Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାରିବାରିକ କଳହର ଭୟଙ୍କର ପରିଣତି: ସ୍ତ୍ରୀ ଓ ବୋହୂଙ୍କୁ ଛୁରାମାଡ଼
ଆଜିର ଖବର

ପାରିବାରିକ କଳହର ଭୟଙ୍କର ପରିଣତି: ସ୍ତ୍ରୀ ଓ ବୋହୂଙ୍କୁ ଛୁରାମାଡ଼

July 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଘୁ. ଉଦୟଗିରି:  ପାରିବାରିକ ବିବାଦକୁ କେନ୍ଦ୍ର କରି ସ୍ୱାମୀ ନିଜ ସ୍ତ୍ରୀ ଓ ବୋହୂଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ। ଉଭୟ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ପରିବାରରେ ଛୋଟମୋଟ ମନାନ୍ତର ଓ ମତାନ୍ତର ସାଧାରଣ କଥା। କିନ୍ତୁ ସେହି ବିବାଦ ଯେତେବେଳେ ହିଂସାର ରୂପ ନିଏ, ସେତେବେଳେ ଏହାର ପରିଣାମ ଅତ୍ୟନ୍ତ ଭୟାବହ ହୋଇପଡ଼େ। ଏଭଳି ଏକ ଉଦ୍‌ବେଗଜନକ ଘଟଣା ଘୁମୁସର ଉଦୟଗିରି ପୌରାଞ୍ଚଳରେ ଘଟିଛି, ଯେଉଁଠାରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ବୋହୂଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ପୌରାଞ୍ଚଳର ୪ ନମ୍ବର ୱାର୍ଡ ଅନ୍ତର୍ଗତ ଶ୍ରୀରାମପଦା ଅଞ୍ଚଳରେ ଜେଲ୍‌ ନିକଟରେ ରହୁଥିବା ରବୀନ୍ଦ୍ର ବିଶ୍ୱାଳଙ୍କ ପରିବାରରେ ଆଜି କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ବିବାଦ ଉଗ୍ର ରୂପ ନେବା ପରେ ରବୀନ୍ଦ୍ର ଘରେ ଥିବା ଏକ ଛୁରୀରେ ନିଜ ସ୍ତ୍ରୀ ବିଜୟଲକ୍ଷ୍ମୀଙ୍କୁ ଆକ୍ରମଣ କରିଥିଲେ।

ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ବୋହୂ ସ୍ୱପ୍ନା ଶତପଥୀ ଆଗକୁ ଆସିଥିଲେ। କିନ୍ତୁ ସେ ମଧ୍ୟ ଛୁରାମାଡ଼ର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରିବା ସହ ଆହତ ମହିଳାମାନଙ୍କୁ ଉଦ୍ଧାର କରି ଘୁମୁସର ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଏଏସ୍‌ଆଇ ବଣ୍ଟି ଦଣ୍ଡିଆ ମେଡ଼ିକାଲରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ। ପରେ ବିଜୟଲକ୍ଷ୍ମୀ ଓ ସ୍ୱପ୍ନାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ରବୀନ୍ଦ୍ର ବିଶ୍ୱାଳଙ୍କୁ ଥାନାକୁ ନେଇ ପଚରାଉଚରା କରିବା ସହ ଆକ୍ରମଣରେ ବ୍ୟବହୃତ ଛୁରୀକୁ ଜବତ କରିଛି। ଘଟଣା ପରେ ରବୀନ୍ଦ୍ର ନିଜ ହାତକୁ ମଧ୍ୟ ଆଘାତ କରିଥିବା ଜଣାପଡ଼ିଛି। ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଖବର ଲେଖାଯିବା ସୁଦ୍ଧା ପରିବାର ପକ୍ଷରୁ ଥାନାରେ କୌଣସି ଏତଲା ଦାଖଲ ହୋଇନଥିବା ଏଏସ୍‌ଆଇ ବୁଲୁ ବେହେରା ସୂଚନା ଦେଇଛନ୍ତି। ତେବେ ଅଭିଯୋଗ ମିଳିବା ପରେ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

କଳହର ଭୟଙ୍କର ଛୁରାମାଡ
Share. Facebook Twitter LinkedIn Email WhatsApp Copy Link

Related Posts

ଡେୟାରୀ କ୍ଷେତ୍ରକୁ ମିଳିଲା ଡିଜିଟାଲ୍ ଗତି; ଏକାଧିକ ପୋର୍ଟାଲ ଓ ଏସଓପିର ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ

July 9, 2026

ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ: ଯୋଗଦେଲେ ଉପରାଷ୍ଟ୍ରପତି

July 9, 2026

ଆଉ ଏକ ସିରିଜ୍ ହାରିଲା ଭାରତ: ଶେଷ ODI ୧ ୱିକେଟ୍ ରେ ଜିତିଲା ଶ୍ରୀଲଙ୍କା 

July 9, 2026

କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା

July 9, 2026
Latest News

ପାରିବାରିକ କଳହର ଭୟଙ୍କର ପରିଣତି: ସ୍ତ୍ରୀ ଓ ବୋହୂଙ୍କୁ ଛୁରାମାଡ଼

July 9, 2026

ଡେୟାରୀ କ୍ଷେତ୍ରକୁ ମିଳିଲା ଡିଜିଟାଲ୍ ଗତି; ଏକାଧିକ ପୋର୍ଟାଲ ଓ ଏସଓପିର ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ

July 9, 2026

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତ

July 9, 2026

ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ: ଯୋଗଦେଲେ ଉପରାଷ୍ଟ୍ରପତି

July 9, 2026

ଆଉ ଏକ ସିରିଜ୍ ହାରିଲା ଭାରତ: ଶେଷ ODI ୧ ୱିକେଟ୍ ରେ ଜିତିଲା ଶ୍ରୀଲଙ୍କା 

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.