ନୂଆଦିଲ୍ଲୀ: ସେଚେଲ୍ସର ମହାମହିମ ରାଷ୍ଟ୍ରପତି ଡଃ ପାଟ୍ରିକ୍ ହର୍ମିନିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସେଚେଲ୍ସର ୫୦ତମ ସ୍ୱାଧୀନତା ଦିବସ ପୂର୍ତ୍ତି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ସେଚେଲ୍ସର ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇଥିବା ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି।
ଭାରତ ଏବଂ ସେଚେଲ୍ସ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ ବର୍ଷ ପୂର୍ତ୍ତି ପାଳନ କରାଯାଉଥିବାବେଳେ ଏହି ସ୍ୱାଧୀନତା ଦିବସ ସମାରୋହ ଅନୁଷ୍ଠିତ ହେଉଛି। ଏହି ସ୍ୱତନ୍ତ୍ର ଅବସରକୁ ସ୍ମରଣୀୟ କରିବା ନିମନ୍ତେ ସେଚେଲ୍ସ ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ପାଳନ ସମାରୋହରେ ଆୟୋଜିତ ଜାତୀୟ ପରେଡରେ ଭାରତୀୟ ସଶସ୍ତ୍ର ବାହିନୀର ଏକ ପ୍ରତିନିଧି ଦଳ ଅଂଶଗ୍ରହଣ କରିଥିଲା। ଭାରତୀୟ ପ୍ରତିନିଧି ଦଳରେ ଆସାମ ରାଇଫଲ୍ସ, ଭାରତୀୟ ନୌସେନା ଏବଂ ଭାରତୀୟ ନୌସେନା ମାର୍ଚ୍ଚିଂ ବ୍ୟାଣ୍ଡର କର୍ମଚାରୀ ସାମିଲ ଥିଲେ, ଯାହା ଦୁଇ ଦେଶ ମଧ୍ୟରେ ଥିବା ଦୀର୍ଘଦିନର ପ୍ରତିରକ୍ଷା ସହଭାଗିତାକୁ ପ୍ରତିଫଳିତ କରେ। ଏହି ଉତ୍ସବର ଏକ ଅଂଶ ସ୍ୱରୂପ ଏବଂ ପ୍ରଚଳିତ ପରମ୍ପରା ଅନୁଯାୟୀ, ଭାରତୀୟ ନୌସେନାର ଯୁଦ୍ଧଜାହାଜ ‘ତର୍କଶ’ ଏବଂ ‘ଇକ୍ଷକ’ ପୋର୍ଟ ଭିକ୍ଟୋରିଆରେ ପହଞ୍ଚିଛନ୍ତି।
ଏହି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ଦୁଇ ଦେଶ ମଧ୍ୟରେ ଥିବା ଗଭୀର ସହଭାଗିତା ଏବଂ ଦୀର୍ଘଦିନର ବନ୍ଧୁତାକୁ ରେଖାଙ୍କିତ କରେ।


