Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜନ୍ମ–ମୃତ୍ୟୁ ପଞ୍ଜୀକରଣର ନିୟମ ବଦଳିଲା : ସଂଶୋଧନ ବିଲ୍‌କୁ ରାଜ୍ୟସଭାର ମଞ୍ଜୁରୀ
ଆଜିର ଖବର

ଜନ୍ମ–ମୃତ୍ୟୁ ପଞ୍ଜୀକରଣର ନିୟମ ବଦଳିଲା : ସଂଶୋଧନ ବିଲ୍‌କୁ ରାଜ୍ୟସଭାର ମଞ୍ଜୁରୀ

August 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସମୟବଦ୍ଧ ଏବଂ ଦୁରୁପଯୋଗମୁକ୍ତ କରିବା ଦିଗରେ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ଲୋକସଭା ପରେ ମଙ୍ଗଳବାର ରାଜ୍ୟସଭା ମଧ୍ୟ ‘ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍’କୁ ଭଏସ୍ ଭୋଟ୍‌ରେ ପାରିତ କରିଛି। ଏହି ବିଲ୍‌ ମାଧ୍ୟମରେ ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ଆଇନ, ୧୯୬୯ର ଧାରା ୧୩(୩)ରେ ସଂଶୋଧନ କରାଯାଇ ବିଳମ୍ବିତ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ କଠୋର କରାଯାଇଛି।

ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅପରାହ୍ନରେ ଗୃହ ପୁନର୍ବାର ବୈଠକ ଆରମ୍ଭ ହେବା ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିଲ୍‌ଟିକୁ ଉପସ୍ଥାପନ କରିଥିଲେ। ସଂକ୍ଷିପ୍ତ ଆଲୋଚନାର ଉତ୍ତର ଦେଇ ସେ କହିଥିଲେ, ବିଳମ୍ବିତ ପଞ୍ଜୀକରଣରେ ଅନିୟମ ରୋକିବା ଓ ଜନ୍ମ–ମୃତ୍ୟୁ ସମ୍ବନ୍ଧୀୟ ସୂଚନାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରିବାକୁ ଉତ୍ସାହିତ କରିବା ହିଁ ଏହି ସଂଶୋଧନର ମୂଳ ଉଦ୍ଦେଶ୍ୟ।

ନୂତନ ବ୍ୟବସ୍ଥା ଅନୁଯାୟୀ, ଘଟଣାର ଏକ ବର୍ଷ ପରେ କିନ୍ତୁ ଦୁଇ ବର୍ଷ ମଧ୍ୟରେ ଜନ୍ମ କିମ୍ବା ମୃତ୍ୟୁ ପଞ୍ଜୀକରଣ ପାଇଁ ଆବେଦନ କରାଗଲେ, ତାହା କେବଳ ଜିଲ୍ଲା ମାଜିଷ୍ଟ୍ରେଟ୍ (DM), ଉପଜିଲ୍ଲାପାଳ (SDM) କିମ୍ବା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା କ୍ଷମତାପ୍ରାପ୍ତ କୌଣସି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କ ଅନୁମୋଦନ ପରେ ହିଁ ପଞ୍ଜୀକୃତ ହେବ।

ସେହିପରି, ଦୁଇ ବର୍ଷରୁ ଅଧିକ ସମୟ ପରେ ପଞ୍ଜୀକରଣ ପାଇଁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ (JMFC)ଙ୍କ ନିର୍ଦ୍ଦେଶ ବାଧ୍ୟତାମୂଳକ ରହିବ। ପଞ୍ଜୀକରଣ ପୂର୍ବରୁ ସକ୍ଷମ କର୍ତ୍ତୃପକ୍ଷ ଦାଖଲ ହୋଇଥିବା ସୂଚନା ଓ ଦଲିଲର ସତ୍ୟତା ଯାଞ୍ଚ କରିବେ।

ସରକାରଙ୍କ ମତରେ, ଦେଶରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣକୁ ଅଧିକ ବିଶ୍ୱସନୀୟ କରିବା, ବିଳମ୍ବିତ ପଞ୍ଜୀକରଣ ନାମରେ ହେଉଥିବା ଜାଲିଆତିକୁ ରୋକିବା ଏବଂ ସଠିକ୍ ଜନସଂଖ୍ୟା ତଥ୍ୟ ସଂଗ୍ରହକୁ ସୁନିଶ୍ଚିତ କରିବା ପାଇଁ ଏହି କଡ଼ା ବ୍ୟବସ୍ଥା ଆବଶ୍ୟକ ଥିଲା। ଏହା ଫଳରେ ସମୟସୀମା ମଧ୍ୟରେ ପଞ୍ଜୀକରଣ କରିବା ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

ଏହାପୂର୍ବରୁ ଜୁଲାଇ ୩୧ରେ ଲୋକସଭାରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଲ୍‌ଟି ପାରିତ ହୋଇଥିଲା। ବିରୋଧୀ ଦଳଗୁଡ଼ିକ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ବୋଲି ଦର୍ଶାଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତି ଦାବି କରିଥିଲେ ଏବଂ ତାଙ୍କ ଅନୁପସ୍ଥିତିକୁ ନେଇ ସ୍ଲୋଗାନ ଦେଇଥିଲେ। ତେବେ ହଟ୍ଟଗୋଳ ମଧ୍ୟରେ ସଂକ୍ଷିପ୍ତ ଆଲୋଚନା ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଉତ୍ତର ପରେ ବିଲ୍‌ଟିକୁ ମଞ୍ଜୁରୀ ମିଳିଥିଲା।

ଏହି ସଂଶୋଧନ ଆଇନ କାର୍ଯ୍ୟକାରୀ ହେଲେ ଦେଶରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥା ଅଧିକ ଦାୟିତ୍ୱଶୀଳ ଓ ପ୍ରମାଣଭିତ୍ତିକ ହେବ ବୋଲି ସରକାର କହିଛନ୍ତି।

DM JMFC SDM
Share. Facebook Twitter LinkedIn Email WhatsApp Copy Link

Related Posts

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.