Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହର୍ମୁଜ୍‌ ପ୍ରଣାଳୀ ପାର୍‌ ହେଲା ୪ଟି ସାର ବୋଝେଇ ଜାହାଜ
ଆଜିର ଖବର

ହର୍ମୁଜ୍‌ ପ୍ରଣାଳୀ ପାର୍‌ ହେଲା ୪ଟି ସାର ବୋଝେଇ ଜାହାଜ

June 23, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହର୍ମୁଜ୍ ପ୍ରଣାଳୀ
ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ: ଗତ ସପ୍ତାହରେ ଚାରିଟି ସାର ବୋଝେଇ ଜାହାଜ ହର୍ମୁଜ୍‌ ପ୍ରଣାଳୀ ପାର୍‌ ହୋଇ ଭାରତ ଉପକୂଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହା ଭାରତର ସାର ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି। ପଶ୍ଚିମ ଏସିଆ ସଂଘର୍ଷ କାରଣରୁ ଉତ୍ପନ୍ନ ବିଶ୍ୱ ବାଣିଜ୍ୟିକ ଆହ୍ୱାନ ସତ୍ତ୍ୱେ ଏହି ଜାହାଜଗୁଡ଼ିକ ୟୁରିଆ, ଡିଏପି ଏବଂ ସଲଫର୍‌ ସାର ନେଇ ଭାରତ ଉପକୂଳରେ ଖୁବ୍‌ ଶୀଘ୍ର ପହଞ୍ଚିବେ। ଏସବୁ ଜାହାଜ ପାରାଦୀପ, କ୍ରିଷ୍ଣାପଟନମ, କାକିନାଡ଼ା ଏବଂ ମୁନ୍ଦ୍ରା ବନ୍ଦରରେ ପହଞ୍ଚିବାକୁ ଯାଉଛି। ଫଳରେ ଖରିଫ୍‌ ଋତୁ ୨୦୨୬ ପାଇଁ ସାର ଯୋଗାଣ ଶୃଙ୍ଖଳ ସୁଦୃଢ଼ ହେବ।

ଭାରତରେ ବର୍ତ୍ତମାନ ୧୯୬.୦୮ ଲକ୍ଷ ଟନ୍‌ ସାର ମହଜୁଦ ରହିଛି। ଏହା ପୂର୍ବବର୍ଷର ଷ୍ଟକ୍‌ ୧୬୮.୬୭ ଲକ୍ଷ ଟନ ଠାରୁ ଅଧିକ। ଦେଶରେ ବର୍ତ୍ତମାନ ୮୧.୪୪ ଲକ୍ଷ ଟନ୍‌ ୟୁରିଆ, ୨୦.୯୨ ଲକ୍ଷ ଟନ ଡିଏପି, ୫୫,୯୧ ଲକ୍ଷ ଟନ୍‌ ଏନପିକେ, ୧୨.୬୮ ଲକ୍ଷ ଟନ୍‌ ଏମଓପି, ୨୫.୧୩ ଲକ୍ଷ ଟନ୍‌ ଏସଏସପି ସାର ଗଚ୍ଛିତ ରହିଛି।

କୃଷି କାର୍ଯ୍ୟକଳାପ ମଧ୍ୟ ଦ୍ରୁତ ଗତିରେ ଜାରି ରହିଛି। ସଂକଟ ପରେ ମାର୍ଚ୍ଚ ୧ରୁ ଜୁନ୍‌ ୨୧ ତାରିଖ ମଧ୍ୟରେ ୧୫୩.୪ ଲକ୍ଷ ଟନ୍‌ ସାର ବିକ୍ରି ହୋଇଛି ଯାହା ଗତ ବର୍ଷ ତୁଳନାରେ ୧୩.୨ ଲକ୍ଷ ଟନ୍‌ ଅଧିକ। ଦେଶର ଚାଷୀଙ୍କୁ ଅସ୍ଥିର ବିଶ୍ୱ ବଜାର ଠାରୁ ସୁରକ୍ଷିତ ରଖିବା ଲାଗି ଆମଦାନୀ ବ୍ୟତୀତ ଘରୋଇ ଉତ୍ପାଦନ ପ୍ରତି ମଧ୍ୟ ସରକାର ଧ୍ୟାନ ଦେଉଛନ୍ତି।

