Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅବକାରୀ ବିଭାଗର ବଡ଼ ସଫଳତା: ୮୦ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ
ଆଜିର ଖବର

ଅବକାରୀ ବିଭାଗର ବଡ଼ ସଫଳତା: ୮୦ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

June 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଟକ: ନିଶା କାରବାର ବିରୋଧରେ ଅବକାରୀ ବିଭାଗର ଜୋରଦାର ଅଭିଯାନ ଜାରି ରହିଥିବା ବେଳେ କଟକରୁ ସାମ୍ନାକୁ ଆସିଛି ଏକ ବଡ଼ ସଫଳତା। ଜିଲ୍ଲା ଅବକାରୀ ଟିମ୍ ଦୁଇଟି ଭିନ୍ନ ଅପରେସନରେ ମୋଟ ୮୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

ମିଳିଥିବା ସୂଚନା ଆଧାରରେ ଅବକାରୀ ଟିମ୍ ସଦର ଥାନା ଅଞ୍ଚଳର କୁଆଖାଇ ବ୍ରିଜ ନିକଟରେ ଚଢ଼ାଉ କରିଥିଲା। ଏହି ସମୟରେ ଏକ ଦାମୀ କାରକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୭୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଘଟଣାସ୍ଥଳରୁ ରାକେଶ ବେହେରା ଓ ବାବିନା ସାହୁଙ୍କୁ ଗିରଫ କରାଯାଇଛି।

ପ୍ରାଥମିକ ତଦନ୍ତରୁ ଏହି ଗଞ୍ଜେଇକୁ ରାଜ୍ୟ ବାହାରକୁ ଚାଲାଣ କରିବାକୁ ଯୋଜନା ଥିବା ସନ୍ଦେହ କରାଯାଉଛି। ଏହି ଚକ୍ର ପଛରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି, ସେନେଇ ତଦନ୍ତ ଜାରି ରହିଛି।

ସେହିପରି ଆଉ ଏକ ଅଭିଯାନରେ ଜଗତପୁର ଥାନା ଅନ୍ତର୍ଗତ ଜଗତପୁର ଗୋଲେଇ ଛକ ନିକଟରେ ଚଢ଼ାଉ କରି ଅବକାରୀ ଟିମ୍ ୧୦ କେଜି ଗଞ୍ଜେଇ ଜବତ କରିଥିଲା। ଏହି ମାମଲାରେ ଅନାମ ସାହୁ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଚୋରା ଗଞ୍ଜେଇ କାରବାରରେ ବ୍ୟବହୃତ ଏକ ବାଇକକୁ ମଧ୍ୟ ଜବତ କରାଯାଇଛି।

ଲଗାତାର ଚଢ଼ାଉ ଓ ଜବତରୁ ସ୍ପଷ୍ଟ ହେଉଛି ଯେ କଟକ ଓ ଏହାର ଆଖପାଖ ଅଞ୍ଚଳରେ ଗଞ୍ଜେଇ କାରବାରକୁ ନେଇ ଅବକାରୀ ବିଭାଗ ସତର୍କ ରହିଛି। ବିଶେଷକରି ଜାତୀୟ ରାଜପଥ ଓ ସହର ସଂଲଗ୍ନ ଅଞ୍ଚଳଗୁଡ଼ିକୁ ଚୋରା ଚାଲାଣକାରୀମାନେ ଟ୍ରାଞ୍ଜିଟ୍ ରୁଟ୍ ଭାବେ ବ୍ୟବହାର କରୁଥିବାରୁ ନଜରଦାରୀ ବଢ଼ାଯାଇଛି।

ଅବକାରୀ ଅଧିକାରୀମାନଙ୍କ କହିବା ଅନୁଯାୟୀ, ନିଶା କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ସ୍ୱତନ୍ତ୍ର ଅଭିଯାନ ଜାରି ରହିବ ଏବଂ ଏହାସହ ଜଡ଼ିତ ଅନ୍ୟ ଲୋକଙ୍କୁ ଚିହ୍ନଟ କରିବାକୁ ତଦନ୍ତକୁ ତ୍ୱରାନ୍ୱିତ କରାଯାଇଛି।

ଅବକାରୀବିଭାଗ ଗଞ୍ଜେଇ ଚୋରାଚାଲାଣ
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆରେ ଆଇଏନଏଇ ଟେକ୍ନୋଲୋଜି କନ୍‌କ୍ଲେଭ: ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଗୁରୁତ୍ୱାରୋପ

July 12, 2026

ସହରାଞ୍ଚଳ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ହୁଡକୋ ସହ ଓଡ଼ିଶାର ସହଭାଗିତା

July 12, 2026

ଆଜି ଜୁଲାଇ ୧୨ ତାରିଖ ରବିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ: ଜାଣନ୍ତୁ ରାଶିଫଳ

July 12, 2026

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026
Latest News

ସୋଆରେ ଆଇଏନଏଇ ଟେକ୍ନୋଲୋଜି କନ୍‌କ୍ଲେଭ: ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଗୁରୁତ୍ୱାରୋପ

July 12, 2026

ସହରାଞ୍ଚଳ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ହୁଡକୋ ସହ ଓଡ଼ିଶାର ସହଭାଗିତା

July 12, 2026

୧୬୦୨ ଦିନ ପରେ ଭାରତର ଶେଷ ହେଲା ରାଜତ୍ଵ: ପଞ୍ଚମ ଟି-୨୦ ଜିତି ବିଶ୍ଵର ନଂ-୧ ହେଲା ଇଂଲଣ୍ଡ

July 12, 2026

ଆଜି ଜୁଲାଇ ୧୨ ତାରିଖ ରବିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ: ଜାଣନ୍ତୁ ରାଶିଫଳ

July 12, 2026

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.