ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ‘ଜ୍ଞାନୋଦୟ: ଶିକ୍ଷାରୁ ସମୃଦ୍ଧି’ ଯୋଜନା ଅଧୀନ କେଜିରୁ ପିଜି ମାଗଣା ଶିକ୍ଷା ପାଇଁ SOP ଘୋଷଣା କରିଛନ୍ତି। SAMS ମାଧ୍ୟମରେ ନିୟମିତ UG ଓ PG ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଏହି ଯୋଜନାର ସୁବିଧା ପାଇବେ। ତେବେ ଯୋଜନାରେ ସାମିଲ୍ ହେବା ପାଇଁ ଅତିକମରେ ୬୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି।
ନାମଲେଖା ଓ ପୁନଃନାମଲେଖା ଫି ସରକାର ବହନ କରିବେ, କିନ୍ତୁ ପରୀକ୍ଷା ଓ ହଷ୍ଟେଲ ଫି ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବ। ସେଲ୍ଫ-ଫାଇନାନ୍ସିଂ, ପିପିପି ପାଠ୍ୟକ୍ରମକୁ ଏହି ଯୋଜନାରୁ ବାଦ ଦିଆଯାଇଛି। କୌଣସି ଶିକ୍ଷାନୁଷ୍ଠାନ ଜ୍ଞାନୋଦୟ ଯୋଜନା ଅନ୍ତର୍ଭୁକ୍ତ ନିୟମିତ ପାଠ୍ୟକ୍ରମଗୁଡିକର ଫି ପରିବର୍ତ୍ତନ ବା ସଂଶୋଧନ କରିପାରିବେ ନାହିଁ। ଜରୁରୀ ପରିସ୍ଥିତିରେ ଶିକ୍ଷାନୁଷ୍ଠାନ ଫି ନିୟନ୍ତ୍ରଣ କମିଟିକୁ ଫି ସଂଶୋଧନ ପାଇଁ ପ୍ରସ୍ତାବ ଦେଇପାରିବେ।


