Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର
ଆଜିର ଖବର

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜଙ୍ଗଲ
ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

ନୂଆଦିଲ୍ଲୀ: ଜାତୀୟ ଜୈବ ବିବିଧତା ପ୍ରାଧିକରଣ (ଏନବିଏ) ପକ୍ଷରୁ ଓଡ଼ିଶା ସମେତ ଦେଶର ୧୧ଟି କପା ଚାଷ ହେଉଥିବା ରାଜ୍ୟକୁ ଜୈବ ବିବିଧତା ସଂରକ୍ଷଣ, ଜୈବିକ ସମ୍ପଦର ସ୍ଥାୟୀ ବିନିଯୋଗ ଏବଂ ଜୀବିକାର ବିକାଶ ପାଇଁ ‘ଆକ୍ସେସ୍ ଏବଂ ବେନିଫିଟ୍ ସେୟାରିଂ’ (ଏବିଏସ୍‍) ବ୍ୟବସ୍ଥା ଅଧୀନରେ ୬.୬୭ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଆବଣ୍ଟିତ ହୋଇଥିବା ରାଶି ମଧ୍ୟରୁ ସର୍ବାଧିକ ମହାରାଷ୍ଟ୍ରକୁ ୨.୪୧ କୋଟି ଟଙ୍କା ପ୍ରଦାନ କରାଯାଇଛି।  ଏହାପରେ ଗୁଜରାଟକୁ ୧.୩୮ କୋଟି ଟଙ୍କା, ତେଲେଙ୍ଗାନାକୁ ୧.୦୬ କୋଟି ଟଙ୍କା, କର୍ଣ୍ଣାଟକକୁ ୦.୪୦ କୋଟି ଟଙ୍କା, ରାଜସ୍ଥାନକୁ ୦.୩୬ କୋଟି, ମଧ୍ୟପ୍ରଦେଶକୁ ୦.୩୧ କୋଟି ଟଙ୍କା, ଆନ୍ଧ୍ରପ୍ରଦେଶକୁ ୦.୨୩ କୋଟି ଟଙ୍କା, ହରିୟାଣାକୁ ୦.୨୩ କୋଟି ଟଙ୍କା, ଓଡ଼ିଶାକୁ ୦.୧୪ କୋଟି ଟଙ୍କା, ପଞ୍ଜାବକୁ ୦.୦୯ କୋଟି ଟଙ୍କା ଏବଂ ତାମିଲନାଡୁକୁ ୦.୦୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଜୈବ ବିବିଧତା ନିୟମାବଳୀ ଅନୁଯାୟୀ ଅବଶିଷ୍ଟ ଅର୍ଥରାଶି ୦.୯୫ କୋଟି ଟଙ୍କା ଏନବିଏ ପାଇଁ ଧାର୍ଯ୍ୟ କରାଯାଇଛି।

ସର୍ବଭାରତୀୟ ସମନ୍ୱିତ କପା ଗବେଷଣା ପ୍ରକଳ୍ପ ପକ୍ଷରୁ ଜାରି ସର୍ବଭାରତୀୟ ସ୍ତରରେ କପା ଚାଷ କରାଯାଉଥିବା ଭୌଗୋଳିକ କ୍ଷେତ୍ରଫଳର ତଥ୍ୟକୁ ବ୍ୟବହାର କରି ଏହି ଆବଣ୍ଟନ ନିର୍ଦ୍ଧାରଣ କରାଯାଇଛି। ଏହା  ପ୍ରତ୍ୟେକ ରାଜ୍ୟର କପା ଚାଷ କ୍ଷେତ୍ରଫଳ ସହିତ ସମାନୁପାତିକ, ସ୍ୱଚ୍ଛ, ବୈଜ୍ଞାନିକ ଏବଂ ନ୍ୟାୟସଙ୍ଗତ ବଣ୍ଟନକୁ ସୁନିଶ୍ଚିତ କରୁଛି।

