Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓମ୍ଫେଡ୍ ପକ୍ଷରୁ ସମବାୟ ସପ୍ତାହ ପାଳିତ
ଆଜିର ଖବର

ଓମ୍ଫେଡ୍ ପକ୍ଷରୁ ସମବାୟ ସପ୍ତାହ ପାଳିତ

June 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓମ୍ଫେଡ୍ ପକ୍ଷରୁ ସମବାୟ ସପ୍ତାହ ପାଳିତ
ଓମ୍ଫେଡ୍ ପକ୍ଷରୁ ସମବାୟ ସପ୍ତାହ ପାଳିତ
ଭୁବନେଶ୍ୱର: କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ପ୍ରତିଷ୍ଠାର 5 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପି ଜୁନ୍ 29 ରୁ ଜୁଲାଇ 6 ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି ସମବାୟ ସପ୍ତାହ। ଏହି ଅବସରରେ ଓମ୍ଫେଡ୍ ପକ୍ଷରୁ ସମବାୟ ସପ୍ତାହର ପ୍ରଥମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓମ୍ଫେଡ୍ ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦେଶ କ୍ରମେ ଆଜି ସମବାୟ ସପ୍ତାହର ପ୍ରଥମ ଦିନରେ ଓମ୍ଫେଡ୍ ର ବିଭିନ୍ନ ପ୍ଲାଣ୍ଟ, ୟୁନିୟନ ଓ ସମବାୟ ସମିତି ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହିଦ ନଗରସ୍ଥିତ ମୁଖ୍ୟାଳୟ ପରିସରରେ ସମବାୟ ପ୍ରତିଶୃତି ସ୍ୱରୂପ ସମସ୍ତ କର୍ମଚାରୀ ଶପଥ ପାଠ କରିଥିଲେ। “ସହକାର ସେ  ସମୃଦ୍ଧି” ଦୃଷ୍ଟି କୋଣକୁ ସାକାର କରିବା ପାଇଁ କର୍ମଚାରୀମାନେ କାୟ, ମନ,ବାକ୍ୟରେ କାର୍ଯ୍ୟକରିବେ ବୋଲି ଶପଥ ଗ୍ରହଣ କରିଛନ୍ତି। ସକ୍ରିୟ ସମବାୟ, ବିକଶିତ ଭାରତର ମୂଳଦୁଆ। ଏହାକୁ ସାକାର କରିବା ପାଇଁ କର୍ମଚାରୀମାନେ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ କହିଛନ୍ତି। ଏକ ଆତ୍ମନିର୍ଭର ଏବଂ ସଶକ୍ତ ଭାରତ ଗଠନ ପାଇଁ ଯଥାସମ୍ଭବ ସେମାନଙ୍କର ଯୋଗଦାନ ରହିବ ବୋଲି ଶପଥ କରିଛନ୍ତି।
ଭୁବନେଶ୍ୱର ସହିଦ ନଗରସ୍ଥିତ ମୁଖ୍ୟାଳୟରେ ଏହି ଉପଲକ୍ଷେ ଆୟୋଜିତ ଶପଥପାଠ କାର୍ଯ୍ୟକ୍ରମରେ ଓମ୍ଫେଡର ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ। ଓମ୍ଫେଡ୍ ର ଡେପୁଟି ମ୍ୟାନେଜର (ପିଆର ଆଣ୍ଡ ସିଏସ୍ଏସ୍) ଡକ୍ଟର ମନୋରଂଜନ ତ୍ରିପାଠୀ ସମସ୍ତ କର୍ମଚାରୀଙ୍କୁ ଶପଥପାଠ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମ୍ୟାନେଜର (ଅର୍ଥ) ତାପସ ରଂଜନ ମିଶ୍ର, ମାନବ ସମ୍ବଳ ମୁଖ୍ୟ ନିତ୍ୟ ଦର୍ଶନ ମିଶ୍ର, ସହକାରୀ ପରିଚାଳକ (ଆଇଟି) ଜିତେନ୍ଦ୍ର କୁମାର ବରାଡଙ୍କ ସହ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସମବାୟ ସପ୍ତାହ ଅବସରରେ ଓମ୍ଫେଡ୍ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଗାମୀ ଦିନରେ ଦୁଗ୍ଧ ଚାଷୀ ଓ କର୍ମଚାରୀମାନଙ୍କୁ ପରିଷ୍କାର ଓ ପରିଚ୍ଛନ୍ନ ଦୁଗ୍ଧ ଉତ୍ପାଦନ ସଂପର୍କରେ ତାଲିମ ଦିଆଯିବା ସହ ପଶୁପାଳନ, ବିପଣନ ବିସ୍ତାର, ସମବାୟକୁ ସଶକ୍ତ କରିବା, ଗୋପାଳକଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା ଆଦି ସଂପର୍କରେ ସଚେତନ ଓ ତାଲିମ ପ୍ରଦାନ କରାଯିବ ବୋଲି କୁହାଯାଇଛି।
ଓମ୍‌ଫେଡ୍‌ ବୃକ୍ଷ ରୋପଣ ସମବାୟ ସପ୍ତାହ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Latest News

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.