ୍ଚିତ୍ର, ଏନିମେସନ ଚଳଚ୍ଚିତ୍ର ଏବଂ କ୍ଷୁଦ୍ର କାଳ୍ପନିକ ଚଳଚ୍ଚିତ୍ର ବର୍ଗରେ ମୋଟ୍‌ ୧୭ଟି ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି।

ପୋଲାଣ୍ଡ ଚଳଚ୍ଚିତ୍ର ‘ସିଲ୍ଭର’କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ପ୍ରାମାଣିକ ଚଳଚ୍ଚିତ୍ର ରୂପେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ସ୍ୱର୍ଣ୍ଣ ଶଙ୍ଖ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଇରାନୀୟ ଚଳଚ୍ଚିତ୍ର ‘ଅଣ୍ଡର ଦ ସ୍ନୋ: ଶ୍ରୀ ଦୀପଙ୍କର ପ୍ରକାଶ’ଙ୍କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ କାଳ୍ପନିକ ଚଳଚ୍ଚିତ୍ର ବର୍ଗରେ ରୌପ୍ୟ ଶଂଖ ପୁରସ୍କାର ପ୍ରଦାନ କରାଯାଇଥିଲା। ଜର୍ମାନ ଏନିମେସନ ଚଳଚ୍ଚିତ୍ର ‘ମାୟାସ୍‌ ସଙ୍ଗ୍‌’କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଏନିମେସନ ଚଳଚ୍ଚିତ୍ର ରୂପେ ରୌପ୍ୟ ଶଙ୍ଖ ପୁରସ୍କାର ଦିଆଯାଇଥିଲା।

ଏହାବ୍ୟତୀତ ଜାତୀୟ ପ୍ରତିଯୋଗିତା ଅଧୀନରେ ଶ୍ରେଷ୍ଠ ଏନିମେସନ ଚଳଚ୍ଚିତ୍ର ଭାବେ ‘ଆର୍ମଷ୍ଟ୍ରଙ୍ଗ ଫ୍ରମ୍‌ ଅଙ୍ଗାଲମ୍ମାନ ଟେମ୍ପଲ୍‌ ଷ୍ଟ୍ରିଟ୍‌’ ଚଳଚ୍ଚିତ୍ରକୁ ରୌପ୍ୟ ଶଙ୍ଖ ଏବଂ ୩ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ମିଳିଥିଲା । ଏଫଟିଆଇଆଇ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ର ‘ସ୍ମଲ୍‌ କ୍ଲାଉଡ୍ସ’କୁ ଶ୍ରେଷ୍ଠ ଭାରତୀୟ କ୍ଷୁଦ୍ର କାଳ୍ପନିକ ଚଳଚ୍ଚିତ୍ର ବର୍ଗରେ ରୌପ୍ୟ ଶଙ୍ଖ ଓ ୩ ଲକ୍ଷ ଟଙ୍କାର ପୁରସ୍କାର ମିଳିଥିଲା। ଭାରତୀୟ ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି ‘ୱାଇ’। ‘‘ବିକଶିତ ଭାରତ/ବନ୍ଦେ ମାତରମର ୧୫୦ ବର୍ଷ/ଭାରତଆଟ୍‌୨୦୨୬’’ ବିଷୟବସ୍ତୁ ଉପରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘‘ଲାଷ୍ଟ ଶେଲ୍ଟର୍‌’’ ପୁରସ୍କୃତ ହୋଇଛି। ଏହାବ୍ୟତୀତ ଅନ୍ୟାନ୍ୟ ବର୍ଗରେ ମଧ୍ୟ ପୁରସ୍କାର ବିତରଣ କରାଯାଇଛି।

ଉଦଯାପନୀ ସମାରୋହରେ ମହାରାଷ୍ଟ୍ର ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ, ଚଳଚ୍ଚିତ୍ର ଉଦ୍ୟୋଗ ଦେଶର ସୃଜନଶୀଳ ବା ଅରେଞ୍ଜ ଇକୋନୋମିର ସବୁଠୁ ଦୃଢ଼ ସ୍ତମ୍ଭ। କ୍ରିଏଟ୍‌ ଇନ୍‌ ଇଣ୍ଡିଆ, କ୍ରିଏଟ୍‌ ଫର୍‌ ଦ ୱାର୍ଲ୍ଡ ଦୃଷ୍ଟିକୋଣ ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ଆଗେଇ ନେଉଛି ବୋଲି ରାଜ୍ୟପାଳ କହିଥିଲେ।

ଅନ୍ୟ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଧୀରେନ୍ଦ୍ର ଓଝା, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ପ୍ରଭାତ, ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ଗୋୱାରିକର, ଏନଏଫଡିସିର ମହୋତ୍ସବ ନିର୍ଦ୍ଦେଶକ ଏବଂ ପରିଚାଳନା ନିର୍ଦ୍ଦେଶକ ପ୍ରକାଶ ମଗଦୁମ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ମୁମ୍ବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଗିରଫ

June 21, 2026

ମା’ ମଣିନାଗଙ୍କ ପଞ୍ଚଦିନାତ୍ମକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

June 21, 2026
Latest News

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଗିରଫ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.