ଏହି ଆବଣ୍ଟନ ଚାଷକ୍ଷେତ ମଧ୍ୟରେ ଏବଂ ବାହାରେ ଜୈବିକ ସମ୍ପଦର ସଂରକ୍ଷଣ, ଲୋକଙ୍କ ଜୈବବିବିଧତା ପଞ୍ଜିକାର ନଥିକରଣ ଏବଂ ଅପଡେଟ୍, ପାରିସ୍ଥିତିକ ତନ୍ତ୍ରର ପୁନରୁଦ୍ଧାର, ଜୈବବିବିଧତା ଐତିହ୍ୟ ସ୍ଥଳର ସୁଦୃଢ଼ୀକରଣ, ପାରମ୍ପରିକ ଜ୍ଞାନର ନଥିକରଣ, ଜୈବବିବିଧତା ଗବେଷଣା, ଡିଜିଟାଲ୍ ଜୈବବିବିଧତା ଡାଟାବେସର ବିକାଶ, ଜୈବବିବିଧତା ପରିଚାଳନା କମିଟିଗୁଡ଼ିକର ଦକ୍ଷତା ବୃଦ୍ଧି, ସଚେତନତା କାର୍ଯ୍ୟକ୍ରମ ଏବଂ ଜୀବିକାର ବିକାଶରେ ସହାୟକ ହେବ। ଏହି ନିବେଶଗୁଡ଼ିକ ଭବିଷ୍ୟତର ଫସଲ ଉନ୍ନତି ପାଇଁ ମୂଲ୍ୟବାନ ଜେନେଟିକ୍ ଗୁଣଗୁଡ଼ିକୁ ସଂରକ୍ଷିତ କରିବାରେ ସାହାଯ୍ୟ କରିବ ଏବଂ ଭାରତର କୃଷିଜୈବବିବିଧତାର ସଂରକ୍ଷକ ଭାବରେ ସ୍ଥାନୀୟ ସମୁଦାୟକୁ ସଶକ୍ତ କରିବ।

ଏହି ପଦକ୍ଷେପ ଏବିଏସ୍‍ ଲାଭ ବଣ୍ଟନ ପାଇଁ ଏକ ସ୍ୱଚ୍ଛ ଏବଂ ବିଜ୍ଞାନ-ଆଧାରିତ ମଡେଲ୍ ମଧ୍ୟ ପ୍ରତିଷ୍ଠା କରେ ଯେଉଁଠାରେ ଜଟିଳ ଯୋଗାଣ ଶୃଙ୍ଖଳା ଜରିଆରେ ଜୈବିକ ସମ୍ପଦ ସଂଗ୍ରହ କରାଯାଇଥାଏ। ଜୈବିକ ସମ୍ପଦର ଯାଞ୍ଚ ହୋଇଥିବା ଭୌଗୋଳିକ ଉପସ୍ଥିତି ସହିତ ଲାଭ-ଅଂଶୀଦାରକୁ ଯୋଡିବା ଦ୍ବାରା, ବ୍ୟକ୍ତିଗତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇପାରୁ ନଥିଲେ ମଧ୍ୟ ଏବିଏସ୍‍ ଜୈବବିବିଧତା-ସମୃଦ୍ଧ ଅଞ୍ଚଳଗୁଡିକରେ ପହଞ୍ଚିବା ସୁନିଶ୍ଚିତ ହୁଏ।

