Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାଇକୋର୍ଟଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି ଇ-କୋର୍ଟସ୍‌ ପ୍ରକଳ୍ପ
ଆଜିର ଖବର

ହାଇକୋର୍ଟଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି ଇ-କୋର୍ଟସ୍‌ ପ୍ରକଳ୍ପ

July 24, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ହାଇକୋର୍ଟଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି ଇ-କୋର୍ଟସ୍‌ ପ୍ରକଳ୍ପ

ଭୁବନେଶ୍ଵର: ଓଡ଼ିଶା ହାଇକୋର୍ଟଙ୍କ ମାର୍ଗଦର୍ଶନରେ ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ ଅଧସ୍ତନ କୋର୍ଟରେ ଇ-କୋର୍ଟସ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ରାଜ୍ୟ ସଭାରେ ଏ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ କହିଛନ୍ତି,   ଇ-କୋର୍ଟସ୍ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ଅଧୀନରେ ୮୪୫ ନ୍ୟାୟାଳୟ ମଧ୍ୟରୁ ୮୧୭ଟିର ଏବଂ ୨୧୫ଟି କୋର୍ଟ କମ୍ପ୍ଲେକ୍ସ ମଧ୍ୟରୁ ୨୦୩ଟିର କମ୍ପ୍ୟୁଟରୀକରଣ ପାଇଁ ଆଇସିଟି ହାର୍ଡୱେୟାର ବ୍ୟବସ୍ଥା କରାଯାଇଛି। ୩୦ ଜୁନ୍ ୨୦୨୬ ସୁଦ୍ଧା, ହାଇକୋର୍ଟ ଏବଂ ଜିଲ୍ଲା କୋର୍ଟଗୁଡ଼ିକରେ ୨୪.୧୭ କୋଟି ପୃଷ୍ଠା ବିଶିଷ୍ଟ ମୋଟ ୪୨.୯୬ ଲକ୍ଷ ପୁରୁଣା ମାମଲା ରେକର୍ଡ ଡିଜିଟାଇଜେସନ୍ କରାଯାଇଛି। ବର୍ତ୍ତମାନ ୧୮ଟି ହାଇକୋର୍ଟ ଅଦାଲତ ଏବଂ ୩୪୩ଟି ଜିଲ୍ଲା ନ୍ୟାୟିକ ଅଦାଲତ ପିଡିଏଫ୍-ଆଧାରିତ ଉପକରଣ ବ୍ୟବହାର କରି କାଗଜବିହୀନ ମୋଡ୍‌ରେ କାର୍ଯ୍ୟ କରୁଛନ୍ତି। ଏହା ମାମଲା ରେକର୍ଡ ଏବଂ କୋର୍ଟ କାର୍ଯ୍ୟକୁ ଡିଜିଟାଲ୍ ପ୍ରବେଶ ସୁବିଧା ପ୍ରଦାନ କରୁଛି।

ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା କୋର୍ଟର ୱେବସାଇଟ୍ ଏସ୩ଡବ୍ଲୁଏଏଏସ ପ୍ଲାଟଫର୍ମକୁ ସ୍ଥାନାନ୍ତରିତ କରାଯାଇଛି। ଜିଲ୍ଲା ନ୍ୟାୟପାଳିକାର ୩୨୦ଟି କୋର୍ଟ ପ୍ରତିଷ୍ଠାନକୁ କେସ୍ ଇନଫର୍ମେସନ୍ ସିଷ୍ଟମ୍ (ସିଆଇଏସ) ୩.୦ ରୁ ସିଆଇଏସ ୪.୦କୁ ସଫଳତାର ସହ ସ୍ଥାନାନ୍ତରିତ କରାଯାଇଛି। ୨୦୨୬ ଜାନୁଆରୀ ପହିଲା ଠାରୁ, ସିଆଇଏସ ଇଣ୍ଟର-ଅପରେବଲ୍ କ୍ରିମିନାଲ୍ ଜଷ୍ଟିସ୍ ସିଷ୍ଟମ୍ (ଆଇସିଜେଏସ) ପ୍ଲାଟଫର୍ମ ମାଧ୍ୟମରେ ୩.୧୦ ଲକ୍ଷ ଏଫଆଇଆର ଏବଂ ୨.୨୯ ଲକ୍ଷ ଚାର୍ଜସିଟ୍ ସହିତ ଜଡିତ ତଥ୍ୟକୁ ଉପଯୋଗ କରାଯାଇଛି ।

