Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀରଙ୍କ ନାଥ ଦେବଙ୍କ ପୀଠରେ ରୁକ୍ମିଣୀ ବିବାହ ସମ୍ପନ୍ନ: ଗୁଆଲି ଯାତ୍ରାରେ ନଗର ପରିକ୍ରମା କରିବେ ଦେବଦମ୍ପତି
ଆଜିର ଖବର

ଶ୍ରୀରଙ୍କ ନାଥ ଦେବଙ୍କ ପୀଠରେ ରୁକ୍ମିଣୀ ବିବାହ ସମ୍ପନ୍ନ: ଗୁଆଲି ଯାତ୍ରାରେ ନଗର ପରିକ୍ରମା କରିବେ ଦେବଦମ୍ପତି

June 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶ୍ରୀରଙ୍କ ନାଥ ଦେବଙ୍କ ପୀଠରେ ରୁକ୍ମିଣୀ ବିବାହ ସମ୍ପନ୍ନ: ଗୁଆଲି ଯାତ୍ରାରେ ନଗର ପରିକ୍ରମା କରିବେ ଦେବଦମ୍ପତି
ଶ୍ରୀରଙ୍କ ନାଥ ଦେବଙ୍କ ପୀଠରେ ରୁକ୍ମିଣୀ ବିବାହ ସମ୍ପନ୍ନ: ଗୁଆଲି ଯାତ୍ରାରେ ନଗର ପରିକ୍ରମା କରିବେ ଦେବଦମ୍ପତି

ବାଣପୁର: ସର୍ବଧର୍ମ ସମନ୍ବୟର ପୀଠ ବାଣପୁରରେ ଜ୍ୟେଷ୍ଠ ଶୁକ୍ଳ ଶୀତଳ ଷଷ୍ଠୀରେ ଦେବଦେବ ମହାଦେବ ମା’ ପାର୍ବତୀଙ୍କ ଦେବ ବିବାହ କାର୍ଯ୍ୟ ସମାପନ ପରେ ଶୁକ୍ଳ ଏକାଦଶୀରେ ଆରାଧ୍ୟ ଠାକୁର ଶ୍ରୀରଙ୍କନାଥ ଦେବଙ୍କ ପୀଠରେ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା ରୁକ୍ମିଣୀ ବିବାହ ପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ। କନକ ବେଦୀରେ ଦେବଦମ୍ପତ୍ତିଙ୍କୁ ଦର୍ଶନ କରି କୃପା ଲାଭ ନିମନ୍ତେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ମାନବୀୟ ଲୀଳାର ଏହି ପରମ୍ପରାରେ ଶଙ୍ଖ, କାହାଳୀ ଘଣ୍ଟ।ଘଣ୍ଟ ବାଦ୍ୟ ସହିତ ହରିବୋଲ ହୁଳହୁଳି ଶବ୍ଦରେ ମନ୍ଦିର ପରିସର ସତେ ଯେମିତି ଉଚ୍ଛୁଳି ପଡ଼ୁଥିଲା।

ଉତ୍କଳର ଶ୍ରୀକ୍ଷେତ୍ର ଧାମପରି ଲୀଳାକ୍ଷେତ୍ର ବାଣପୁରର ଆରାଧ୍ୟ ବ୍ରହ୍ମସ୍ପର୍ଶୀ ଠାକୁର ଶ୍ରୀଶ୍ରୀରଙ୍କନାଥ ଦେବଙ୍କ ପୀଠରେ ପ୍ରତ୍ୟୁଷରୁ ଦ୍ୱାରଫିଟା, ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ, ବେଶ, ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ପରେ ସାହାଣମେଲା ହୋଇ ମଧ୍ୟାହ୍ନ ଧୂପ ପରେ ଠାକୁରମାନଙ୍କୁ ସ୍ନାନ ବିଧି ହୋଇ ବେଶ କରାଯାଇଥିଲା, ମା’ ମହାଲକ୍ଷ୍ମୀ ଙ୍କୁଆଜ୍ଞାମାଳ ପରେ ମନ୍ଦିର ପରିସରରେ ଥିବା ବିମଳାଙ୍କ ମନ୍ଦିର ଜଗମୋହନରେ ବିଜେ କରାଯାଇଥିଲା। ସେଠାରୁ ଚ଼ିଟାଉନୀତି ସମାପନ ପରେ ଶ୍ରୀମଦନମୋହନଙ୍କୁ ଆଜ୍ଞାମାଳ ହୋଇ ବିମଳାଙ୍କ ପୀଠରେ ପହଞ୍ଚିବା ପରେ ରୁକ୍ମିଣୀ ସ୍ୱରୁପିଣୀ ମା’ ମହାଲକ୍ଷ୍ମୀଙ୍କୁ ଶ୍ରୀମଦନମୋହନ ଦେବ ହାତଧରି ମନ୍ଦିର ଆଡ଼କୁ ବିଜେ କଲା ବେଳେ ପାଟ ଅଗଣାରେ ଶିଶୁପାଳନୀତିକାନ୍ତି ଶେଷକରି ନାଟମଣ୍ଡପରେ ବିଜେ କରିଥିଲେ।