ଏହି ଅର୍ଥ ପ୍ରଦାନ ପରେ, ଏନବିଏଦ୍ୱାରା ପ୍ରଦାନ କରାଯାଇଥିବା ମୋଟ ଏବିଏସ୍‍ ପାଣ୍ଠି ୧୫୨.୨୪ କୋଟି ଟଙ୍କାରେ ପହଞ୍ଚିଛି। ଏହି ପଦକ୍ଷେପ ଦର୍ଶାଉଛି ଯେ ଏବିଏସ୍‍ ମେକାନିଜିମ୍ କିପରି ଅର୍ଥନୀତି, ପାରିସ୍ଥିତିକ ତନ୍ତ୍ର ଏବଂ ସମାନତାକୁ ଏକତ୍ରିତ କରିବା ପାଇଁ ଜୈବିକ ସମ୍ପଦର ବ୍ୟାବସାୟିକ ବିନିଯୋଗକୁ ରୂପାନ୍ତରିତ କରେ। ଜେନେଟିକ୍ ସମ୍ପଦର ବିନିଯୋଗରୁ ମିଳୁଥିବା ଲାଭର ନିରପେକ୍ଷ ଏବଂ ସମାନ ଅଂଶୀଦାର ସମ୍ପର୍କିତ ଲକ୍ଷ୍ୟ ୧୩ ଏବଂ ଜେନେଟିକ୍ ବିବିଧତାର ସଂରକ୍ଷଣ ସମ୍ପର୍କିତ ଲକ୍ଷ୍ୟ ୪ କୁ ସହାୟତା କରିବା ସହିତ, ଏହା କୁନମିଂ-ମଣ୍ଟ୍ରିଆଲ୍ ଗ୍ଲୋବାଲ୍ ବାୟୋଡାଇଭର୍ସିଟି ଫ୍ରେମୱାର୍କର କାର୍ଯ୍ୟକାରିତାରେ ମଧ୍ୟ ଯୋଗଦାନ ଦେଇଥାଏ।

ଜୈବ ବିବିଧତା ଆଇନ ଅଧୀନରେ ଜୈବିକ ସମ୍ପଦର ବ୍ୟାବସାୟିକ ବିନିଯୋଗରୁ ମିଳୁଥିବା ଲାଭକୁ କିପରି ଜୈବବିବିଧତା ସଂରକ୍ଷଣ ଏବଂ ସମୁଦାୟର କଲ୍ୟାଣରେ ପୁନଃନିବେଶ କରାଯାଉଛି, ତାହା ଏହି ଆବଣ୍ଟନରୁ ସ୍ପଷ୍ଟ ହେଉଛି।

ଲାଭାଂଶ ଅଂଶୀଦାର ଯୋଜନା ଅଧୀନରେ ୨୫,୪୩୧ଟି କପା କିସମ ସମ୍ବନ୍ଧୀୟ ଗବେଷଣା ପାଇଁବାୟର ସାଇନ୍ସ ଆଣ୍ଡ ଇନୋଭେସନ୍‍ କମ୍ପାନୀଠାରୁ ଆଇନ ଅନୁସାରେ  ୭.୬୨ କୋଟି ଟଙ୍କା ଆଦାୟ କରାଯାଇଥିବା ଏନ୍‍ବିଏ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତର କୃଷି ଏବଂ ଅର୍ଥନୈତିକ କ୍ଷେତ୍ରରେ କପାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି, ଯେଉଁଥିରେ ଭାରତ କପା ଜେନେଟିକ୍ ବିବିଧତାର ଏକ ବିଶ୍ବସ୍ତରୀୟ ଭଣ୍ଡାର ଭାବରେ କାର୍ଯ୍ୟ କରୁଛି, ଯାହା ମୂଲ୍ୟ ଶୃଙ୍ଖଳାରେ ପ୍ରାୟ ୪-୫ କୋଟି ଲୋକଙ୍କୁ ସହାୟତା କରୁଛି। ଯେହେତୁ ବ୍ୟବସାୟୀ ଏବଂ ମଧ୍ୟସ୍ଥିମାନଙ୍କ ଜରିଆରେ ଜୈବିକ ସମ୍ପଦ ହାସଲ କରାଯାଇଥିଲା, ତେଣୁ ବ୍ୟକ୍ତିଗତ ସଂରକ୍ଷକ କିମ୍ବା ଲାଭ ଦାବିଦାରମାନଙ୍କୁ ଚିହ୍ନଟ କରିବା ସମ୍ଭବ ନଥିଲା।

