Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଥାନଲ ମିଶ୍ରଣକୁ ନେଇ ମିଥ୍ୟା ଅପପ୍ରଚାରକୁ ଖଣ୍ଡନ କଲେ ସରକାର
ଆଜିର ଖବର

ଇଥାନଲ ମିଶ୍ରଣକୁ ନେଇ ମିଥ୍ୟା ଅପପ୍ରଚାରକୁ ଖଣ୍ଡନ କଲେ ସରକାର

July 4, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଇଥାନଲ ମିଶ୍ରଣକୁ ନେଇ ମିଥ୍ୟା ଅପପ୍ରଚାରକୁ ଖଣ୍ଡନ କଲେ ସରକାର
ଇଥାନଲ ମିଶ୍ରଣକୁ ନେଇ ମିଥ୍ୟା ଅପପ୍ରଚାରକୁ ଖଣ୍ଡନ କଲେ ସରକାର

ନୂଆଦିଲ୍ଲୀ: ପେଟ୍ରୋଲରେ ଇଥାନଲକୁ ନେଇ ସାମାଜିକ ଗଣମାଧ୍ୟମରେ ନାନା ଅପପ୍ରଚାର ହେଉଥିବା ବେଳେ କେନ୍ଦ୍ର ସରକାର ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି। ଏକ ଲିଟର ପେଟ୍ରୋଲ ଉତ୍ପାଦନ ଲାଗି ୧୦ ହଜାର ଲିଟର ପାଣି ଖର୍ଚ୍ଚ ହେଉଥିବା ସମ୍ପର୍କିତ ଦାବି ସମ୍ପୂର୍ଣ୍ଣ ଅମୂଳକ ବୋଲି ସରକାର କହିଛନ୍ତି। ପ୍ରକୃତରେ ଗୋଟିଏ ଲିଟର ଇଥାନଲ ପ୍ରକ୍ରିୟାକରଣ ଲାଗି ୩ରୁ ୫ ଲିଟର ପାଣି ଖର୍ଚ୍ଚ ହୁଏ। ଦେଶରେ ଖାଦ୍ୟ ସୁରକ୍ଷା ଆବଶ୍ୟକତା ମେଣ୍ଟାଇବା ପରେ ବଳକା କୃଷିଜାତ ସାମଗ୍ରୀ ଏଥିରେ ବ୍ୟବହାର କରାଯାଇଥାଏ। ଭାରତରେ ନାଗରିକଙ୍କ ଉପରେ ହେଉଥିବା ଇ-୨୦ ପରୀକ୍ଷଣ ବିପଜ୍ଜନକ ବୋଲି ଦାବି ହୁଏ। ହେଲେ ପ୍ରାୟ ୧୦୦ ବର୍ଷ ହେବ ଗାଡ଼ିରେ ଇଥାନଲ ବ୍ୟବହାର ହୋଇଆସୁଛି। ହେନରୀ ଫୋର୍ଡ ଏହାକୁ ଭବିଷ୍ୟତର ଇନ୍ଧନ ବୋଲି କହିଥିଲେ। ୧୯୦୮ରେ ମଡେଲ ଟି ଇଞ୍ଜିନ ଇଥାନଲ, ଗ୍ୟାସୋଲିନ, କିରୋସିନ ଏବଂ ଯେକୌଣସି ମିଶ୍ରଣରେ ଚାଲିପାରୁଥିଲା। ଆମେରିକାରେ ଇ-୧୦କୁ ସାଧାରଣ ଇନ୍ଧନ ରୂପେ ବ୍ୟବହାର କରାଯାଉଛି। ଆମେରିକା ଇ-୧୫କୁ ପ୍ରୋତ୍ସାହନ ଦେଉଥିବା ବେଳେ ଇ-୮୫ ପର୍ଯ୍ୟନ୍ତ ଇନ୍ଧନ ଅନୁକୂଳ ଲକ୍ଷ ଲକ୍ଷ ଗାଡ଼ି ଚାଲୁଛି। ବ୍ରାଜିଲରେ ଇ-୨୭କୁ ଗ୍ରହଣ କରାଯାଇଥିବା ବେଳେ ଏହାକୁ ୩୫% ପର୍ଯ୍ୟନ୍ତ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। କାନାଡ଼ା, ଜାପାନ, ଥାଇଲ୍ୟାଣ୍ଡ ଏବଂ ଆଉ କେତେକ ୟୁରୋପୀୟ ଦେଶରେ ଇ-୧୦ ଇନ୍ଧନକୁ ଗ୍ରହଣ କରାଯାଇଛି। ଅନ୍ତର୍ଜାତୀୟ ପ୍ରଚଳନ ମୁତାବକ ଭାରତ ଇ୨୦କୁ ଗ୍ରହଣ କରିଛି ।

