ରେଢ଼ାଖୋଲ (କନ୍ଦର୍ପ ବେହେରା): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ନାକଟିଦେଉଳ ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ରେଢ଼ାଖୋଲ ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର, ସମ୍ବଲପୁର ସାଂସଦଙ୍କ ବ୍ଲକ ପ୍ରତିନିଧି ନେତ୍ରାନନ୍ଦ ରାଉଳ, ନାକଟିଦେଉଳ ମଣ୍ଡଳ ସଭାପତି ଦିଲ୍ଲୀପ କୁମାର ସାହୁ, କିଶିଣ୍ଡା ମଣ୍ଡଳ ସଭାପତି ସୁଶାନ୍ତ ଭୂତିଆ, ଯୁବମୋର୍ଚ୍ଚା ସଭାପତି ଦେବବ୍ରତ ପଣ୍ଡା, ଉପସମ୍ପାଦକ ରମେଶ ଚନ୍ଦ୍ର ସ୍ୱାଇଁ, କିସିଣ୍ଡା ଯୁବମୋର୍ଚ୍ଚା ସଭାପତି ମନୋରଂଜନ ସାହୁ, କିସିଣ୍ଡା ଉପସମ୍ପାଦକ ନୀଳାମ୍ବର ସାହୁ ଏବଂ ସୋସିଆଲ ମିଡିଆ କୋଅର୍ଡିନେଟର ଚିତ୍ତରଞ୍ଜନ ପ୍ରଧାନ ଓ ନାକଟିଦେଉଳ ବିଜେପି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ୧୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।