ଏଭଳି ପରିସ୍ଥିତିର ସମାଧାନ ପାଇଁ ଏନବିଏ, ଏକ ବିଶେଷଜ୍ଞ କମିଟିର ସହାୟତାରେ ଏବିଏସ୍ ଅର୍ଥରାଶିର ବିନିଯୋଗ ପାଇଁ ସ୍ୱଚ୍ଛ ପଦ୍ଧତି ବିକଶିତ କରିଛନ୍ତି। ଯେଉଁଠାରେ ପ୍ରକାଶିତ ରେକର୍ଡ ଗୁଡ଼ିକୁ ବ୍ୟବହାର କରି ଜୈବିକ ସମ୍ପଦର ଭୌଗୋଳିକ ଉପସ୍ଥିତି ବିଶ୍ୱସନୀୟ ଭାବରେ ପ୍ରତିଷ୍ଠା କରାଯାଇପାରିବ, ସେଠାରେ ସମ୍ପୃକ୍ତ ଅଞ୍ଚଳଗୁଡ଼ିକର ଜୈବବିବିଧତା ସଂରକ୍ଷଣ, ସ୍ଥାୟୀ ବିନିଯୋଗ ଏବଂ ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ସମ୍ପୃକ୍ତ ରାଜ୍ୟ ଜୈବବିବିଧତା ବୋର୍ଡ ଗୁଡ଼ିକୁ ଅନୁରୂପ ,ବିଏସ୍‍ ଅର୍ଥରାଶି ଆବଣ୍ଟନ କରାଯାଉଛି।

ଏନ୍‌ବିଏ କପା ଚାଷ ଜୈବ ବିବିଧତା ସଂରକ୍ଷଣ
Share. Facebook Twitter LinkedIn Email WhatsApp Copy Link

Related Posts

ଡିଏଭି ପୋଖରୀପୁଟରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

August 12, 2026

ଇମ୍ରାନ ଖାନଙ୍କ ମୃତ୍ୟୁ ପଛରେ ସତ୍ୟ କ’ଣ?: ନୀରବତା ଭାଙ୍ଗି ବଡ଼ ବୟାନ ଜାରି କଲା ପାକିସ୍ତାନୀ ସେନା

August 12, 2026

ପୁରୀ ଗୋବର୍ଦ୍ଧନ ପୀଠ ଓ ସ୍ୱର୍ଗଦ୍ୱାର ବେଳାଭୂମିର ଉନ୍ନତିକରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 12, 2026

ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଛାତ୍ର ବୃତ୍ତି ପୋର୍ଟାଲରେ ଆବେଦନ ଆହ୍ୱାନ

August 12, 2026
Latest News

ଡିଏଭି ପୋଖରୀପୁଟରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

August 12, 2026

ଇମ୍ରାନ ଖାନଙ୍କ ମୃତ୍ୟୁ ପଛରେ ସତ୍ୟ କ’ଣ?: ନୀରବତା ଭାଙ୍ଗି ବଡ଼ ବୟାନ ଜାରି କଲା ପାକିସ୍ତାନୀ ସେନା

August 12, 2026

ପୁରୀ ଗୋବର୍ଦ୍ଧନ ପୀଠ ଓ ସ୍ୱର୍ଗଦ୍ୱାର ବେଳାଭୂମିର ଉନ୍ନତିକରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 12, 2026

ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଛାତ୍ର ବୃତ୍ତି ପୋର୍ଟାଲରେ ଆବେଦନ ଆହ୍ୱାନ

August 12, 2026

“RSS କୁ ସମସ୍ତ ପାଣ୍ଠି ଯିବା ପାଇଁ ବ୍ୟବସ୍ଥା”: FCRA ବିଲ୍ କୁ ତାଚ୍ଛଲ୍ୟ କଲେ ମହୁଆ ମୋଇତ୍ରା 

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.