ନୂଆଦିଲ୍ଲୀ: NEET ପେପର ଲିକ୍ ନେଇ ଛାତ୍ରଛାତ୍ରୀ ଏବଂ ବିରୋଧୀ ଦଳ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପାଇଁ ଜିଦ୍ ଧରିଛନ୍ତି। ଜୁଲାଇ ୨୦ ତାରିଖରେ ଦିଲ୍ଲୀରେ କକ୍ରୋଚ ଜନତା ପାର୍ଟି (CJP)ର “ସଂସଦ ଚଲୋ” ମାର୍ଚ୍ଚ ସମୟରେ ହୋଇଥିବା ଲାଠିଚାର୍ଜ ସମ୍ପର୍କରେ ଆନ୍ନା ହଜାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି। ଦିଲ୍ଲୀରେ ଛାତ୍ର ପ୍ରତିବାଦକୁ ଦୃଷ୍ଟିରେ ରଖି ବରିଷ୍ଠ ସାମାଜିକ କର୍ମୀ ଆନ୍ନା ହଜାରେ ଆସନ୍ତାକାଲି ସକାଳ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅହଲ୍ୟା ନଗରର ୱାଡିଆ ପାର୍କରେ ଥିବା ଗାନ୍ଧୀ ସ୍ମାରକୀରେ ଏକ ନୀରବ ପ୍ରତିବାଦ କରିବେ।


