Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ
ଆଜିର ଖବର

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

July 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ
ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

​ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ ବଢୁଥିବା ସଡ଼କ ଦୁର୍ଘଟଣା, ମୃତ୍ୟୁହାର ଏବଂ ଏଥିଯୋଗୁଁ ସୃଷ୍ଟି ହେଉଥିବା ସାମାଜିକ ଓ ଅର୍ଥନୈତିକ ସଙ୍କଟକୁ ନେଇ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖି ସେ ତୁରନ୍ତ ରାଜ୍ୟସ୍ତରୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସାଂସଦଙ୍କ ଉଲ୍ଲେଖନୀୟ ତଥ୍ୟ ଓ ମୁଖ୍ୟ ପ୍ରସଙ୍ଗଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା:

​ଭୟାନକ ସ୍ଥିତି: ୨୦୨୪ ମସିହାରେ ଓଡ଼ିଶାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର (Severity Index) ପ୍ରତି ୧୦୦ ଦୁର୍ଘଟଣାରେ ୪୯.୬ ରହିଛି, ଯାହା ଜାତୀୟ ହାର (୩୬.୩) ଠାରୁ ବହୁତ ଅଧିକ। ୨୦୨୫ ମସିହାରେ ରାଜ୍ୟରେ ଦୈନିକ ହାରାହାରି ୧୮ ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି।

ଯୁବବର୍ଗଙ୍କ ପାଇଁ ବିପଦ: ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ୨୫ରୁ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। ଏହା ରାଜ୍ୟର ଅର୍ଥନୀତି ଓ ପରିବାର ଉପରେ ଗୁରୁତର ପ୍ରଭାବ ପକାଉଛି।

​ଅର୍ଥନୈତିକ କ୍ଷତି: ରାଜ୍ୟରେ ସଡ଼କ ଦୁର୍ଘଟଣା ଯୋଗୁଁ ବାର୍ଷିକ ପ୍ରାୟ ୮,୦୦୦ ରୁ ୧୦,୦୦୦ କୋଟି ଟଙ୍କାର ଆର୍ଥିକ କ୍ଷତି ହେଉଛି। ଏହା ସହିତ ଅନେକ ପରିବାର ଦୁର୍ଘଟଣା ପରେ ଦାରିଦ୍ର୍ୟ ସୀମାରେଖା ତଳକୁ ଖସି ଆସୁଛନ୍ତି।

​ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ: ଦୁର୍ଘଟଣା ସ୍ଥଳରେ ପ୍ରାଥମିକ ଚିକିତ୍ସା ଏବଂ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ (Golden Hour Failure) ଯୋଗୁଁ ଅନେକ ଆହତ ବ୍ୟକ୍ତି ଜୀବନ ହରାଉଛନ୍ତି। ରାଜ୍ୟରେ ଟ୍ରମା କେୟାର ସେଣ୍ଟରଗୁଡ଼ିକର ଅଭାବ ଏହି ସମସ୍ୟାକୁ ଅଧିକ ଜଟିଳ କରୁଛି।

ସାଂସଦଙ୍କ ପ୍ରସ୍ତାବିତ ପ୍ରମୁଖ ପଦକ୍ଷେପଗୁଡ଼ିକ:

୧. ଟ୍ରମା କେୟାର ସେଣ୍ଟର (TSU) ସ୍ଥାପନ: ଜାତୀୟ ଓ ରାଜ୍ୟ ରାଜପଥର ପ୍ରତି ୩୫ କି.ମି. ବ୍ୟବଧାନରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ସ୍ଥାପନ କରାଯାଉ।
୨. ଭାରୀ ଯାନବାହନ ସେଗ୍ରିଗେସନ: ରାଜପଥରେ ଭାରୀ ଯାନବାହନ ପାଇଁ ପୃଥକ ପାର୍କିଂ ବ୍ୟବସ୍ଥା ଓ ରାସ୍ତା କଡ଼ରେ ପାର୍କିଂ ଉପରେ କଡ଼ା କଟକଣା ଜାରି କରାଯାଉ।
୩. ଆଇଆଇଟି ମାଡ୍ରାସ ସହ ଚୁକ୍ତିନାମାର ସମୀକ୍ଷା: ସଡ଼କ ସୁରକ୍ଷା ପାଇଁ ହୋଇଥିବା ଚୁକ୍ତିନାମାର କାର୍ଯ୍ୟକାରିତା ଓ ଏହାର ସଫଳତା ସମ୍ପର୍କରେ ତର୍ଜମା କରାଯାଉ।
୪. ଜିଲ୍ଲାସ୍ତରୀୟ ସୁରକ୍ଷା ପାଣ୍ଠି: ଜିଲ୍ଲାପାଳଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରାଯାଇ, ସ୍ଥାନୀୟ ମିନେରାଲ ଫଣ୍ଡ କିମ୍ବା ସଡ଼କ ସୁରକ୍ଷା ପାଣ୍ଠିରୁ ଅନ୍ଧାରିଆ ସ୍ଥାନରେ ଆଲୋକୀକରଣ ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଉ।

ସାଂସଦ ଡ଼ଃ ପାଣିଗ୍ରାହୀ ପରିଶେଷରେ ରାଜ୍ୟ ସରକାରଙ୍କୁ ଏହି ବିଷୟକୁ ପ୍ରାଥମିକତା ଭିତ୍ତିରେ ଗ୍ରହଣ କରିବାକୁ ନିବେଦନ କରିଛନ୍ତି, ଯଦ୍ୱାରା ଅକାଳରେ ଯାଉଥିବା ନିରୀହ ଜୀବନ ବଞ୍ଚାଇବା ସମ୍ଭବ ହେବ।

ଅର୍ଥନୈତିକ ସଙ୍କଟ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ମୃତ୍ୟୁହାର ମୋହନ ଚରଣ ମାଝୀ ସଡକ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର: ଅତିରିକ୍ତ ମହାନିର୍ଦ୍ଦେଶକ

August 5, 2026

ଡିପଫେକ୍ ଏବଂ ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ମାମଲା: କ୍ଷମା ମାଗିଲେ ମାର୍କ ଜୁକରବର୍ଗ

August 5, 2026

ବିପଦରେ ଅଗରକରଙ୍କ ଚାକିରି: ରୋହିତ ଶର୍ମା ଏହାର କାରଣ

August 5, 2026

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026
Latest News

ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର: ଅତିରିକ୍ତ ମହାନିର୍ଦ୍ଦେଶକ

August 5, 2026

ଡିପଫେକ୍ ଏବଂ ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ମାମଲା: କ୍ଷମା ମାଗିଲେ ମାର୍କ ଜୁକରବର୍ଗ

August 5, 2026

ବିପଦରେ ଅଗରକରଙ୍କ ଚାକିରି: ରୋହିତ ଶର୍ମା ଏହାର କାରଣ

August 5, 2026

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026

NEET-UG ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ: ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଯୋଜନା ପ୍ରକାଶ କଲେ ସରକାର

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.