Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦିଙ୍କ ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ଅମିତ ଶାହା: ମନ୍ତ୍ରିପରିଷଦ ପୁନର୍ଗଠନ ନେଇ ଚର୍ଚ୍ଚା ତୀବ୍ର
ଆଜିର ଖବର

ମୋଦିଙ୍କ ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ଅମିତ ଶାହା: ମନ୍ତ୍ରିପରିଷଦ ପୁନର୍ଗଠନ ନେଇ ଚର୍ଚ୍ଚା ତୀବ୍ର

June 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିପରିଷଦର ସମ୍ଭାବ୍ୟ ପୁନର୍ଗଠନ ଓ ବିସ୍ତାରକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବାବେଳେ, କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି। ଏହି ବୈଠକ ପରେ କେନ୍ଦ୍ର ସରକାରରେ ଆସନ୍ତା ଦିନରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଆହୁରି ତୀବ୍ର ହୋଇଛି।

ରାଷ୍ଟ୍ରପତି ଭବନ ପକ୍ଷରୁ ସୋସିଆଲ ମିଡିଆ ମାଧ୍ୟମରେ ବୈଠକର ଏକ ଫଟୋ ସେୟାର କରାଯାଇଥିଲା। ସେଥିରେ କୁହାଯାଇଛି ଯେ, କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ଯଦିଓ ବୈଠକର ଏଜେଣ୍ଡା ସମ୍ପର୍କରେ କୌଣସି ସରକାରୀ ସୂଚନା ମିଳିନାହିଁ, ତଥାପି ଏହାକୁ ସମ୍ଭାବ୍ୟ ମନ୍ତ୍ରିପରିଷଦ ପୁନର୍ଗଠନ ସହ ଯୋଡ଼ି ଦେଖାଯାଉଛି।

ଏହା ପୂର୍ବରୁ ଜୁନ୍ ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ମଧ୍ୟ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଥିଲେ। କ୍ରମାଗତ ଭାବେ ଦେଶର ଦୁଇ ଶୀର୍ଷ ନେତାଙ୍କ ରାଷ୍ଟ୍ରପତିଙ୍କ ସହ ବୈଠକ ରାଜନୈତିକ ମହଲରେ ବିଭିନ୍ନ ଅନୁମାନକୁ ଜନ୍ମ ଦେଇଛି।

ସମ୍ପ୍ରତି କେନ୍ଦ୍ର ମନ୍ତ୍ରିପରିଷଦର କିଛି ସଦସ୍ୟଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ଏବଂ ସେମାନଙ୍କୁ ପୁନର୍ବାର ଉଚ୍ଚ ସଦନକୁ ମନୋନୀତ ନ କରାଯିବା ପରେ ପୁନର୍ଗଠନର ସମ୍ଭାବନା ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।

କେରଳର ବରିଷ୍ଠ ବିଜେପି ନେତା ଜର୍ଜ କୁରିଆନ୍ ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ସମାପ୍ତ ହେବା ପରେ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇଥିଲେ। ସେ ସଂଖ୍ୟାଲଘୁ ବ୍ୟାପାର, ମତ୍ସ୍ୟପାଳନ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ। ଦଳ ତାଙ୍କୁ ପୁନଃ ରାଜ୍ୟସଭାକୁ ପଠାଇ ନଥିବାରୁ ତାଙ୍କ ପଦତ୍ୟାଗ ମନ୍ତ୍ରିପରିଷଦରେ ପରିବର୍ତ୍ତନର ସଙ୍କେତ ଭାବେ ଦେଖାଯାଉଛି।

ପୂର୍ବରୁ ଓ ରାଜଗୋପାଳ, କେ.ଜେ. ଆଲଫୋନ୍ସ ଏବଂ ଭି. ମୁରଲୀଧରନ ମଧ୍ୟ ରାଜ୍ୟସଭା ମାଧ୍ୟମରେ ସଂସଦକୁ ପ୍ରବେଶ କରି ପରେ କେନ୍ଦ୍ର ମନ୍ତ୍ରୀ ହୋଇଥିଲେ। ଜର୍ଜ କୁରିଆନଙ୍କ ନାମ ମଧ୍ୟ ସେହି ପରମ୍ପରାରେ ଯୋଡ଼ାଯାଇଥିଲା, କିନ୍ତୁ ଏଥର ସେ ପୁନର୍ବାର ସୁଯୋଗ ପାଇନାହାନ୍ତି।