ପରେ ଅପରାହ୍ନରେ ମନ୍ଦିର ତରଫରୁ ବାଣପୁରର ସମସ୍ତ ଦେବା ଦେବୀ ମନ୍ଦିରକୁ ବିବାହ ନିମନ୍ତ୍ରଣ ଗୁଆବାଣ୍ଟ ନୀତି ସାରି ସଂଧ୍ୟାରେ ଅମୃତ ଲଗ୍ନରେ ଶ୍ରୀମଦନ ମୋହନ ଦେବଙ୍କ ବରଯାତ୍ରା ବିରାଟ ପଟୁଆରରେ ନଗର ପରିକ୍ରମା କରିବା ପରେ ମନ୍ଦିର ପରିସରରେ କନ୍ୟାପିତା ଭାବରେ ବରିଷ୍ଠ ଆଇନଜ୍ଞ ଶ୍ୟାମସୁନ୍ଦର ମିଶ୍ର ବାଟବରଣୀ କରି ବର ଶ୍ରୀମଦନମୋହନଙ୍କୁ ବେଦୀ ଉପରକୁ ପାଛୋଟି ନେଇଥିଲେ।

ବୈଦିକ ରୀତି ନୀତିରେ ବିବାହ କାର୍ଯ୍ୟରେ ଶ୍ରୀମିଶ୍ର କନ୍ୟାଦାନ କରିଥିଲାବେଳେ, ମନ୍ଦିର ପରିଚ୍ଛା ପଦ୍ମଚରଣ ମହାପାତ୍ର ବରପିତାର ଦାୟିତ୍ୱ ସଂପାଦନ କରିଥିଲେ। ମନ୍ଦିର ପୁରୋହିତ ପଣ୍ଡିତ କୃଷ୍ଣଚନ୍ଦ୍ର ଦାଶ, ପଣ୍ଡିତ ମୃତ୍ୟୁଞ୍ଜୟ ଦାଶ ବିବାହ କାର୍ଯ୍ୟ ପରିଚାଳନା କରିଥିଲାବେଳେ ମନ୍ଦିର ପରିଚାଳନା କମିଟିର ପ୍ରମୁଖ ଦାଶରଥି ସାହୁ, ଦେବଦତ୍ତ ପାଣି, ବାଳ ମୁକୁନ୍ଦ ଦାସ, କାମେଶ୍ଵର ଆଚ଼ାରୀ, ରବୀନ୍ଦ୍ର ପ୍ରଧାନ, ସଚିତ ମିଶ୍ର, ଶ୍ରୀନିବାସ ଆଚ଼ାରୀ, ସୂର୍ଯ୍ୟନାରାୟଣ ପାତ୍ର, ଶିବ ପ୍ରଧାନ, ସଚ୍ଚିଦାନନ୍ଦ ପରିମାଣିକ, ସତ୍ୟନାରାୟଣ ତ୍ରିପାଠୀ, ଅଶ୍ୱିନୀ ଷଡ଼ଙ୍ଗୀ, ଆଷୁତୋଷ ଷଡ଼ଙ୍ଗୀ, ପ୍ରମିଳା ସୁବୁଦ୍ଧି, ଲକ୍ଷ୍ମୀ ପାତ୍ର ପ୍ରମୁଖଙ୍କ ସହଯୋଗରେ ଏହି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା।

ଦ୍ଵାଦଶୀରେ ଦେବଦମ୍ପତିଙ୍କ ଗୁଆଲି ଯାତ୍ରା ନଗର ପରିକ୍ରମା ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟିତରଫରୁ ପ୍ରକାଶ।

ବାଣପୁର ମା' ପାର୍ବତୀ ଶୀତଳ ଷଷ୍ଠୀ ସର୍ବଧର୍ମ ସମନ୍ବୟରପୀଠ
Share. Facebook Twitter LinkedIn Email WhatsApp Copy Link

Related Posts

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 18, 2026

ଓଡ଼ିଶାର ବିପର୍ଯ୍ୟୟ ପ୍ରଶମନ କ୍ଷମତାକୁ ପ୍ରଶଂସା କଲେ କେରଳ, ରାଜସ୍ଥାନ ଓ ପଞ୍ଜାବ ଗଣମାଧ୍ୟମ ପ୍ରତିନିଧି

September 18, 2026

‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 18, 2026

କୁକୁଡାଖଣ୍ଡି ହିଂସାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ବାଳ ଅପରାଧୀ ଗିରଫ

September 18, 2026
Latest News

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 18, 2026

ଓଡ଼ିଶାର ବିପର୍ଯ୍ୟୟ ପ୍ରଶମନ କ୍ଷମତାକୁ ପ୍ରଶଂସା କଲେ କେରଳ, ରାଜସ୍ଥାନ ଓ ପଞ୍ଜାବ ଗଣମାଧ୍ୟମ ପ୍ରତିନିଧି

September 18, 2026

‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 18, 2026

କୁକୁଡାଖଣ୍ଡି ହିଂସାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ବାଳ ଅପରାଧୀ ଗିରଫ

September 18, 2026

ସେପ୍ଟେମ୍ବର ୧୮ ତାରିଖ ଶୁକ୍ରବାରରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର, ଜାଣନ୍ତୁ ରାଶିଫଳ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.