Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତାଳଚେର ଅମୃତ ଭାରତ ଷ୍ଟେସନ: ଆଧୁନିକତା ଏବଂ ପରମ୍ପରାର ମିଳନ
ଆଜିର ଖବର

ତାଳଚେର ଅମୃତ ଭାରତ ଷ୍ଟେସନ: ଆଧୁନିକତା ଏବଂ ପରମ୍ପରାର ମିଳନ

July 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତାଳଚେର ଅମୃତ ଭାରତ ଷ୍ଟେସନ: ଆଧୁନିକତା ଏବଂ ପରମ୍ପରାର ମିଳନ
ତାଳଚେର ଅମୃତ ଭାରତ ଷ୍ଟେସନ: ଆଧୁନିକତା ଏବଂ ପରମ୍ପରାର ମିଳନ

ତାଳଚେର: ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଅନୁଗୋଳ ଜିଲ୍ଲାର ତାଳଚେର ରେଳ ଷ୍ଟେସନକୁ ଏକ ଆଧୁନିକ, ଯାତ୍ରୀ-ଅନୁକୂଳ ପରିବହନ କେନ୍ଦ୍ର ଭାବରେ ପରିବର୍ତ୍ତନ କରାଯାଇଛି। ପ୍ରାୟ ୧୩ କୋଟି ଟଙ୍କା ବ୍ୟୟରେ ପୁନନିର୍ମିତ ଏହି ପ୍ରକଳ୍ପ, ସ୍ଥାନୀୟ ପରମ୍ପରାକୁ ସଂରକ୍ଷଣ ଓ ପ୍ରୋତ୍ସାହିତ କରିବା ସହ ବିଶ୍ୱସ୍ତରୀୟ, ଅନ୍ତର୍ଭୁକ୍ତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରେଳ ଷ୍ଟେସନ ଗଠନ କରିବା ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି।

ଏହି ନୂଆ ପ୍ରକଳ୍ପରେ ଯାତ୍ରୀମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ଯାତ୍ରୀମାନେ ଯେପରି ବିନା ଅସୁବିଧାରେ ଯାତାୟାତ କରିପାରିବେ, ସେଥିପାଇଁ ଲିଫ୍ଟ ସହିତ ଏକ ୧୨ ମିଟର ଚଉଡ଼ାର ପାଦଚଲା ପୋଲ ତିଆରି ହୋଇଛି। ଷ୍ଟେସନର ଏକ ନୂଆ ଭବନ ନିର୍ମାଣ କରାଯିବା ସହ ପ୍ଲାଟଫର୍ମଗୁଡ଼ିକର ରୂପରେଖ ବଦଳାଯାଇଛି।

ଷ୍ଟେସନ ବାହାରେ ଯେପରି ଗାଡ଼ିମୋଟର ଭିଡ଼ ନହେବ, ସେଥିପାଇଁ ରାସ୍ତାଗୁଡ଼ିକୁ ଚଉଡ଼ା କରାଯାଇଛି। ଏହାସହ ଏକ ନୂଆ ପ୍ରତୀକ୍ଷା ଗୃହ (ୱେଟିଂ ହଲ୍), ଆଧୁନିକ ଶୌଚାଳୟ ଏବଂ ଯାତ୍ରୀମାନଙ୍କ ପାଇଁ ସୂଚନା ଫଳକ ଲଗାଯାଇଛି। ଗାଡ଼ି ପାର୍କିଂ ସ୍ଥଳକୁ ମଧ୍ୟ ଅଧିକ ବ୍ୟବସ୍ଥିତ କରାଯାଇଛି।

