Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା
ଆଜିର ଖବର

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା
ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

ନୂଆଦିଲ୍ଲୀ: ଇ-୨୦ ପେଟ୍ରୋଲ ନୀତି ବିରୁଦ୍ଧରେ ପ୍ରସ୍ତାବିତ ପ୍ରତିବାଦ ଶୋଭାଯାତ୍ରା ଏବଂ ଅନଶନ ପୂର୍ବରୁ ସାମାଜିକ କର୍ମୀ ତହସିନ ପୁନାୱାଲା ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ତାଙ୍କୁ ପୋଲିସ ଗୃହବନ୍ଦୀ କରିଥିବା ଅଭିଯୋଗ କରିଛନ୍ତି। ଶ୍ରୀ ପୁନାୱାଲା ଶନିବାର ସୋସିଆଲ ମିଡିଆରେ ଅନେକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଘର ବାହାରେ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିବାର ଦେଖାଯାଇଛି। ସେ ଦାବି କରିଛନ୍ତି ଯେ, ସରକାର ତାଙ୍କ ପ୍ରତିବାଦକୁ ଭୟ କରୁଛନ୍ତି।

ଏକ ସୋସିଆଲ ମିଡିଆ ପୋଷ୍ଟରେ ତେହସିନ ପୁନାୱାଲା କହିଛନ୍ତି ଯେ, ମହିଳା ପୋଲିସ ଅଧିକାରୀମାନଙ୍କ ସମେତ ଦିଲ୍ଲୀ ପୋଲିସର ଏକ ବଡ଼ ଦଳ ତାଙ୍କୁ ଘରୁ ବାହାରକୁ ଯିବାରୁ ବାରଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଇ-୨୦ ପେଟ୍ରୋଲ ପ୍ରତିବାଦକୁ ଭୟ କରୁଛନ୍ତି।

ଅନ୍ୟ ଏକ ଭିଡିଓରେ ଶ୍ରୀ ପୁନାୱାଲା ଜଣେ ପୋଲିସ ଅଧିକାରୀଙ୍କୁ ପଚାରୁଛନ୍ତି ଯେ, ତାଙ୍କୁ କେଉଁ ଆଧାରରେ ଅଟକ ରଖାଯାଇଛି। ସେ ଦାବି କରିଛନ୍ତି ଯେ, ତାଙ୍କୁ କୌଣସି ଲିଖିତ ନିର୍ଦ୍ଦେଶ କିମ୍ବା ଡକ୍ୟୁମେଣ୍ଟ ଦେଖାଯାଇ ନାହିଁ।

ଭିଡିଓରେ ସେ କହୁଛନ୍ତି ଯେ, “କୌଣସି କାଗଜପତ୍ର ନାହିଁ, କିଛି ନାହିଁ… ମୋତେ ଗୃହବନ୍ଦୀ କରାଯାଇଛି। ସ୍ୱାଧୀନତା ଦିବସର ୧୫ ଦିନ ପୂର୍ବରୁ ମୋତେ ଏହିପରି ଅଟକାଯାଉଛି।”

Breaking News delhi police E20 Petrol Polic Tehseen Poonawalla
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.