ଯାଜପୁର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯାଜପୁର ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମ୍ ରେ ଆୟୋଜିତ ‘ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀ’ରେ ଯୋଗ ଦେଇଛନ୍ତି। ଏହି ଅବସରରେ ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀ ବୁଲି ଦେଖିଛନ୍ତି। କାର୍ଯ୍ୟକ୍ରମରେ ବିଏଲ୍ଏଫ୍ ସଦସ୍ୟାମାନେ ଯୋଗ ଦେଇ ଅନୁଭୂତି ଓ ଅଭିଜ୍ଞତା ବଖାଣିଛନ୍ତି। ଏହା ହିଁ ଜନଭାଗିଦାରୀ ମାଧ୍ୟମରେ ସୁଶାସନର ଉଦାହରଣ ବୋଲି ଶ୍ରୀମତି ପରିଡ଼ା କହିଛନ୍ତି।
ଏହି ସମ୍ମିଳନୀରେ ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କେନ୍ଦୁଝର ଏବଂ ଜଗତସିଂହପୁର ଜିଲ୍ଲାର ବିଏଲ୍ଏଫ୍ ସଦସ୍ୟାମାନେ ଯୋଗଦେଇଥିଲେ।


