ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କରାଯାଇଥିବା କଳା ଝଲକ ୨.୦ ସ୍କୁଲ ସ୍ତରୀୟ ପ୍ରତିଯୋଗିତା, ହିଲ ପାଟଣା ସ୍ଥିତ ଜ୍ଞାନ ବିକାଶ କିଡ୍ସ ଏକାଡେମୀ ପରିସରରେ ଆୟୋଜନ ହୋଇଛି। ଏଥିରେ ଚିତ୍ରାଙ୍କନ, ହସ୍ତାକ୍ଷର, କ୍ୟୁଟ ବେବି, ଫେନସି ଡ୍ରେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ୩୦୦ ରୁ ଉର୍ଦ୍ଧ୍ଵ ପିଲା ଅଂଶ ଗ୍ରହଣ କରିଥିଲେ। ଅଂଶ ଗ୍ରହଣ କରିଥବା ସମସ୍ତ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଜ୍ଞାନ ବିକାଶ ଏକାଡେମୀ ଓ ଶ୍ରଦ୍ଧା ଫାଉଣ୍ଡେସନର ସମସ୍ତ ସଭ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆଗାମୀ ଅଗଷ୍ଟ ୧ ତାରିଖ ଓ ୨ ତାରିଖରେ ଅନ୍ୟାନ୍ୟ ପ୍ରତିଯୋଗିତାମାନ ଏଠି ଅନୁଷ୍ଠିତ ହେବ ବୋଲି ସଭାପତି ପ୍ରଣବ କୁମାର ପଣ୍ଡା ସୂଚନା ଦେଇଛନ୍ତି।