ସେହିପରି ଇ-୨୦ ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ୍‌ ହ୍ରାସ ପାଇବା ସଂକ୍ରାନ୍ତ ଦାବି ମଧ୍ୟ ଭ୍ରମାତ୍ମକ। ଏଆରଏଆଇ-ନେତୃତ୍ୱାଧୀନ କ୍ଷେତ୍ର ଆଧାରିତ ପରୀକ୍ଷଣ (ଆଇଓସିଏଲ, ଆଇଆଇପି-ଡେରାଡୁନ୍ ଏବଂ ଏସଆଇଏଏମ ସହିତ) କାରରେ ୪୦ ହଜାର କିଲୋମିଟର ଏବଂ ଦୁଇଚକିଆ ଯାନରେ ୨୦ ହଜାର କିଲୋମିଟର ପରୀକ୍ଷାମୂଳକ ଯାତ୍ରା କରାଯାଇଥିଲା। ଏଥିରେ ​କୌଣସି ଗୁରୁତ୍ୱପୂର୍ଣ୍ଣ ନକାରାତ୍ମକ ପ୍ରଭାବ ଦେଖାଇନଥିଲା। ଦକ୍ଷତାରେ ହ୍ରାସ ମଧ୍ୟ ଅତି ସାମାନ୍ୟ ଥିଲା। ଭିନ୍ନ ଭିନ୍ନ ପ୍ରକାରର ଇନ୍ଧନ ବ୍ୟତୀତ ଡ୍ରାଇଭିଂ ଅଭ୍ୟାସ, ରକ୍ଷଣାବେକ୍ଷଣ, ଇଞ୍ଜିନ ଅଏଲ, ଏୟାର ଫିଲ୍ଟର ପରିବର୍ତ୍ତନ, ଟାୟାର ଚାପ ଓ ଆଲାଇନମେଣ୍ଟ, ଏବଂ ଏୟାର-କଣ୍ଡିସନିଂ ଲୋଡ୍ ଆଦି କାରଣ ଉପରେ ମାଇଲେଜ୍‌ ନିର୍ଭର କରିଥାଏ। ଅନ୍ୟପଟେ ଇଥାନଲର ହାଇ ଅକ୍ଟେନ୍‌ କ୍ଷମତା ଗାଡ଼ିକୁ ଅଧିକ ଏକ୍ସେଲରେସନ ଦିଏ ଏବଂ ଚାଳନା କ୍ଷମତାରେ ସୁଧାର ଆଣେ ।

