Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ ପାଇଁ କେନ୍ଦ୍ରର ଦୁଇଟି ବଡ଼ ନିଷ୍ପତ୍ତି
ଆଜିର ଖବର

ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ ପାଇଁ କେନ୍ଦ୍ରର ଦୁଇଟି ବଡ଼ ନିଷ୍ପତ୍ତି

June 30, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅଶ୍ୱିନୀ ବୈଷ୍ଣବ
ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦୁଇଟି ପ୍ରମୁଖ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଅଭିବୃଦ୍ଧିରେ ସହାୟକ ହେବ। ଏହା ସହିତ ସାରା ଦେଶରେ ସିନେମା ହଲ୍ (ସ୍କ୍ରିନ୍) ସଂଖ୍ୟା ବୃଦ୍ଧି କରିବାରେ ମଧ୍ୟ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।

ନୂଆଦିଲ୍ଲୀଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ହୋଇଥିବା ଏହି ବୈଠକରେ ମନ୍ତ୍ରୀ ଚଳଚ୍ଚିତ୍ର ନିର୍ମାଣ, ବଣ୍ଟନ (ଡିଷ୍ଟ୍ରିବ୍ୟୁସନ) ଏବଂ ପ୍ରଯୁକ୍ତିବିଦ୍ୟାର ସମନ୍ୱୟକୁ ସଦୃଢ଼ କରିବା ପାଇଁ ତୁରନ୍ତ ସାଂଗଠନିକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଧ୍ୟୟନ ଗୋଷ୍ଠୀ ଗଠନ

ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଅଧ୍ୟୟନ ଗୋଷ୍ଠୀ ଗଠନ କରାଯାଇଛି। ପ୍ରସୂନ ଜୋଶୀ ଏହି ଗୋଷ୍ଠୀର ଅଧ୍ୟକ୍ଷତା କରିବେ। ଏଥିରେ ଚଳଚ୍ଚିତ୍ର ଜଗତର ବିଶେଷଜ୍ଞ ଏବଂ ପ୍ରଯୁକ୍ତିବିଦ୍ୟା ସହଭାଗୀମାନେ ମଧ୍ୟ ସାମିଲ ହେବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏହି ଗୋଷ୍ଠୀ ଭାରତୀୟ ସିନେମା ସମ୍ମୁଖରେ ଥିବା ସୁଯୋଗ ଏବଂ ଆହ୍ୱାନଗୁଡ଼ିକର ଅଧ୍ୟୟନ କରିବ। ଏହା ଚଳଚ୍ଚିତ୍ର କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଉପାୟ ସୁଝାଇବ। ଭାରତୀୟ ଚଳଚ୍ଚିତ୍ରକୁ ବିଶ୍ୱସ୍ତରରେ ଅଧିକ ପ୍ରତିଯୋଗିତାମୂଳକ କରିବା ପାଇଁ ମଧ୍ୟ ଏହା ଆବଶ୍ୟକ ପଦକ୍ଷେପ ସୁପାରିଶ କରିବ।

ଏହି ଅଧ୍ୟୟନ ଗୋଷ୍ଠୀ ଅନ୍ୟାନ୍ୟ ବିଷୟ ମଧ୍ୟରେ ନିମ୍ନଲିଖିତ ପ୍ରସଙ୍ଗଗୁଡ଼ିକର ଯାଞ୍ଚ କରିବ:

● ବିଶ୍ୱ ବଜାରରେ ଭାରତୀୟ ଚଳଚ୍ଚିତ୍ରକୁ ଅଧିକ ପ୍ରତିଯୋଗିତାମୂଳକ କରିବା ପାଇଁ ପଦକ୍ଷେପ।

● ସିନେମା ଉପରେ ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରଭାବ। ଏଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ଏବଂ ଭର୍ଚୁଆଲ୍ ପ୍ରଡକ୍ସନ୍ ସାମିଲ ଅଛି। ଭାରତୀୟ ଚଳଚ୍ଚିତ୍ର ନିର୍ମାତାମାନେ କିପରି ଏହି ସବୁ ସାଧନର ବ୍ୟବହାର କରିପାରିବେ, ସେ ସମ୍ପର୍କରେ ଗୋଷ୍ଠୀ ପରାମର୍ଶ ଦେବ।

● ଚଳଚ୍ଚିତ୍ର ନିର୍ମାତାମାନେ କିପରି ବଜାରରୁ ଆନୁଷ୍ଠାନିକ ଆର୍ଥିକ ସହାୟତା (ଇନଷ୍ଟିଚ୍ୟୁସନାଲ୍ ଫାଇନାନ୍ସ) ପାଇପାରିବେ ଏବଂ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅର୍ଥଲଗାଣର ନୂତନ ବିକଳ୍ପଗୁଡ଼ିକ ବିଷୟରେ।

● ଚଳଚ୍ଚିତ୍ର ନିର୍ମାଣ ଏବଂ ବଣ୍ଟନ ପାଇଁ ପାଣ୍ଠି ଯୋଗାଡ଼ କରିବାରେ ନିର୍ମାତାମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ।