ଅନ୍ୟପକ୍ଷରେ ରେଳ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରଭନୀତ ସିଂହ ବିଟ୍ଟୁଙ୍କୁ ମଧ୍ୟ ରାଜ୍ୟସଭା ପାଇଁ ପୁନର୍ବାର ମନୋନୀତ କରାଯାଇ ନାହିଁ। ଏହାକୁ ନେଇ ତାଙ୍କର ମନ୍ତ୍ରୀ ପଦର ଭବିଷ୍ୟତ ସମ୍ପର୍କରେ ମଧ୍ୟ ଚର୍ଚ୍ଚା ବଢ଼ିଛି।

ଏହାସହ କିଛି କେନ୍ଦ୍ର ମନ୍ତ୍ରୀଙ୍କୁ ସେମାନଙ୍କ ଗୃହ ରାଜ୍ୟରେ ସାଂଗଠନିକ ଦାୟିତ୍ୱ ଦିଆଯାଇଥିବାରୁ ଦଳୀୟ ସଂଗଠନ ଓ ସରକାର ମଧ୍ୟରେ ନୂଆ ସନ୍ତୁଳନ ସୃଷ୍ଟି ପାଇଁ ପୁନର୍ଗଠନ ହୋଇପାରେ ବୋଲି ବିଶ୍ଳେଷକମାନେ ମତ ଦେଉଛନ୍ତି।

ଦେଶର ରାଜନୈତିକ ମହଳ ଏବେ କେନ୍ଦ୍ର ସରକାରର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରଖିଛି। ମନ୍ତ୍ରିପରିଷଦରେ ନୂଆ ମୁହଁଙ୍କୁ ସୁଯୋଗ ମିଳିବ କି, ନା କିଛି ବିଭାଗରେ ଦାୟିତ୍ୱ ପରିବର୍ତ୍ତନ ହେବ—ସେନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ରାଷ୍ଟ୍ରପତି ଭବନର ଏହି କ୍ରମାଗତ ବୈଠକଗୁଡ଼ିକୁ ଅତ୍ୟନ୍ତ ଗୁରୁତ୍ୱର ସହ ଦେଖାଯାଉଛି।

କେନ୍ଦ୍ର ମନ୍ତ୍ରିପରିଷଦ ଗୃହମନ୍ତ୍ରୀ ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ମନ୍ତ୍ରିପରିଷଦ ପୁନର୍ଗଠନ ରାଷ୍ଟ୍ରପତି
Share. Facebook Twitter LinkedIn Email WhatsApp Copy Link

Related Posts

ବର୍ଷ ବର୍ଷର ଯନ୍ତ୍ରଣା ପରେ, ହାତୀ ମାଣିକିକୁ ବନତାରାରେ ମିଳିଲା ନୂତନ ଜୀବନ

June 25, 2026

କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆଇନରେ ‘ଜନ ବିଶ୍ୱାସ’ ସଂସ୍କାର; ନିୟାମକ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ

June 25, 2026

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩-୨୪ ଘୋଷିତ : ପୁଷ୍କରା ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026

MI ପାଇଁ ଖେଳିବେ ପାକିସ୍ତାନର ମହମ୍ମଦ ଆମିର: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ମୁମ୍ବାଇ ଫ୍ରାଞ୍ଚାଇଜ୍ ର ଏହି ନିଷ୍ପତ୍ତି

June 25, 2026
Latest News

ମୋଦିଙ୍କ ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ଅମିତ ଶାହା: ମନ୍ତ୍ରିପରିଷଦ ପୁନର୍ଗଠନ ନେଇ ଚର୍ଚ୍ଚା ତୀବ୍ର

June 25, 2026

ବର୍ଷ ବର୍ଷର ଯନ୍ତ୍ରଣା ପରେ, ହାତୀ ମାଣିକିକୁ ବନତାରାରେ ମିଳିଲା ନୂତନ ଜୀବନ

June 25, 2026

କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆଇନରେ ‘ଜନ ବିଶ୍ୱାସ’ ସଂସ୍କାର; ନିୟାମକ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ

June 25, 2026

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩-୨୪ ଘୋଷିତ : ପୁଷ୍କରା ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026

MI ପାଇଁ ଖେଳିବେ ପାକିସ୍ତାନର ମହମ୍ମଦ ଆମିର: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ମୁମ୍ବାଇ ଫ୍ରାଞ୍ଚାଇଜ୍ ର ଏହି ନିଷ୍ପତ୍ତି

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.