ଇ-୨୦ ଦ୍ୱାରା ଇଞ୍ଜିନ କ୍ଷତି ଓ କଳଙ୍କି ଲାଗିବା ସମ୍ପର୍କରେ ହେଉଥିବା ଦାବି ମଧ୍ୟ ଅମୂଳକ । ସରକାର ସେପ୍ଟେମ୍ବର ୨୦୧୪ରେ କରିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଇଥାନଲ ବ୍ୟବହାର ଦ୍ୱାରା ଗାଡ଼ି ଚାଳନା, ଷ୍ଟାର୍ଟିଂ, ମେଟାଲର ସ୍ଥାୟିତ୍ୱ କିମ୍ବା ପ୍ଲାଷ୍ଟିକ କମ୍ପାଟିବଲିଟି ଉପରେ କୌଣସି କ୍ଷତି ହୁଏ ନାହିଁ । କେବଳ କିଛି ପୁରୁଣା ଗାଡ଼ିରେ ଅଳ୍ପ କିଛି ରବର୍‌ ପାର୍ଟ ଓ ଗ୍ୟାସକେଟକୁ ଆଗୁଆ ବଦଳାଇବାକୁ ପଡ଼ିପାରେ। ଇ-୨୦ ପରେ କୌଣସି ଅତିରିକ୍ତ ପଦକ୍ଷେପ ପୂର୍ବରୁ ଆବଶ୍ୟକ ପରୀକ୍ଷଣ କରାଯିବ। ସେହିପରି ବୀମା ଏବଂ ୱାରେଣ୍ଟି କାମ କରିବାକୁ ନେଇ ହେଉଥିବା ପ୍ରଚାର ମଧ୍ୟ ଭ୍ରମାତ୍ମକ । କାରଣ ବୀମା କମ୍ପାନୀ ଏବଂ ଓଇଏମଗୁଡ଼ିକ ସ୍ପଷ୍ଟ କରିଛନ୍ତି ଯେ ଇ-୨୦ ଇନ୍ଧନ ବ୍ୟବହାର ଭାରତରେ ଯାନର ବୀମା କିମ୍ବା ୱାରେଣ୍ଟିର ବୈଧତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଇ-୨୦ରେ ମିଠା ଅଂଶ  ଥିବାରୁ ପିମ୍ପୁଡ଼ି ଏବଂ ମହୁମାଛି ଇନ୍ଧନ ଟାଙ୍କି ପ୍ରତି ଆକର୍ଷିତ ହୁଅନ୍ତି ବୋଲି ହେଉଥିବା ଦାବିର କୌଣସି ବୈଜ୍ଞାନିକ ଆଧାର ନାହିଁ । ଇନ୍ଧନ-ଗ୍ରେଡ୍ ଇଥାନଲ୍ ନିର୍ଦ୍ଦିଷ୍ଟ ପ୍ରକ୍ରିୟାକରଣ ମାଧ୍ୟମରେ ଉତ୍ପାଦିତ ହୁଏ ଯାହା ଚୂଡ଼ାନ୍ତ ଉତ୍ପାଦରୁ ଅବଶିଷ୍ଟ ମିଠା ଭାଗକୁ ଦୂର କରିଥାଏ। ଇନ୍ଧନ ଇଥାନଲ୍‌ରେ ଡିନାଚୁରାଣ୍ଟ ଥାଏ, ଯାହା କୀଟପତଙ୍ଗ ପ୍ରତିରୋଧକ। ଇଥାନଲ୍-ମିଶ୍ରିତ ପେଟ୍ରୋଲ୍ ପ୍ରକୃତରେ ପାରମ୍ପରିକ ପେଟ୍ରୋଲ୍ ତୁଳନାରେ କମ୍ ଇନ୍ଧନ ବାଷ୍ପ ସୃଷ୍ଟି କରେ ।