ଏହା ସହିତ, ସମସ୍ତ କୋର୍ଟରେ ଇ-ଫାଇଲିଂ ୩.୦ ସଫ୍ଟୱେର୍ କାର୍ଯ୍ୟକାରୀ କରାଯାଇଛି ଏବଂ ଜୁନ୍ ୩୦, ୨୦୨୬ ସୁଦ୍ଧା ୧.୩୧ ଲକ୍ଷ ମାମଲା ଇ-ଫାଇଲ୍ କରାଯାଇଛି। ରାଜ୍ୟର ସମସ୍ତ କୋର୍ଟରେ ଭିଡିଓ କନଫରେନ୍ସିଂ ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି ଏବଂ ୩୦ ଜୁନ୍ ୨୦୨୬ ସୁଦ୍ଧା ୭.୬୧ ଲକ୍ଷ ଭର୍ଚୁଆଲ୍ ଶୁଣାଣି କରାଯାଇଛି। ଏହା ସହିତ, ଦୂରଦୂରାନ୍ତର ଅଞ୍ଚଳର ନାଗରିକଙ୍କ ପାଇଁ ନ୍ୟାୟ ପାଇବାକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସାରା ୧୮୪ ଟି ଇ-ସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

ଇ-କୋର୍ଟ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟରେ ଓଡ଼ିଶାରେ ୨୦୨୩-୨୪ ଆର୍ଥିକ ବର୍ଷରେ ୯.୭୯ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ୬.୭୭ କୋଟି ଟଙ୍କା ବିନିଯୋଗ ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ୫୮.୪୮ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ୫୩.୨୪ କୋଟି ଟଙ୍କା ଉପଯୋଗ ହୋଇଛି । ସେହିପରି ୨୦୨୫-୨୬ ଆର୍ଥିକ ବର୍ଷରେ ମଞ୍ଜୁର ୧୬.୦୯ କୋଟି ଟଙ୍କା ମଧ୍ୟରୁ ୧୪.୧୨ କୋଟି ଟଙ୍କା ବିନିଯୋଗ ହୋଇଛି । ୨୦୨୬-୨୭ ଆର୍ଥିକ ବର୍ଷରେ ୭.୦୯ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ଇ-କୋର୍ଟସ୍ ପ୍ରୋଜେକ୍ଟ ଅଧୀନରେ, ଦୀର୍ଘକାଳୀନ ସଂରକ୍ଷଣ, ଦ୍ରୁତ ପୁନରୁଦ୍ଧାର, ଭୌତିକ ସଂରକ୍ଷଣ ଆବଶ୍ୟକତା ହ୍ରାସ ଏବଂ ମକଦ୍ଦମାକାରୀ, ଓକିଲ ଓ ନ୍ୟାୟିକ ଅଧିକାରୀଙ୍କ ପାଇଁ ଉନ୍ନତ ସୁଗମତା ସୁନିଶ୍ଚିତ କରିବା ପାଇଁ ବିଚାରାଧୀନ, ସମାଧାନ ହୋଇଥିବା ଏବଂ ଐତିହାସିକ ମାମଲା ରେକର୍ଡଗୁଡ଼ିକର ବ୍ୟାପକ ପରିମାଣରେ ଡିଜିଟାଇଜେସନ୍ ନିମନ୍ତେ ପରିକଳ୍ପନା କରାଯାଇଛି। ଏହା ସହିତ, ଗୋଟିଏ ମାମଲାର ସମଗ୍ର ଜୀବନଚକ୍ରକୁ କଭର କରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଡିଜିଟାଲ୍ କୋର୍ଟ କାର୍ଯ୍ୟକୁ ସକ୍ଷମ କରିବା ପାଇଁ ଏକ ବ୍ୟାପକ ଡିଜିଟାଲ୍ ଏବଂ କାଗଜମୁକ୍ତ କୋର୍ଟ ଇକୋସିଷ୍ଟମର ବିକାଶ ନିମନ୍ତେ ଯୋଜନା କରାଯାଇଛି। ଡିଜିଟାଲ୍ କୋର୍ଟ ସେବାକୁ ବିସ୍ତାର କରିବା ପାଇଁ ଆବଶ୍ୟକ ପାଣ୍ଠି ମଞ୍ଜୁର ଲାଗି ଓଡ଼ିଶା ହାଇକୋର୍ଟ, ଓଡ଼ିଶା ରାଜ୍ୟ ସରକାର ଏବଂ ଭାରତ ସରକାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା କାର୍ଯ୍ୟକାରୀ ହୋଇଛି ।

