ଭୁବନେଶ୍ଵର: ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ସମ୍ପର୍କୀତ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। କର୍ମଶାଳା’ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଗଣେଶରାମ ସିଂ ଖୁଂଟିଆ, ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ପ୍ରମୁଖ ନେତାମାନେ ଯୋଗଦେଇଥିଲେ। ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି, ଦେଶବାସୀଙ୍କ ଠାରୁ ଆରମ୍ଭ କରି ପ୍ରବାସୀ ଭାରତୀୟ ତଥା ସମଗ୍ର ବିଶ୍ୱବାସୀଙ୍କ ଦ୍ୱାରା ଆଦୃତ ହେବା ସହ ‘ମନ୍ କି ବାତ୍’ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ସର୍ବସମାବେଶୀ ହୋଇପାରିଛି। ଆସନ୍ତା ୨୬ ତାରିଖରେ ୧୩୬ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସମସ୍ତେ ଏହାକୁ ଶୁଣିବା ପାଇଁ ସେ ଆହ୍ୱାନ ଦେଇଛନ୍ତି।