ସେହିପରି ଇ-୨୦ ହେଉଛି ଏକ ପରୀକ୍ଷଣ ଯାହା ଆସନ୍ତା ବର୍ଷ ମୂଲ୍ୟାୟନ କରାଯିବ ବୋଲି ସରକାର ସୁପ୍ରିମକୋର୍ଟକୁ କହିଥିବା ଦାବି ମଧ୍ୟ ଭୁଲ୍‌ । ବାସ୍ତବତା ହେଉଛି, ସୁପ୍ରିମକୋର୍ଟର ମାମଲା ପରିଚାଳନା ଇବିପି କାର୍ଯ୍ୟକ୍ରମର ଗୁଣବତ୍ତା ସହ ଆଦୌ ଜଡିତ ନଥିଲା। ଉତ୍ସର୍ଗୀକୃତ ଇଥାନଲ୍ ପ୍ଲାଣ୍ଟଗୁଡ଼ିକରୁ ତୈଳ ବିପଣନ କମ୍ପାନୀ ଦ୍ୱାରା ଇଥାନଲ୍ କ୍ରୟ ପାଇଁ ଚୁକ୍ତିନାମା ବ୍ୟବସ୍ଥାର ବ୍ୟାଖ୍ୟା ସହ ମାମଲା ଜଡିତ ଥିଲା । ଏହା ବାର୍ଷିକ ଆବଣ୍ଟନ ପଦ୍ଧତି ଏବଂ ‘ସର୍ବୋତ୍ତମ ପ୍ରୟାସ’ ଧାରା ଉପରେ ଆଧାରିତ ଥିଲା। ଗତ ୩୦ ତାରିଖରେ ଆଟର୍ଣ୍ଣି  ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଏକ ବିସ୍ତୃତ ସ୍ପଷ୍ଟୀକରଣ ଜାରି କରାଯାଇଥିଲା। କାର୍ଯ୍ୟାଳୟ ସ୍ପଷ୍ଟ ଭାବରେ କହିଥିଲା ​​ଯେ ସରକାର ଇ୨୦କୁ କୋର୍ଟ ସମ୍ମୁଖରେ ଏକ “ପରୀକ୍ଷଣ” ଭାବରେ ବର୍ଣ୍ଣନା କରିଥିବା ଯେକୌଣସି ପରାମର୍ଶ ଭୁଲ। ଭାରତ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ନିବେଦନର ପ୍ରତିନିଧିତ୍ୱ କରେ ନାହିଁ। ଏଜିଆଇଙ୍କ କାର୍ଯ୍ୟାଳୟ ଗଣମାଧ୍ୟମକୁ ନ୍ୟାୟିକ ମାମଲାଗୁଡ଼ିକୁ ସଠିକତା ସହିତ ରିପୋର୍ଟ କରିବାକୁ ସତର୍କ କରାଇଥିଲା। ସେହିପରି ଇଥାନଲ ଗାଡ଼ି ତେଲ ଟାଙ୍କିକୁ  ପାଣି ଆକୃଷ୍ଟ କରେ ବୋଲି ହେଉଥିବା ଦାବି ମଧ୍ୟ ମିଥ୍ୟା ଅଟେ । କାରଣ ଟାଙ୍କିରେ ପାଣି ମିଶିଲେ, ଇଥାନଲ ସମେତ ଅନ୍ୟ ଯେକୌଣସି ଇନ୍ଧନ ପ୍ରତିକୂଳ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଆଧୁନିକ ଗାଡ଼ିଗୁଡ଼ିକୁ ଏପରି ଭାବେ ଡିଜାଇନ କରାଯାଇଛି, ଯେଉଁଥିରେ ଟାଙ୍କିରେ ପାଣି ପଶିବାର ଆଶଙ୍କା କାମ ଥାଏ।

