Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେଚେଲ୍ସ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି
ଆଜିର ଖବର

ସେଚେଲ୍ସ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି

June 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ମୋଦି
ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ: ତଦନ୍ତ ଆରମ୍ଭ କଲା ମେଲବୋର୍ଣ୍ଣ ପୋଲିସ

ନୂଆଦିଲ୍ଲୀ: ଆଜିଠାରୁ ୨୯ ତାରିଖ ଯାଏଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଚେଲ୍ସର ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗଣମାଧ୍ୟମକୁ ବିବୃତ୍ତି ପ୍ରଦାନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ସେଚେଲ୍ସର ରାଷ୍ଟ୍ରପତି, ମୋର ବନ୍ଧୁ ଡକ୍ଟର ପାଟ୍ରିକ ହର୍ମିନିଙ୍କ ନିମନ୍ତ୍ରଣରେ ସେଚେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସମ୍ମାନିତ ଅତିଥି ଭାବରେ ଅଂଶଗ୍ରହଣ କରିବା ପାଇଁ ମୁଁ ୨୭-୨୯ ଜୁନ୍ ୨୦୨୬ ପର୍ଯ୍ୟନ୍ତ ସେଚେଲ୍ସ ଗସ୍ତ କରିବି।”

ସେଚେଲ୍ସ ଆମର ଜଣେ ପ୍ରମୁଖ ସାମୁଦ୍ରିକ ପଡ଼ୋଶୀ ଏବଂ ‘ଭିଜନ୍ ମହାସାଗର’ ତଥା ‘ଗ୍ଲୋବାଲ ସାଉଥ’ ପ୍ରତି ଆମର ମିଳିତ ପ୍ରତିବଦ୍ଧତାର ଏକ ପ୍ରମୁଖ ଅଂଶୀଦାର । ଚଳିତ ବର୍ଷ, ଆମେ ଆମର କୂଟନୈତିକ ସମ୍ପର୍କ ସ୍ଥାପନର ୫୦ତମ ବାର୍ଷିକୀ ମଧ୍ୟ ପାଳନ କରୁଛୁ ଯାହା ପାରସ୍ପରିକ ବିଶ୍ୱାସ, ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ, ବିବିଧତା ପ୍ରତି ସମ୍ମାନ ଏବଂ ଆମ ଲୋକଙ୍କ ମଧ୍ୟରେ ଗଭୀର ସମ୍ପର୍କ ଉପରେ ଆଧାରିତ।

ଫେବୃଆରୀ ୨୦୨୬ରେ ରାଷ୍ଟ୍ରପତି ହର୍ମିନିଙ୍କ ସଫଳ ଭାରତ ଗସ୍ତ ପରେ, ମୁଁ ଆମର ସ୍ଥାୟୀ ବନ୍ଧୁତାକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ଆଗକୁ ହେବାକୁ ଥିବା ଆଲୋଚନା ପାଇଁ ଆଗ୍ରହୀ ରହିଛି। ଆମ ଲୋକମାନଙ୍କ ପ୍ରଗତିକୁ ଆଗକୁ ବଢ଼ାଇବା ଏବଂ ହିନ୍ଦ ମହାସାଗର କ୍ଷେତ୍ରରେ ସୁରକ୍ଷା ତଥା ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଏକତ୍ର କାର୍ଯ୍ୟ କରିବୁ।

ଏହି ଗସ୍ତ ସମୟରେ, ମୋତେ ସେଚେଲ୍ସର ନ୍ୟାଶନାଲ ଆସେମ୍ବ୍ଲିକୁ ସମ୍ବୋଧିତ କରିବାରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେବାର ଗୌରବ ପ୍ରାପ୍ତ ହେବ। ଏହି ଐତିହାସିକ ସୁଯୋଗ ଦୁଇ ରାଷ୍ଟ୍ରକୁ ବାନ୍ଧି ରଖୁଥିବା ଦୃଢ଼ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସଂସଦୀୟ ପରମ୍ପରାକୁ ପ୍ରତିଫଳିତ କରେ।

ମୁଁ ସେଚେଲ୍ସରେ ଥିବା ଉତ୍ସାହୀ ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା କରିବାକୁ ମଧ୍ୟ ଆଗ୍ରହୀ ରହିଛି । ସେମାନେ ପିଢ଼ି ପରେ ପିଢ଼ି ଧରି ଭାରତ ଏବଂ ସେଚେଲ୍ସ ମଧ୍ୟରେ ସ୍ୱତନ୍ତ୍ର ବନ୍ଧୁତାକୁ ପୋଷଣ କରିଆସୁଛନ୍ତି ଏବଂ ଆମ ଦୁଇ ରାଷ୍ଟ୍ର ମଧ୍ୟରେ ଏକ ଜୀବନ୍ତ ସେତୁ ଭାବରେ କାର୍ଯ୍ୟ କରୁଛନ୍ତି।

ମୁଁ ନିଶ୍ଚିତ ଯେ ମୋର ଗସ୍ତ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ସମ୍ପର୍କକୁ ଆହୁରି ନିବିଡ଼ କରିବ । ଭାରତ ମହାସାଗର କ୍ଷେତ୍ରରେ ସାମୁଦ୍ରିକ ସହଯୋଗ ବୃଦ୍ଧି କରିବ ଏବଂ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ତଥା ସମୃଦ୍ଧ ଭାରତ ମହାସାଗର କ୍ଷେତ୍ରର ଆମର ସମାନ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବ।

ନରେନ୍ଦ୍ର ମୋଦୀ ପ୍ରସ୍ଥାନ ବିବୃତ୍ତି ସେଚେଲ୍ସ ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଡେଙ୍ଗୁ ବିରୋଧରେ ପ୍ରଭାବଶାଳୀ ହେବ କ୍ୟୁଡେଙ୍ଗା ଟୀକା: ସ୍ୱାସ୍ଥ୍ୟ ବିଶେଷଜ୍ଞ

July 22, 2026

ନିମାପଡ଼ାରେ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

୪ ହଜାରରୁ ଉର୍ଦ୍ଧ୍ଵ କୋଟିର ୨୩ ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

July 22, 2026

ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟିର ଉଚ୍ଚସ୍ତରୀୟ ବୈଠକ

July 22, 2026
Latest News

ଡେଙ୍ଗୁ ବିରୋଧରେ ପ୍ରଭାବଶାଳୀ ହେବ କ୍ୟୁଡେଙ୍ଗା ଟୀକା: ସ୍ୱାସ୍ଥ୍ୟ ବିଶେଷଜ୍ଞ

July 22, 2026

ନିମାପଡ଼ାରେ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

୪ ହଜାରରୁ ଉର୍ଦ୍ଧ୍ଵ କୋଟିର ୨୩ ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

July 22, 2026

ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟିର ଉଚ୍ଚସ୍ତରୀୟ ବୈଠକ

July 22, 2026

ରାଜ୍ୟରେ ମୋଟ ୫୮ ଲକ୍ଷ ଭୋଟରଙ୍କୁ ନୋଟିସ୍: SIR ପ୍ରକ୍ରିୟାକୁ ନେଇ CEO ଙ୍କ ବଡ଼ ସୂଚନା

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.