● ରାଜ୍ୟ ସରକାର ଏବଂ ଅନ୍ୟାନ୍ୟ ଅଂଶୀଦାର (ଷ୍ଟେକହୋଲ୍ଡର୍ସ) ମାନଙ୍କ ସହ ମିଶି କାର୍ଯ୍ୟ କରିବା। ଏହି ଗୋଷ୍ଠୀ ଶ୍ରେଷ୍ଠ କାର୍ଯ୍ୟପନ୍ଥାଗୁଡ଼ିକୁ ଚିହ୍ନଟ କରିବ। ଏହାସହ ଭାରତୀୟ ସିନେମାର ଦୀର୍ଘକାଳୀନ ବିକାଶ ପାଇଁ ଏକ ସମ୍ପୂର୍ଣ୍ଣ ନୀତିଗତ ଆଭିମୁଖ୍ୟ (ପଲିସି ଫ୍ରେମୱାର୍କ) ସୁପାରିଶ କରିବ।

● ଏହି ଅଧ୍ୟୟନ ଗୋଷ୍ଠୀ ସାରା ଦେଶର ସମସ୍ତ ସମ୍ପୃକ୍ତ ଅଂଶୀଦାରମାନଙ୍କ ସହ ଆଲୋଚନା କରିବ। ଏହା ତିନି ମାସ ମଧ୍ୟରେ ମନ୍ତ୍ରଣାଳୟକୁ ନିଜର ରିପୋର୍ଟ ପ୍ରଦାନ କରିବ।

ରାଜ୍ୟଗୁଡ଼ିକ ପାଇଁ ମଡେଲ୍ ରାଜ୍ୟ ସିନେମା ନିୟମାବଳୀ

ସିନେମା ଏବଂ ପ୍ରେକ୍ଷାଳୟର ନିୟନ୍ତ୍ରଣ ରାଜ୍ୟ ତାଲିକାଭୁକ୍ତ। ସିନେମା ଏବଂ ପ୍ରେକ୍ଷାଳୟ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଅନୁମତି ପାଇଁ ଭିନ୍ନ ଭିନ୍ନ ରାଜ୍ୟ ଭିନ୍ନ ଭିନ୍ନ ନିୟମ ଅନୁସରଣ କରିଥାନ୍ତି। ବିଶେଷ କରି ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ସିନେମା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏହା ଏକ ପ୍ରମୁଖ ପ୍ରତିବନ୍ଧକ ସାଜିଛି।

ସିନେମା ଭିତ୍ତିଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରଣାଳୟ ଏକ ଆଦର୍ଶ ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ସମସ୍ତ ଅଂଶୀଦାରମାନଙ୍କ ସହ ଆଲୋଚନା କରିବା ପରେ ଏହି ନିୟମଗୁଡ଼ିକର ଚିଠା ପ୍ରସ୍ତୁତ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଏହି ‘ମଡେଲ୍ ରାଜ୍ୟ ସିନେମା ନିୟମାବଳୀ’ ସମସ୍ତ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଏଗୁଡ଼ିକୁ ଗ୍ରହଣ କରିବା ପାଇଁ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି। ଏହି ନିୟମଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ମଧ୍ୟ ସହାୟତା କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହି ନିଷ୍ପତ୍ତିଗୁଡ଼ିକ ମିଳିତ ଭାବେ ଏକ ସଦୃଢ଼, ଆଧୁନିକ ଏବଂ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ଗଠନ କରିବ। ଭାରତୀୟ ସିନେମା ସୃଜନଶୀଳତା, ସଂସ୍କୃତି ଏବଂ ନବସୃଜନ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହୋଇ ରହିବା ଜାରି ରଖିବ ବୋଲି ଆଶା କରାଯାଇଛି।

ଚଳଚ୍ଚିତ୍ର ଶିଳ୍ପ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

SEBIର ବଡ଼ ନିଷ୍ପତ୍ତି: ଭାରତ ନଆସି ଡିଜିଟାଲ୍ KYC ପୂରଣ କରିପାରିବେ ବିଦେଶରେ ରହୁଥିବା NRI  

August 15, 2026

ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“ଭାରତ ମାତା କି ଜୟ” ସ୍ଲୋଗାନରେ ପ୍ରତିଧ୍ୱନିତ ହେଲା ଇସଲାମାବାଦ

August 15, 2026
Latest News

SEBIର ବଡ଼ ନିଷ୍ପତ୍ତି: ଭାରତ ନଆସି ଡିଜିଟାଲ୍ KYC ପୂରଣ କରିପାରିବେ ବିଦେଶରେ ରହୁଥିବା NRI  

August 15, 2026

ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ

August 15, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“ଭାରତ ମାତା କି ଜୟ” ସ୍ଲୋଗାନରେ ପ୍ରତିଧ୍ୱନିତ ହେଲା ଇସଲାମାବାଦ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.