ଚଳିତ ବର୍ଷ ଦେଶରେ ୧୩୩.୧୨ ଲକ୍ଷ ମେଟ୍ରିକ ଟନ୍‌ ସାର ଉତ୍ପାଦନ କରାଯାଇଛି। ଭାରତ ବିଶ୍ୱ ବଜାରରୁ ୯୦ ଲକ୍ଷ ମେଟ୍ରିକ ଟନ୍‌ ଅତିରିକ୍ତ ୟୁରିଆ ଏବଂ ପିଏଣ୍ଡକେ ସାର ଯୋଗାଣ ସୁନିଶ୍ଚିତ କରିଛି। ୨୮ଟି ଭାରତୀୟ ବାଣିଜ୍ୟିକ ଦୂତାବାସ ଜରିଆରେ ଏକ ବ୍ୟାପକ କ୍ରୟ ରଣନୀତି ଅନ୍ତର୍ଗତ ବିଭିନ୍ନ ଅନ୍ତର୍ଜାତୀୟ ମାର୍ଗରୁ ସାର ଆମଦାନୀ ଉତ୍ସ ବିକଶିତ କରାଯାଇଛି। ଓମାନ, ମାଲେସିଆ, ଭିଏତନାମ, ଜର୍ଜିଆ, ନାଇଜେରିଆ, ରୁଷିଆ, ଫିନଲ୍ୟାଣ୍ଡ, ଇଜିପ୍ଟ, ଆଲଜେରିଆ, ତୁର୍କୀ ଏବଂ ନେଦରଲ୍ୟାଣ୍ଡରୁ ୟୁରିଆ ଆମଦାନୀ କରାଯାଇଛି।

ସେହିପରି ରୁଷ, ମରକ୍କୋ, ଇଜିପ୍ଟ, ଆମେରିକା, ଜୋର୍ଡାନ, ଦକ୍ଷିଣ କୋରିଆ, ଟ୍ୟୁନିସିଆ ଏବଂ ସାଉଦି ଆରବରୁ ଡିଏପି/ଏନପିକେ ସାର ଆମଦାନୀ କରାଯାଇଛି । ଭାରତର ସାର ସୁରକ୍ଷା ସୁଦୃଢ଼, ସ୍ଥିର ଓ ସୁପରିଚାଳିତ ହେବା ନିଶ୍ଚିତ କରିବା ପାଇଁ ସାର ବିଭାଗ ରାଜ୍ୟ ସରକାର, ବଣ୍ଟନ ସଂସ୍ଥା ଏବଂ ସମବାୟ ସମାଜ ସହିତ ମିଳିତ ଭାବରେ ନିରନ୍ତର କାର୍ଯ୍ୟ କରୁଛି।

ଖରିଫ୍‌ ୨୦୨୬ ଡିଏପି ୟୁରିଆ ସଲଫର୍‌ ସାର ସାର ବୋଝେଇ ଜାହାଜ ହର୍ମୁଜ୍ ପ୍ରଣାଳୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

August 24, 2026

ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 24, 2026

ଚମ୍ପୁଆରେ ଭୟାବହ ଭୂସ୍ଖଳନ: NH-520ର ବାରବାଙ୍କ ଘାଟିରେ ରାସ୍ତା ଅବରୋଧ

August 24, 2026

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026
Latest News

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

August 24, 2026

ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 24, 2026

ଚମ୍ପୁଆରେ ଭୟାବହ ଭୂସ୍ଖଳନ: NH-520ର ବାରବାଙ୍କ ଘାଟିରେ ରାସ୍ତା ଅବରୋଧ

August 24, 2026

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026

ଅମରାବତୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ: ୩ ନବଜାତ ଶିଶୁ ମୃତ, ୬ ଗୁରୁତର

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.