ଭୁବନେଶ୍ଵର : ଭୁବନେଶ୍ଵର ଡ଼ିସିପି ଜଗମୋହନ ମୀନାଙ୍କ ଇସ୍ତଫା । ୨୦୧୩ ବ୍ୟାଚର ଆଇପିଏସ ଜଗମୋହନ ମୀନା ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା ରହିଛି । ୨୦୨୫ ଫେବ୍ରୁଆରିରେ ଭୁବନେଶ୍ଵରର ଡ଼ିସିପି ଇସ୍ତଫା ଦେଇଛନ୍ତି । ପୂର୍ବରୁ ସେ କଟକ ଡ଼ିସିପି , ଅନୁଗୁଳ ଓ ଗଞ୍ଜାମ ଏସପି ଭାବେ କାମ କରୁଥିଲେ । ୨୫ ଦିନ ପୂର୍ବରୁ ସେ ଇସ୍ତଫା ଦେଇଥିବାର କହିଛନ୍ତି। ମାତ୍ର ତାଙ୍କ ଇସ୍ତଫା ଗ୍ରହଣ କରାଯାଇନାହିଁ । ଏହା ସତ୍ତ୍ୱେ ସେ ଚାକିରି ଛାଡ଼ିବା ନିଷ୍ପତ୍ତିରେ ଅଟଳ ଥିବା ଜଣାପଡ଼ିଛି। 2024ରେ ଗଭନର ମେଡାଲ ଆବର୍ଡ ପାଇଛନ୍ତି । ୨୦୨୪ ମସିହାରେ ସେ ଉଲ୍ଲେଖନୀୟ ସେବା ପାଇଁ ଗଭର୍ନର୍ସ ମେଡାଲରେ ସମ୍ମାନିତ ହୋଇଥିଲେ। ତାଙ୍କର ସଫଳ ପୋଲିସ କ୍ୟାରିୟର ମଧ୍ୟରେ ହଠାତ୍ ଇସ୍ତଫା ଦେବା ଘଟଣାକୁ ନେଇ ପ୍ରଶାସନିକ ମହଲ ଓ ସାଧାରଣ ଲୋକଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।