କେବଳ ଆଧୁନିକ ସୁବିଧା ନୁହେଁ, ବରଂ ଏହି ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିବ। ଏଠାକୁ ଆସୁଥିବା ଯାତ୍ରୀମାନେ ଡାଲଖାଇ ନୃତ୍ୟର ଝଲକ ଏବଂ ସମ୍ବଲପୁରୀ ଲୋକ ସଂସ୍କୃତିର ମଜା ନେଇପାରିବେ। ଏହାସହ ସମ୍ବଲପୁରୀ ହସ୍ତତନ୍ତ କାରିଗରୀର ସୁନ୍ଦର ପ୍ରଦର୍ଶନୀ ମଧ୍ୟ ଦେଖିବାକୁ ମିଳିବ। ଓଡ଼ିଆ ସ୍ୱାଦର ପ୍ରସାର ପାଇଁ ଏଠାରେ ପଖାଳ ଭାତ, ଛେନାପୋଡ଼ ଓ ଡାଲମା ଭଳି ସୁଆଦିଆ ପାରମ୍ପରିକ ଖାଦ୍ୟ ମିଳିବ। ଏହା ବ୍ୟତୀତ ନିକଟରେ ଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ, ଦେଉଳଝରି ଗରମ ପାଣି କୁଣ୍ଡ ଏବଂ ଓଡ଼ିଶାର ଆଧ୍ୟାତ୍ମିକ ଓ ଐତିହାସିକ ଗୌରବକୁ ପ୍ରତିଫଳିତ କରୁଥିବା ପ୍ରାଚୀନ ମନ୍ଦିରଗୁଡ଼ିକ ଭଳି ନିକଟସ୍ଥ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକୁ ବୁଲି ଦେଖିପାରିବେ। ତାଳଚେର ରେଳ ଷ୍ଟେସନ୍ ‘ଅମୃତ ଭାରତ ଷ୍ଟେସନ୍ ଯୋଜନା’ ଅଧୀନରେ ପୁନଃବିକାଶ କରାଯାଉଥିବା ଓଡ଼ିଶାର ୫୯ଟି ରେଳ ଷ୍ଟେସନ୍ ମଧ୍ୟରୁ ଅନ୍ୟତମ ଏବଂ ଏହା ସେହି ଷ୍ଟେସନ୍‌ଗୁଡ଼ିକ ମଧ୍ୟରୁ ଗୋଟିଏ ଯାହାର ଲୋକାର୍ପଣ ୧୭ ଜୁଲାଇ ୨୦୨୬ ରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯିବ।

ଅନୁଗୋଳ ଜିଲ୍ଲା ଅମୃତ ଭାରତ ଷ୍ଟେସନ ଯୋଜନା ତାଳଚେର ରେଳ ଷ୍ଟେସନ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗାଧୋଇବାକୁ ଯାଇ ଆଉ ଫେରିଲେନି ସଞ୍ଜୟ, ସକାଳେ ପୋଖରୀରୁ ମିଳିଲା ମୃତଦେହ

September 15, 2026

ପ୍ରେମରୁ ପ୍ରତିଶୋଧ, ପ୍ରତିଶୋଧରୁ ହତ୍ୟା! ବସ୍ତାରେ ମୃତଦେହ ନେଇ ଧରାପଡ଼ିଲା ପ୍ରେମିକ

September 15, 2026

ଗ୍ରାମ ପଞ୍ଚାୟତକୁ ୫୦ ଲକ୍ଷ ପୁରସ୍କାର! ଜାଣନ୍ତୁ କିଏ ପାଇବ ଏହି ଟଙ୍କା

September 15, 2026

ମଧ୍ୟାବଧି ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ‘ସୁପ୍ରିମ୍’ ଝଟକା: ଅଟକିଲା ଡାକ ଭୋଟ ନିୟମ ପରିବର୍ତ୍ତନ ଯୋଜନା

September 15, 2026
Latest News

ଗାଧୋଇବାକୁ ଯାଇ ଆଉ ଫେରିଲେନି ସଞ୍ଜୟ, ସକାଳେ ପୋଖରୀରୁ ମିଳିଲା ମୃତଦେହ

September 15, 2026

ପ୍ରେମରୁ ପ୍ରତିଶୋଧ, ପ୍ରତିଶୋଧରୁ ହତ୍ୟା! ବସ୍ତାରେ ମୃତଦେହ ନେଇ ଧରାପଡ଼ିଲା ପ୍ରେମିକ

September 15, 2026

ଗ୍ରାମ ପଞ୍ଚାୟତକୁ ୫୦ ଲକ୍ଷ ପୁରସ୍କାର! ଜାଣନ୍ତୁ କିଏ ପାଇବ ଏହି ଟଙ୍କା

September 15, 2026

UPI ଦେୟ ଉପରେ ଫି’ ଲାଗିବ? ଅର୍ଥ ମନ୍ତ୍ରଣାଳୟର ବଡ଼ ସ୍ପଷ୍ଟୀକରଣ

September 15, 2026

ବନ୍ୟା ପ୍ରପୀଡ଼ିତ ନେପାଳକୁ ବିଜୁଳି ଯୋଗାଇଲା ଭାରତ

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.