ସୂଚନା ଯୋଗ୍ୟ, ନ୍ୟାୟିକ ବ୍ୟବସ୍ଥାରେ ସୂଚନା ଏବଂ ସଞ୍ଚାର ପ୍ରଯୁକ୍ତିବିଦ୍ୟା (ଆଇସିଟି) ବ୍ୟବହାରକୁ ସୁଦୃଢ଼ ​​କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଇ-କୋର୍ଟ ମିଶନ ମୋଡ୍ ପ୍ରକଳ୍ପ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି। ସର୍ବୋଚ୍ଚ ନ୍ୟାୟାଳୟର ଇ-କମିଟି ସହିତ ଘନିଷ୍ଠ ସମନ୍ୱୟରେ ତଥା ସମ୍ପୃକ୍ତ ହାଇକୋର୍ଟ ମାଧ୍ୟମରେ ନ୍ୟାୟ ବିଭାଗ ବିକେନ୍ଦ୍ରୀକରଣ ପଦ୍ଧତିରେ ଇ-କୋର୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି।

ଇ-କୋର୍ଟସ୍‌ ପ୍ରକଳ୍ପ ଓଡିଶା ହାଇକୋର୍ଟଙ୍କ ମାର୍ଗଦର୍ଶନ
Share. Facebook Twitter LinkedIn Email WhatsApp Copy Link

Related Posts

ବିପଦ ସଙ୍କେତ ଉପରେ ବୈତରଣୀ, ଜଳମଗ୍ନ ଯୋଡ଼ା-ବଡ଼ବିଲ

August 14, 2026

ପ୍ରବଳ ବର୍ଷା: ମୟୂରଭଞ୍ଜରେ ଆଜି ସବୁ ସ୍କୁଲ୍ ବନ୍ଦ

August 14, 2026

ମାଥିଲି ଆଇ.ଟି.ଆଇ.ରେ ଇଭି ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ରର ଭିତ୍ତିପ୍ରସ୍ତର ରଖିଲେ ଶିଳ୍ପ ମନ୍ତ୍ରୀ

August 14, 2026

ବାଂଲାଦେଶ ଗସ୍ତ କରିବ କି ଟିମ୍ ଇଣ୍ଡିଆ?: ବିସିସିଆଇ ଜାରି କଲା ଅପଡେଟ୍‌

August 14, 2026
Latest News

ବିପଦ ସଙ୍କେତ ଉପରେ ବୈତରଣୀ, ଜଳମଗ୍ନ ଯୋଡ଼ା-ବଡ଼ବିଲ

August 14, 2026

ପ୍ରବଳ ବର୍ଷା: ମୟୂରଭଞ୍ଜରେ ଆଜି ସବୁ ସ୍କୁଲ୍ ବନ୍ଦ

August 14, 2026

ମାଥିଲି ଆଇ.ଟି.ଆଇ.ରେ ଇଭି ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ରର ଭିତ୍ତିପ୍ରସ୍ତର ରଖିଲେ ଶିଳ୍ପ ମନ୍ତ୍ରୀ

August 14, 2026

ବାଂଲାଦେଶ ଗସ୍ତ କରିବ କି ଟିମ୍ ଇଣ୍ଡିଆ?: ବିସିସିଆଇ ଜାରି କଲା ଅପଡେଟ୍‌

August 14, 2026

ଶକ୍ତି ବିଭାଗର ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.