Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଟିଟିଲାଗଡ-ମୁନିଗୁଡ଼ା ସେକ୍ସନ ନିରୀକ୍ଷଣ
ଆଜିର ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଟିଟିଲାଗଡ-ମୁନିଗୁଡ଼ା ସେକ୍ସନ ନିରୀକ୍ଷଣ

June 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଟିଟିଲାଗଡ-ମୁନିଗୁଡ଼ା ସେକ୍ସନ ନିରୀକ୍ଷଣ
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଟିଟିଲାଗଡ-ମୁନିଗୁଡ଼ା ସେକ୍ସନ ନିରୀକ୍ଷଣ

ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ବର ଫୁଙ୍କୱାଲ ଆଜି ଟିଟିଲାଗଡ-ମୁନିଗୁଡ଼ା ସେକ୍ସନକୁ ବିସ୍ତୃତ ଭାବେ ନିରୀକ୍ଷଣ କରିଛନ୍ତି। ଏହି ନିରୀକ୍ଷଣ ସମୟରେ ରେଳ ସେକ୍ସନର ବିଭିନ୍ନ ଷ୍ଟେସନରେ ନିରାପତ୍ତା ବ୍ୟବସ୍ଥା, ଟ୍ରାଫିକ୍ ସୁବିଧା, ଯାତ୍ରୀଙ୍କ ସୁବିଧା ଏବଂ ଚାଲୁରହିଥିବା ଭିତ୍ତିଭୂମି କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା।

ମହାପ୍ରବନ୍ଧକ ମଧ୍ୟ, ନିରାପଦ ଏବଂ ସୁଗମ ଟ୍ରେନ୍ ଚଳାଚଳ କାର୍ଯ୍ୟ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ଅନେକ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ଉପରେ ମଧ୍ୟ ଶ୍ରୀ ଫୁଙ୍କୱାଲ ସମୀକ୍ଷା କରିଛନ୍ତି। ଏଥିମଧ୍ୟରେ ପାର୍କିଂ କ୍ଷେତ୍ରରେ ଉନ୍ନତି, ସର୍କୁଲଟିଂ ଏରିଆ ବା ଚଳପ୍ରଚଳ କ୍ଷେତ୍ର ଏବଂ ଷ୍ଟେସନରେ ଲ୍ୟାଣ୍ଡସ୍କେପ୍ ଅନ୍ତର୍ଭୁକ୍ତ |ଏଥିସହ ସମଗ୍ର ନେଟୱାର୍କରେ ଯାତ୍ରୀଙ୍କ ଅନୁଭୂତିକୁ ଆହୁରି ଉନ୍ନତ କରିବା ଲକ୍ଷ୍ୟରେ ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ଚାଲିଥିବା ଷ୍ଟେସନ ପୁନଃବିକାଶ କାର୍ଯ୍ୟର ଅଗ୍ରଗତି ଉପରେ ସେ ବିଶେଷ ଧ୍ୟାନ ଦେଇଥିଲେ।ଯାତ୍ରୀମାନଙ୍କ ପାଇଁ ସାମଗ୍ରିକ ସେବା ଗୁଣବତ୍ତାରେ ଉନ୍ନତି ଆଣିବା ଦିଗରେ ଏହି ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ମହତ୍ତ୍ଵକୁ ରେଖାଙ୍କିତ କରି ମହାପ୍ରବନ୍ଧକ ଏଗୁଡ଼ିକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମହାପ୍ରବନ୍ଧକଙ୍କ ନିରୀକ୍ଷଣ ସମୟରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ପ୍ରକଳ୍ପ ସମୟସୀମା ଏବଂ ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନାରେ ସହଯୋଗ କରିଥିଲେ।

ଟିଟିଲାଗଡ-ମୁନିଗୁଡ଼ା ସେକ୍ସନ ପରମେଶ୍ବର ଫୁଙ୍କୱାଲ ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ ଅଧିକାରୀ ସାଜି ଠକୁଥିଲା, ଶେଷରେ ପୋଲିସ ହାତରେ ଧରାପଡ଼ିଲା

June 26, 2026

ସନ୍ଧ୍ୟା ୫ଟା ସୁଦ୍ଧା ୧୦ଟି ଫିଲ୍ମର ରେକର୍ଡ ଭାଙ୍ଗିଲା “ୱେଲକମ୍ ଟୁ ଦି ଜଙ୍ଗଲ” 

June 26, 2026

ବୌଦ୍ଧରେ ଅଘଟଣ: ବଜ୍ରାଘାତରେ ଲିଭିଗଲା ଦୁଇ କିଶୋରଙ୍କ ଜୀବନ

June 26, 2026

ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ ପଦକ୍ଷେପ: ବିଭିନ୍ନ ଟ୍ରେନରେ ବଢିଲା କୋଚ୍ ସଂଖ୍ୟା

June 26, 2026
Latest News

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଟିଟିଲାଗଡ-ମୁନିଗୁଡ଼ା ସେକ୍ସନ ନିରୀକ୍ଷଣ

June 26, 2026

ସରକାରୀ ଅଧିକାରୀ ସାଜି ଠକୁଥିଲା, ଶେଷରେ ପୋଲିସ ହାତରେ ଧରାପଡ଼ିଲା

June 26, 2026

ସନ୍ଧ୍ୟା ୫ଟା ସୁଦ୍ଧା ୧୦ଟି ଫିଲ୍ମର ରେକର୍ଡ ଭାଙ୍ଗିଲା “ୱେଲକମ୍ ଟୁ ଦି ଜଙ୍ଗଲ” 

June 26, 2026

ବୌଦ୍ଧରେ ଅଘଟଣ: ବଜ୍ରାଘାତରେ ଲିଭିଗଲା ଦୁଇ କିଶୋରଙ୍କ ଜୀବନ

June 26, 2026

ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ ପଦକ୍ଷେପ: ବିଭିନ୍ନ ଟ୍ରେନରେ ବଢିଲା କୋଚ୍ ସଂଖ୍ୟା

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.