Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଦୀପ କୁମାର ରାୟଙ୍କ ‘ଅନନ୍ୟା ଅତୁଳନୀୟା’ ପୁସ୍ତକ ଲୋକାର୍ପିତ
ଆଜିର ଖବର

ପ୍ରଦୀପ କୁମାର ରାୟଙ୍କ ‘ଅନନ୍ୟା ଅତୁଳନୀୟା’ ପୁସ୍ତକ ଲୋକାର୍ପିତ

July 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଦୀପ କୁମାର ରାୟ
ପ୍ରଦୀପ କୁମାର ରାୟଙ୍କ ‘ଅନନ୍ୟା ଅତୁଳନୀୟା’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ଟାଇମପାସ ପ୍ରକାଶନ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ପୁସ୍ତକପର୍ବରେ ଲୋକାର୍ପିତ ହୋଇଯାଇଛି ବିଶିଷ୍ଟ ଲେଖକ ଓ ଅନୁବାଦକ ପ୍ରଦୀପ କୁମାର ରାୟଙ୍କ ଫିଚର ପୁସ୍ତକ ‘ଅନନ୍ୟା ଅତୁଳନୀୟା’।

ବିଶ୍ୱର ଅଶୀ ଜଣ ପ୍ରେରଣାଦାୟୀ ନାରୀଙ୍କ ସଂଘର୍ଷ ଓ ସଫଳତାର ଲୋମହର୍ଷଣକାରୀ କାହାଣୀକୁ ନେଇ ସଂକଳିତ ଏହି ପୁସ୍ତକ ଉନ୍ମୋଚନ କରି ବରିଷ୍ଠ ଲେଖିକା ପ୍ରଫେସର ସଂଘମିତ୍ରା ମିଶ୍ର କହିଥିଲେ ଯେ ଯୋଉ ଘରର ମୂଳଦୁଆ ଯେତେ ଟାଣ, ସେ ଘର ସେତେ ଅଧିକ ମହଲା ପର୍ଯ୍ୟନ୍ତ ଯାଇପାରେ! ନାରୀ ସବୁ ସଭ୍ୟତାର ମୂଳଦୁଆ ପରି।

ଗାଳ୍ପିକା ତଥା ‘କାଦମ୍ବିନୀ’ର ସଂପାଦିକା ଡ. ଇତି ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟିର ଭୂୟସୀ ପ୍ରଶଂସା କରି କହିଥିଲେ ଯେ ସମାଜରେ ସଂସ୍କାର ଆଣିଥିବା ନାରୀମାନଙ୍କୁ ଇତିହାସ ସବୁବେଳେ ଅଣଦେଖା କରିଥାଏ। କିନ୍ତୁ ପୁରାଣ ଓ ସାହିତ୍ୟ ସାହସିନୀ ନାରୀଙ୍କର ଗାଥା ବର୍ଣ୍ଣନା କରିଆସିଛି।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ତଥା ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା କହିଥିଲେ ଯେ ନିଜ ସମୟର ଚିନ୍ତାଧାରାଠାରୁ ଅଧିକ ଭାବିଥାଏ ଜଣେ ନାରୀ । ନାରୀ ମାନେ ଅଧା ପୃଥିବୀର ଅଧିଶ୍ଵରୀ ।

ଲେଖକ ଶ୍ରୀ ରାୟ ପୁସ୍ତକ ପଛର ପ୍ରେରଣା ଓ ଉପଲବ୍ଧି ବଖାଣିଥିବା ବେଳେ ଲେଖକ ତଥା ‘ଟାଇମପାସ୍‍’ର ନିର୍ଦ୍ଦେଶକ ସରୋଜ ବଳ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

ପରିଚାଳନାରେ ସହଯୋଗ କରିଥିଲେ ବିଭୂତି ଖୁଣ୍ଟିଆ, ତିଳୋତ୍ତମା ଦାସ, ସୋନମ ଦାସ, ସୁବ୍ରତ ମହାନ୍ତି, ସମ୍ବିତ ଲେଙ୍କା ଓ ସମାସ ବଳ। ଶତାଧିକ ଲେଖକ ଓ ପାଠକ ପୁସ୍ତକପର୍ବରେ ଯୋଗଦେଇ ଏହାକୁ ସଫଳ କରିଥିଲେ ।

Book Release ଅନନ୍ୟା ଅତୁଳନୀୟା ଇତିରାଣୀ ସାମନ୍ତ ପ୍ରଦୀପ କୁମାର ରାୟ ସରୋଜ ବଳ
Share. Facebook Twitter LinkedIn Email WhatsApp Copy Link

Related Posts

ହିନ୍ତରାଇ ଗ୍ରାମରେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା: ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ

July 25, 2026

ଏବେ ବିହାର ମୁଖ୍ୟମନ୍ତ୍ରୀଙ୍କ ପାଳି?: CJP ର ବଡ଼ ଘୋଷଣା, ପାଟନାରେ ଏକାଠି ହେବେ ‘କକ୍ରୋଚ’ 

July 25, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗୃହୀତ: ଜାଣନ୍ତୁ କାହାକୁ ମିଳିଲା ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ?

July 25, 2026

‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ର ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

July 25, 2026
Latest News

ହିନ୍ତରାଇ ଗ୍ରାମରେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା: ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ

July 25, 2026

ପ୍ରଦୀପ କୁମାର ରାୟଙ୍କ ‘ଅନନ୍ୟା ଅତୁଳନୀୟା’ ପୁସ୍ତକ ଲୋକାର୍ପିତ

July 25, 2026

ଏବେ ବିହାର ମୁଖ୍ୟମନ୍ତ୍ରୀଙ୍କ ପାଳି?: CJP ର ବଡ଼ ଘୋଷଣା, ପାଟନାରେ ଏକାଠି ହେବେ ‘କକ୍ରୋଚ’ 

July 25, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗୃହୀତ: ଜାଣନ୍ତୁ କାହାକୁ ମିଳିଲା ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ?

July 25, 2026

‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ର ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

July 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.