Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ୟୁଟି ମହାନ୍ତିଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ପ୍ରଶ୍ନ, ଫରେନସିକ୍ ଯାଞ୍ଚରେ ମୋବାଇଲ୍
ଆଜିର ଖବର

ବ୍ୟୁଟି ମହାନ୍ତିଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ପ୍ରଶ୍ନ, ଫରେନସିକ୍ ଯାଞ୍ଚରେ ମୋବାଇଲ୍

July 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚାଉଳିଆଗଞ୍ଜ: ଚାଉଳିଆଗଞ୍ଜଥାନାର ଆଇଆଇସି ବ୍ୟୁଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସହକର୍ମୀ ଓ ପରିଚିତମାନେ। ମେଳାପି ସ୍ୱଭାବ, ମାନସିକ ଦୃଢ଼ତା ଓ କାର୍ଯ୍ୟଦକ୍ଷତା ପାଇଁ ପରିଚିତ ଜଣେ ଅଧିକାରୀ ହଠାତ୍ ଏପରି ଚରମ ପଦକ୍ଷେପ ନେଇଥିବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆଣିବା ପାଇଁ ନିରପେକ୍ଷ ଓ ବ୍ୟାପକ ତଦନ୍ତ ଦାବି ଜୋର ଧରିଛି।

ଘଟଣାର ରହସ୍ୟ ଉଦ୍ଘାଟନ ପାଇଁ ପୁଲିସ୍ ତଦନ୍ତକୁ ଜୋରଦାର କରିଛି। ପ୍ରାଥମିକ ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ବ୍ୟୁଟି ମହାନ୍ତି ଥାନାରେ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଥିଲେ। ତେବେ ଏହା ପରେ କେଉଁ ପରିସ୍ଥିତିରେ ସେ ଚରମ ନିଷ୍ପତ୍ତି ନେଲେ, ସେହି ଦିଗକୁ କେନ୍ଦ୍ର କରି ତଦନ୍ତ ଚାଲିଛି।

ତଦନ୍ତର ଅଂଶ ଭାବେ ତାଙ୍କ ବ୍ୟବହୃତ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇ ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି।  ଅନୁମାନ କରାଯାଉଛି ମୋବାଇଲରୁ ଆତ୍ମହତ୍ୟା ପଛର କିଛି ତଥ୍ୟ ମିଳିପାରେ। ଏପରିକି ତାଙ୍କର ସୋସିଆଲ ମିଡିଆ ଏବଂ ହ୍ବାଟ୍ସଆପ୍ ଚାଟ୍‌ରୁ କିଛି ତଥ୍ୟ କାଢ଼ିବାକୁ ପୁଲିସ ଉଦ୍ୟମ କରୁଛି। ମୃତ ଆଇଆଇସିଙ୍କୁ ସ୍ବାମୀ, ଭଉଣୀ, ଦେଢ଼ସୁର ପରିବାର ପରିଜନଙ୍କୁ ପଚରା ଉଚରା କରାଯାଇଛି। ଖୁବ୍ ଶୀଘ୍ର ପୋଷ୍ଟ ମର୍ଟମ ରିପୋର୍ଟ ଦେବାକୁ କୁହାଯାଇଛି। ତେବେ ନିରପେକ୍ଷ ତଦନ୍ତ ଦାବି କରିଛି ପୁଲିସ୍ ଅଫିସର ସଂଘ।

ଏହାଛଡ଼ା ବ୍ୟୁଟି ମହାନ୍ତିଙ୍କ ସ୍ୱାମୀ, ଭଉଣୀ ଓ ଦେଢ଼ସୁର ସମେତ ପରିବାର ସଦସ୍ୟଙ୍କୁ ପଚରାଉଚରା କରାଯାଇଛି। ପୋଷ୍ଟମର୍ଟମ୍ ରିପୋର୍ଟ ଶୀଘ୍ର ହସ୍ତଗତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ଉନ୍ମୋଚନ ପାଇଁ ନିରପେକ୍ଷ ତଦନ୍ତର ଦାବି କରିଛି ପୁଲିସ୍ ଅଫିସର୍ ସଂଘ।

ଅନ୍ୟପଟେ, ବ୍ୟୁଟି ମହାନ୍ତିଙ୍କ ସ୍ୱାମୀ ପୁଲିସ୍ ବିଭାଗର କାର୍ଯ୍ୟଚାପ ସମ୍ପର୍କରେ ପ୍ରଶ୍ନ ଉଠାଇଥିବାବେଳେ, ଜଣେ ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀ ମଧ୍ୟ ଘଟଣାକୁ କେବଳ କାର୍ଯ୍ୟଭାରଜନିତ ଚାପ ବୋଲି ସୀମିତ ନ କରି ସମସ୍ତ ସମ୍ଭାବ୍ୟ ଦିଗରୁ ତଦନ୍ତ କରିବାକୁ ଦାବି କରିଛନ୍ତି।

ଆଇଆଇସି ବ୍ୟୁଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ପରେ ପୁଲିସ୍ ବିଭାଗରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବାବେଳେ, ତଦନ୍ତର ଚୂଡ଼ାନ୍ତ ରିପୋର୍ଟକୁ ସମସ୍ତଙ୍କ ନଜର ରହିଛି।

ଫରେନସିକ୍ ଯାଞ୍ଚ ବ୍ୟୁଟି ମହାନ୍ତିଙ୍କ ମୃତ୍ୟୁକୁ ମୋବାଇଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026
Latest News

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.