ପେଟ୍ରୋଲରେ ସିଧାସଳଖ ଆଖୁ ରସ ମିଶୁଛି ବୋଲି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଥିବା ଭିଡ଼ିଓ ମଧ୍ୟ ମିଥ୍ୟା ଅଟେ। କାରଣ ପ୍ଲାଣ୍ଟରେ ସମ୍ପୂର୍ଣ୍ଣ ପ୍ରକ୍ରିୟାକରଣ ପରେ ଯାଇ ପେଟ୍ରୋଲରେ ଇଥାନଲ୍‌ ମିଶ୍ରଣ କରାଯାଇଥାଏ। ଇଥାନଲ କାରଖାନା ଚାଷୀ ଓ ପରିବେଶକୁ କ୍ଷତି ପହଞ୍ଚାଉଥିବା ଏବଂ ଭୂତଳ ଜଳକୁ ନଷ୍ଟ କରିବା ସହ ପ୍ରଦୂଷଣ ସୃଷ୍ଟି କରୁଥିବା ଦାବି ମଧ୍ୟ ଅମୂଳକ । ଆଧୁନିକ ଇଥାନଲ ପ୍ଲାଣ୍ଟଗୁଡ଼ିକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଠାରୁ ପରିବେଶଗତ ମଞ୍ଜୁରୀ ଆବଶ୍ୟକ। ଏଥିପାଇଁ ଭୂତଳ ମାନଦଣ୍ଡ ପାଳନ କରିବାକୁ ପଡିବ, ଶୂନ୍ୟ ତରଳ ନିର୍ଗମନ ବ୍ୟବସ୍ଥାକୁ ବାଧ୍ୟତାମୂଳକ ଭାବେ ଗ୍ରହଣ କରିବାକୁ ପଡିବ ଏବଂ ସାଧାରଣତଃ ବାୟୋମାସ-ଆଧାରିତ ବିଦ୍ୟୁତ୍ରେ ଏହାକୁ ଚଳାଇବାକୁ ହେବ । ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଦ୍ୱାରା ୧.୯୦ ଲକ୍ଷ କୋଟି ଟଙ୍କାର ବିଦେଶୀ ମୁଦ୍ରା ସଞ୍ଚୟ ହୋଇଛି । ଚାଷୀଙ୍କୁ ୧.୬୦ ଲକ୍ଷ କୋଟି ଟଙ୍କାର ତ୍ୱରିତ ଅର୍ଥ ହସ୍ତାନ୍ତର କରାଯାଇଛି । ୯୩୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ହୋଇଛି। ଅଶୋଧିତ ତୈଳର ୩୧୦ ଲକ୍ଷ ମେଟ୍ରିକ୍‌ ଟନ୍‌ ବିକଳ୍ପ ଇନ୍ଧନ ଯୋଗାଇ ଦେଇଛି।

ଇଥାନଲ ମିଶ୍ରଣ ମିଥ୍ୟା ଅପପ୍ରଚାର ସାମାଜିକ ଗଣମାଧ୍ୟମ
Share. Facebook Twitter LinkedIn Email WhatsApp Copy Link

Related Posts

ଜାପାନୀ ସଂସ୍ଥା ସହ ଓଡ଼ିଶା ସରକାରଙ୍କ ଐତିହାସିକ ଚୁକ୍ତି, ୬୭ ହଜାର କୋଟି ଟଙ୍କାର ଗ୍ରୀନ ଏନର୍ଜି ନିବେଶ

July 4, 2026

ବିପୁଳ ପରିମାଣର ବିଦେଶୀ ମଦ ଜବତ

July 3, 2026

ବିପୁଳ ବିସ୍ପୋରକ ଜବତ, ଜଣେ ଗିରଫ

July 3, 2026

ମୌସୁମୀ ବର୍ଷା ଓ ଏଲ୍ ନିନୋ ଜନିତ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଉପରେ ସରକାରଙ୍କ କଡ଼ା ନଜର

July 3, 2026
Latest News

ଇଥାନଲ ମିଶ୍ରଣକୁ ନେଇ ମିଥ୍ୟା ଅପପ୍ରଚାରକୁ ଖଣ୍ଡନ କଲେ ସରକାର

July 4, 2026

ଆଜି ଜୁଲାଇ ୪ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ, ଜାଣନ୍ତୁ ରାଶିଫଳ

July 4, 2026

ଜାପାନୀ ସଂସ୍ଥା ସହ ଓଡ଼ିଶା ସରକାରଙ୍କ ଐତିହାସିକ ଚୁକ୍ତି, ୬୭ ହଜାର କୋଟି ଟଙ୍କାର ଗ୍ରୀନ ଏନର୍ଜି ନିବେଶ

July 4, 2026

ବିପୁଳ ପରିମାଣର ବିଦେଶୀ ମଦ ଜବତ

July 3, 2026

ବିପୁଳ ବିସ୍ପୋରକ ଜବତ, ଜଣେ ଗିରଫ

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.